ଆୟୁଷ୍ମାନ ଙ୍କ Tweet ପରେ ଛେନାପୋଡ କୁ ନେଇ ଚିନ୍ତାରେ ନୟାଗଡିଆ, ଛେନାପୋଡକୁ ନେଇ କିଛି ଏମିତି ଲେଖିଲେ Ayushmann khurrana

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଛେନାପୋଡ ଖାଇଥିବେ ଆଉ ଦେଖିଥିବେ । ଏହାର ସ୍ଵାଦ ବହୁତ ଭିନ୍ନ ଆଉ ଖାଇବାକୁ ମିଠା ବି ଲାଗେ । ବର୍ତ୍ତମାନ କିଛି ସମୟ ହେବ ଛେନାପୋଡକୁ ନେଇ ଏକ ବଡ ଖବର ପ୍ରସାର ହୋଇଛି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ବଲିଉଡ ଷ୍ଟାର ଆୟୁଷ୍ମାନ ଖୁରାନା ଙ୍କ ଛେନାପୋଡ ଟ୍ବିଟ ପରେ ଓଡିଆ ଙ୍କ ଖୁସି ନ କହିଲେ ସରେ ।

ଛେନାପୋଡ ପୋଡ ତଥା କଳା ଅଂସ ପ୍ରେମରେ ପାଗଳ ଆୟୁଷ୍ମାନ ଖୁରାନ । ଛେନାପୋଡ ଫୋଟୋ ସହ ଏଭଳି କିଛି କ୍ଯପସନ ଲେଖି ଫୋଟୋ ପୋଷ୍ଟ କରିବା ପରେ ଏବେ ଚାରି ଆଡେ ଛେନାପୋଡ କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏସବୁ ଭିତରେ ଚିନ୍ତାରେ ପଡି ଯାଇଛନ୍ତି ନୟାଗଡ ବାସୀ । ନୟାଗଡର ଛେନାପୋଡକୁ ଜଲ୍ଦି ଜିଆଇ ତ୍ୟାଗ ନ ମିଳିଲେ ରସୋଗୋଲା ଭଳି ସ୍ଥିତି ଉପୁଜିବା ବୋଲି ଆଶଙ୍କା କରୁଛନ୍ତି ଲୋକେ ।

ନୟାଗଡ ଛେନାପୋଡାକୁ ଜିଆଇ ଟ୍ୟାଗ ଦାବି ସହ ସରକାରି ସ୍ତରରେ କମିଟି ଗଠନ କରାଯାଇ ସେ ଦିଗରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ହେଲେ ଚେନ୍ନାଇ ଟିମକୁ ଆନୁଷଙ୍ଗିକ ଦସ୍ତାବିଜ ପ୍ରଦାନ ନ କରାଯାଇ ପାରିବାରୁ ଚେଷ୍ଟା ଅଧାରେ ଅଟକିଛି । ବହୁତ ବିଳମ୍ବ ହେଉ ଥିବାରୁ ଅନ୍ୟ ରାଜ୍ୟରୁ କେହି ଦାବିଦାର ବାହାରି ଛେନାପୋଡ କୁ ହଟେଇବା ଆଶଙ୍କା ଏବେ ଆହୁରି ବଢି ଯାଇଛି ।

ଆୟୁଷ୍ମାନଙ୍କ ଟ୍ବିଟ ପରେ ଏଭଳି ଆଶଙ୍କା ଭୟରେ ପରିଣତ ହୋଇଛି । ଛେନାପୋଡ ନୟାଗଡ କୁ ଦେଇଛି ଏକ ସ୍ଵତନ୍ତ୍ର ପରିଚୟ । ଛେନା ଓ ଚିନୀ ର ମିଶ୍ରଣ ରେ ତିଆରି ଏହି ସ୍ଵତନ୍ତ୍ର ମିଷ୍ଟାନ୍ନ ର ସଂସ୍ଥାପକ ସୁଦର୍ଶନ ସାହୁ ବୋଲି କୁହାଜେ । ସୁଦର୍ଶନ କେମିତି ଛେନାପୋଡ ତିଆରି କରିଲେ ଖୁଦ ତାଙ୍କ ନାତି ଏ ନେଇ ବଡ ବୟାନ ଗଣମାଧ୍ୟମ ରେ ଦେଇଛନ୍ତି ।

ସେ କହିଛନ୍ତି ଯେ ଯେବେ ମୋ ବାପା ଛେନା ଦୋକାନ କରିଥିଲେ ସେତେବେଳେ ଛେନା ବଳିଗଲେ ଫ୍ରିଜ ନ ଥିଲା ରଖିବାକୁ । ତା ପରେ ଛେନାକୁ ପୋଡିଲେ ଆଉ ଛେନା ଟାଣ ହେଲା । ତାକୁ ଚାଉଳ ଚୂନା ଦେଲେ । ତା ପରେ ଏହାକୁ ଭେରୀଫାଏ କରିଲେ । ସମୟ କ୍ରମେ ମୋ ବାପା କଦଳୀ ପତ୍ର, ପିତଳ ଥାଳିରେ ପୋଡିଲେ । ଏହା ସହ ନିଆଁ ରେ ଅଙ୍ଗାର ଦେଇ ପୋଡିଲେ ଆଉ ସ୍ଵାଦିଷ୍ଟ ଜିନିଷ ଆସିଲା ।

ତା ପରେ ନୟାଗଡରେ ଆସି ଦୋକାନ କରିବା ପରେ ଛେନାପୋଡକୁ ସମସ୍ତେ କିଣି ନିଅନ୍ତି । ଧୀରେ ଧୀରେ ସମୟ ଅନୁଯାୟୀ ଛେନାପୋଡ ର ପ୍ରଚାର ପ୍ରସାର ଆରମ୍ଭ ହୋଇଥିଲା । ଛେନାପୋଡ ଖାଲି ନୟାଗଡ କୁ ସ୍ଵତନ୍ତ୍ର ପରିଚୟ ଦେଇ ନାହି ବରଂ ପୁରା ଓଡ଼ିଶାକୁ ଦେଇଛି ସ୍ଵତନ୍ତ୍ର ପରିଚୟ ।

ଏହି ଛେନାପୋଡ କୁ ଏବେ ଜିଆଇ ଟ୍ୟାଗ ମାନ୍ୟତା ଦାବି ହୋଇଛି । ତେବେ କେବେ ପ୍ରଶାସନ ତରଫରୁ ଉଦ୍ୟମ କରା ଯାଉଛି ଆଉ ଏହି ନୟାଗଡର ଛେନାପୋଡ କୁ ଜିଆଇ ଟ୍ୟାଗ ର ମାନ୍ୟତା ମିଳୁଛି ତାହା ଦେଖିବା ବାକି ରହିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *