ନମସ୍କାର ବନ୍ଧୁଗଣ, ଅନେକ ଜାଗାରେ ଗଛକୁ ଭଗବାନଙ୍କ ସ୍ୱରୂପ ପୂଜା କରାଇଯାଇଥାଏ । ମନାଯାଏ ସେହି ଗଛରେ ସ୍ଵୟଂ ଭଗବାନ ନିଜେ ବାସ କରୁଛନ୍ତି । ବର୍ତ୍ତମାନ ରାସ୍ତା କାମ ଚାଲୁଥିବା ହେତୁ ରାସ୍ତା କଡରେ ଥିବା ଗଛକୁ କଟା ଯାଇ ନୂଆ ଏବଂ ଚଉଡା ରାସ୍ତା ପ୍ରସ୍ତୁତ କରାଯାଉଛି । କିନ୍ତୁ ସୂଚନା ମୁତାବିକ ରାସ୍ତା କଡରେ ଏକ ଗଛ କାଟିବାକୁ ଯାଇ ତିନି ଜଣଙ୍କ ଜୀବନ ଗଲାଣି ହେଲେ କେହି ମଧ୍ୟ ଆଉ ଭୟରେ ସେହି ଗଛକୁ କାଟି ପାରୁନାହାନ୍ତି । କଣ ରହିଛି ଏହା ସମ୍ବନ୍ଧୀୟ ସମ୍ପୂର୍ଣ ଖବର ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।
ଏଭଳି ଏକ ଖବର ସାମ୍ନାକୁ ଆସିଛି ରେଢାଖୋଲ ପାଖ ବଡ ହିନ୍ଦୋଳ ଗ୍ରାମରୁ । ପ୍ରଶାସନର ନିସ୍ପତି ଅନୁଯାୟୀ ଚାରି ଥାକିଆ ରାସ୍ତା ନିର୍ମାଣ ହେଉଛି । ହେଲେ ରାସ୍ତା କଡରେ ଥିବା ଗଛ ବାଧା ସୃଷ୍ଟି କରୁଛି । ଗଛକୁ ବାରମ୍ବାର ହଟାଇବା ପାଇଁ ପ୍ରଶାସନ ଉଦ୍ୟମ କରୁଥିଲେ ମଧ୍ୟ ବିଫଳ ହେଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ମା ପନ୍ଥେଇ ସେହି ଗଛରେ ବାସ କରୁଛନ୍ତି । ଏବଂ ତାଙ୍କର ପୂଜା ଅର୍ଚ୍ଚନା କରାଯାଏ ।
ରାସ୍ତା କାମ ପାଇଁ ଗଛ କାଟିବାକୁ ଆସିଥିବା ଲୋକ ମାନଙ୍କୁ ମା ରାତିରେ ସ୍ଵପନେଇଲେ । ତାଙ୍କର ବହୁତ କିଛି କ୍ଷତି ମଧ୍ୟ ଘଟିଲା । ତେଣୁ ସେମାନେ ତା ପରଦିନ ଆସି ଗଛର ପୂଜାର୍ଚ୍ଚନା କଲେ । ଆଉ ପ୍ରଶାସନର ଅନୁମତି ନେଇ ସେହିଠାରେ ଏକ ମନ୍ଦିର ନିର୍ମାଣ କରାଯିବାର ନିଷ୍ପତ୍ତି ନିଆଯାଇଛି ।
ତେବେ ଏହି ଗଛକୁ କାଟିବା ପାଇଁ ଯିଏ ମେସିନ ଆଣିଥିଲେ ତାଙ୍କ ମେସିନ ସବୁ ଖରାପ ହୋଇଯାଇଥିବା ବେଳେ ରାସ୍ତା କାମ କରିବା ପାଇଁ କମ୍ପାନୀର ତିନି ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ତେଣୁ ଏହି ଗଛକୁ କାଟିବା ପାଇଁ କାହାର ବି ସାହସ ବି ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଏହା ଭିତରେ ଛଅ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ଉପରେ ଗଛ ସେମିତି ହିଁ ଠିଆ ହୋଇଛି ।
ତେଣୁ କମ୍ପାନୀ ଲୋକଙ୍କ ସମେତ ସ୍ଥାନୀୟ ବାସିନ୍ଦା ମିଶି ଏବେ ସେହି ଗଛ ସ୍ଥାନରେ ପୂଜା ଅର୍ଚ୍ଚନା କରି ମନ୍ଦିର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏହା ସମ୍ପର୍କରେ ଆପଣ ମାନଙ୍କର କଣ ମତ ରହିବ ତାହା ଆପଣ ମାନେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ ।