ନମସ୍କାର ବନ୍ଧୁଗଣ, ଆମ ସାମାଜରେ ରହୁଥିବା ସମସ୍ତ ଜନଜାତି ମଧ୍ୟରୁ ଆଦିବାସୀ ଜନଜାତି ସମ୍ପୂର୍ଣ ଭିନ୍ନ ଅଟନ୍ତି । ତାଙ୍କ ପରମ୍ପରା ଜୀବନଶୈଳୀ ଏବଂ ବିଶ୍ଵାସ ସମାଜ ଠାରୁ ପୁରା ଅଲଗା ଅଟେ । ସେହିଭଳି ସେମାନଙ୍କ ବିଶ୍ଵାସ ସେମାନଙ୍କ ଫସଲକୁ ଅସୁରୁଣି ଜଗୁଛି । ଏବଂ ଅସୁରୁଣିକୁ ନେଇ ଖାଦ୍ୟ ଦେବା ସହ ପୂଜା ଅର୍ଚ୍ଚନା ମଧ୍ୟ କରୁଛନ୍ତି ଆଦିବାସୀ ଲୋକେ । ତୀବେ ଏଭଳି ଅସୁରୁଣିକୁ ମାନୁଥିବା ଲୋକେ କେଉଁଠାରେ ରହିଛନ୍ତି ଏବଂ କଣ ଅଟେ ଅସୁରୁଣି ଫସଲ ଜଗିବା ପଛର କାରଣ ତାହା ସମ୍ପର୍କରେ ଆଉ ବିଳମ୍ବ ନକରି ଆସନ୍ତୁ ଜାଣିବା ।
ଗାଁ ମୁଣ୍ଡ ଗଛ ତଳେ ବସି ଫସଲ ଜଗିଥାଏ ଅସୁରୁଣି । ଆଉ ଫସଲ ଜଗିବା ପାଇଁ ଅସୁରୁଣିକୁ ଦିଆଯାଏ ଜମିରୁ ଅମଳ ହେଉଥିବା ପ୍ରଥମ ଶସ୍ୟ। ଆଦିବାସୀନକାର ଏହା ଅଟେ ଆସ୍ଥା ଭରସା ଏବଂ ବିଶ୍ଵାସ । ଯେଉଁଥି ପାଇଁ ଅନେକ ବର୍ଷ ଧରି ଏହା ପାଳନ କରାଯାଇ ଆସୁଛି । ଏହା ଏକ ପର୍ବ ଅଟେ ସେଥିପାଇଁ ମାଟିରେ ଏକ ଅସୁରୁଣି ଗାଢା ଯାଏ । ଜନାଅସୁରୁଣି ନାମକ ଏହି ପର୍ବକୁ ଆଦିବାସୀ ମାନେ ଖୁବ ବିଶ୍ୱାସର ସହ ପାଳନ କରିଥାନ୍ତି ।
ଏହି ପର୍ବ ଅନ୍ୟ ପର୍ବ ଠାରୁ ଟିକିଏ ନିଆରା ଅଟେ । ମକା ଫସଲର ଅମଳ ଆରମ୍ଭରେ ଏହି ପର୍ବ ପାଳନ କରିବାର ନିୟମ ରହିଛି । ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକରେ ଭୁଦବାଲାଣି ବା ଜନାଅସୁରୁଣି ପର୍ବ ପାଳନ କାରାଯାଏ । ରାୟଗଡା ଜିଲ୍ଲାର ଆଦିବାସୀ ମାନଙ୍କ ଜୀବନଶୈଳୀ ସର୍ବଦା ଭିନ୍ନ ଥାଏ ଏବଂ ଚର୍ଚ୍ଚାର ବିଷୟ ହୋଇଥାଏ । ଏହି ଜିଲ୍ଲାରେ ପ୍ରାୟ ୮୫ ପ୍ରତିଶତ ଆଦିବାସୀ ଜୀବନ ଜାପନ ଶୈଳୀ ସମ୍ପୂର୍ଣ ଭାବରେ ବିଶ୍ଵାସ ଉପରେ ନିର୍ଭର କରିଥାଏ ।
ସେହିଭଳି ବିଶ୍ୱାସର ସହ ପ୍ରତିବର୍ଷ ଭାଦ୍ରବ ମାସରେ ମକା ଫସଲ ଆରମ୍ଭ ବେଳକୁ ଏହି ନିଆରା ପର୍ବ ଭୁଦବାଲାଣି ବା ଜନାଅସୁରୁଣି ପର୍ବ ପାଳନ କରାଯାଏ । ଏହି ପୂଜାର ନିୟମ ଅନୁଯାୟୀ ମକା ଫସଲର ପ୍ରଥମ ଶସ୍ୟକୁ ଘରକୁ ନ ନେଇ ଗାଁ ମୁଣ୍ଡରେ ମାଟିରେ ତିଆରି ହୋଇଥିବା ଅସୁରୁଣିକୁ ଦିଆଯାଏ । ଗାଁର ଯୁବକ ମାନେ ମିଶି ମାଟିର ଅସୁରୁଣି ତିଆରି କରିଥାନ୍ତି ।
ପ୍ରଥମେ ସେଠାରେ ମହିଳା ମାନେ ଏକତ୍ରିତ ହୋଇ ମାଣ୍ଡିଆ, ଚାଉଳ, ଧାନ, ଗହମ ଏବଂ ମକାର ଭୋଗ ଲଗାଇ ଥାନ୍ତି । ଏହାଦ୍ୱାରା ଗ୍ରାମର ମଙ୍ଗଳ ହୋଇଥାଏ ବୋଲି ତାଙ୍କର ବିଶ୍ଵାସ । ତେବେ ଆଦିବାସୀଙ୍କ ଏହି ବିଶ୍ଵାସକୁ ନେଇ ଆପଣଙ୍କ ମନରେ କଣ ରହିଛି ତାହା ଆମକୁ ନିଶ୍ଚୟ ଜଣାନ୍ତୁ କମେଣ୍ଟ ମାଧ୍ୟମରେ ।