ବନ୍ଧୁଗଣ କେଉଁଠି ଏସିଆ କପ ଖେଳାଯିବ, କେଉଁ ଜାଗାରେ ଟିମ ଇଣ୍ଡିଆ ମ୍ଯାଚ ଖେଳିବ ସେ ନେଇ ଏବେ ବି ପ୍ରଶ୍ନ ଚିହ୍ନ ଲାଗି ରହିଛି । ଏସିଆ କପ କୁ ନେଇ ଏ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ଟିମ ଇଣ୍ଡିଆର ପାକିସ୍ତାନ କୁ ନ ଯିବାକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର କାମ୍ରାନ ଆକମଲ ।
ସେ କହିଛନ୍ତି ଯଦି ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଆସୁ ନାହି ତେବେ ପାକିସ୍ତାନ ବି ବିଶ୍ଵକପ ଖେଳିବାକୁ ଭାରତ ଯିବା ଠିକ ନୁହେଁ । ପାକିସ୍ତାନର ବି ଇଜ୍ଜତ ଅଛି । ତେଣୁ ପାକିସ୍ତାନ ବିଶ୍ଵକପ ଖେଳିବାକୁ ଯିବାନି ବୋଲି କହିଛନ୍ତି ପାକିସ୍ତାନର ୱିକେଟ କିପର କାମ୍ରାନ ଆକମଲ । କାମ୍ରାନଙ୍କ କହିବା କଥା ପାକିସ୍ତାନ ବି ଚାମ୍ପିୟାନ ଟିମ । ପାକିସ୍ତାନ ବିଗତ ଦିନ ମାନଙ୍କରେ ଚାମ୍ପିୟାନ ହେବା ସହ ଟ୍ରଫି ବି ଜିତିଛି ।
ଏମିତିକି ସବୁ ଫର୍ମାଟରେ ଶୀର୍ଷ ସ୍ଥାନ ବି ଅଧିକାର କରିଛି ପାକିସ୍ତାନ ଟିମ । ତେଣୁ ଏଭଳି ଟିମ ସହ ମ୍ଯାଚ ଖେଳିବାକୁ ଯଦି ଭାରତ ପାକିସ୍ତାନ ଗସ୍ତରେ ଆସୁ ନାହି ତେବେ ପାକିସ୍ତାନ ବି ଦିନିକିଆ ବିଶ୍ଵକପ ଖେଳିବାକୁ ଭାରତ ଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଚଳିତ ବର୍ଷ ଏସିଆ କପ ପାକିସ୍ତାନରେ ଆୟୋଜନ ହେବାର ଥିଲା । ହେଲେ ପାକିସ୍ତାନ ଗସ୍ତରେ ଯାଇ ଏସିଆ କପ ଖେଳିବାକୁ ମନା କରି ଦେଇଥିଲା ଟିମ ଇଣ୍ଡିଆ ।
ବିଶିସିଆଇ ସମ୍ପାଦକ ଜୟ ସାହା ଏ ନେଇ ସ୍ପଷ୍ଟ ଭାବେ କହିବା ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା ଓ ଆଲୋଚନା । ତେବେ ଭାରତ ପକ୍ଷ ରୁ ଏମିତି କଥା ଶୁଣିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ର ପୂର୍ବତନ ଅଧ୍ୟକ୍ଷ ଓ ବର୍ତ୍ତମାନର ଅଧ୍ୟକ୍ଷ ଭାରତକୁ ବି ଧମକ ଦେଇଥିଲେ । ଭାରତ ଯଦି ପାକିସ୍ତାନ ନ ଆସି ଏସିଆ କପ ଖେଳେ ତେବେ ପାକିସ୍ତାନ ମଧ୍ୟ 2023 ଦିନିକିଆ ବିଶ୍ଵକପ ଖେଳିବାକୁ ସେମାନେ ଧମକ ଦେଇଥିଲେ ।
ଯାହା ସେହି ସମୟରେ ବେସ ଚର୍ଚ୍ଚାକୁ ଆସିଥିଲା । ଏ ସବୁ ଭିତରେ ଏକ ନିରପେକ୍ଷ ଭେନ୍ୟୁ ରେ ଏସିଆ କପ ଖେଳା ଯିବାକୁ କଥା ଉଠିଲାଣି । ଭାରତ ସବୁ ମ୍ଯାଚ ୟୁଆଇ ରେ ଖେଳିବା ସହ ଅନ୍ୟ ସବୁ ଟିମ ପାକିସ୍ତାନରେ ଏସିଆ କପ ମ୍ଯାଚ ଖେଳି ପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ଏସିଆ କପ ରେ ଭାରତ ସହ ଶ୍ରୀଲଙ୍କା, ବାଙ୍ଗାଲାଦେଶ, ଆଫଗାନିସ୍ତାନ ଟିମ ମ୍ଯାଚ ଖେଳିବ । ତେବେ କେଉଁ ଟିମ ସହ ମ୍ଯାଚ ଖେଳାଯିବ ସେ ନେଇ ଏ ଯାଏଁ ସ୍ପଷ୍ଟ ସୂଚନା ମିଳିପାରି ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।