ଦେଖନ୍ତୁ ଏହି ଅସହାୟ ସ୍ଵାମୀର ବିକଳ ଅନୁରୋଧ, “ମୁଁ ଆଉ ପାରୁନି, ଦରମା ଟଙ୍କା ଆଣୁଛି ଔଷଧ ଦୋକାନରେ ଥୋଉଛି…” Video ଦେଖି ଆଖିରେ ଲୁହ ଆସିଯିବ

ବନ୍ଧୁଗଣ ନମସ୍କାର, ଏ ଦୁନିଆରେ ବଞ୍ଚିବା ଏତେ ସହଜ ନୁହେଁ । କାରଣ କେତେବେଳେ କାହା ସହ କଣ ହୋଇଯିବ ତାହା କେହି କହି ପରାଇବେ ନାହି । ଏଠି କାହା ପାଇଁ ସୁଖର ଦିନ ଆସୁଛି ତ ଆଉ କାହା ପାଇଁ ଦୁଖର ବାଦଲ ମାଡି ଆସୁଛି । ସିଧା ସିଧା କହିବାକୁ ଗଲେ ଆମ ମାନଙ୍କ ଜୀବନରେ ସୁଖ ଦୁଖ ଅହରହ ଲାଗି ରହିଥାଏ । କେବେ କାହା ପାଇଁ ଖୁସି ଆସୁଛି ତ ଆଉ କାହା ପାଇଁ କାଳ ସାଜୁଛି ସମୟ ।

ମଣିଷ ଜୀବନରେ ଦୁଖ ଏମିତି ଆସେ ଯାହା ପାଇଁ ମଣିଷ କେବେ ଭାଙ୍ଗି ପଡେ ତ ଆଉ କେବେ ଜୀବନ ହାରିଥାଏ । ବନ୍ଧୁଗଣ ଜଣେ ସ୍ଵାମୀ ତାଙ୍କ ସ୍ତ୍ରୀ ଙ୍କର ଚିକିତ୍ସା ନ କରିପାରୁ ନ ଥିବାରୁ କହୁଛନ୍ତି ଚାଲ ଆମେ ବି-ଷ ଖାଇ ଦେବା । ଆଜ୍ଞା ହଁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ସେହି ବ୍ୟକ୍ତିଙ୍କ ନାମ ହେଉଛି ଭାସ୍କର ଦାସ । ଭାସ୍କରଙ୍କ ସ୍ତ୍ରୀ କିଡନୀ ଜନିତ ସମସ୍ୟାରେ ପୀଡିତ ଅଛନ୍ତି ।

ହେଲେ ତାଙ୍କର ଚିକିତ୍ସାରେ ଟଙ୍କା ବାଧକ ସାଜିଛି । ତେଣୁ ସେ ନିଜ ସ୍ତ୍ରୀ ଙ୍କ ସହ ମିଶି ବି-ଷ ଖାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସେ ଗଣମାଧ୍ୟମ ଆଗରେ ନିଜର ଦୁଖ କଥା ଜଣାଇଛନ୍ତି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ଭାସ୍କର ଦାସ ଗଣମାଧ୍ୟମ ଆଗରେ କହିଛନ୍ତି “ମୁଁ ମୋ ସ୍ତ୍ରୀ ସହ କଥା ହେଉଥିଲି କଣ କରିବା ଆମେ ନା କୁଆଡେ ପଳେଇବା ।

ନ ହେଲେ ବି-ଷ ଖାଇ ଦେବା ଚାଲେ ପାରୁନି ଆଉ ମୁଁ । ମୁଁ ଯେତେବେଳେ ଜାଣିଲି ସେ କିଡନୀ ଜନିତ ସମସ୍ୟାରେ ପୀଡିତ ଅଛି ମୁଁ ପୁରା ପାଗଳ ହେଇଗଲି । ମୁଁ ମୋ ସାନ ଭାଇକୁ ଫୋନ କଲି ବାପା-ମାଙ୍କୁ କଲ କଲି ଶାଶୁ-ଶଶୁରଙ୍କୁ କଲ କଲି । ଡାକ୍ତର ଯେତେବେଳେ ଏମିତି କହିଦେଲେ ମୁଁ ବାୟା ପାଗଳ ହେଇଗଲି । ସେ ଡାକ୍ତର ତ କହିଲେ ଡାଏଲିସିସ ହେବ ଆଉ ଏବେ ଡାଏଲିସିସ ଚାଲିଛି ।

ଡାକ୍ତର ଏବେ କହିଲେଣି ଟ୍ରାନ୍ସପ୍ଳାଣ୍ଟ କରିବାକୁ ସେ ବି ପୁରା ଝଡି ଗଲାଣି ସେ ଠିକ ସେ ଆଉ ଚାଲି ପାରୁନି । ତାର ଦେହ ଖରାପ ହେଲା ମୁଁ ହଇରାଣ ହେଲି । ମୁଁ ଯେତିକି ଟଙ୍କା ଦରମା ଆଣୁଛି ସବୁ ଔଷଧ ଦୋକାନରେ ଥୋଉଛି । ଟ୍ରାନ୍ସପ୍ଳାଣ୍ଟ କେମିତି କରିବି ସେଇଟା ମୋ ପାଇଁ ବଡ ଚିନ୍ତା । ମୋର ଏତିକି ଅନୁରୋଧ ଓଡିଶା ବାସୀ ଙ୍କୁ ମୋ ସ୍ତ୍ରୀ ର ଚିକିତ୍ସା ପାଇଁ ମୋତେ ଆର୍ଥିକ ସାହାଜ୍ଯ କରନ୍ତୁ” ।

ତେବେ ଯଦି ଆପଣ ମାନେ ବି ଭାସ୍କରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚାହୁଁ ଛନ୍ତି ତା ହେଲେ ଆପଣ ମାନେ 9937466242 ନମ୍ବରରେ ଫୋନ ପେ ବା ଗୁଗଲ ପେ କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *