ବନ୍ଧୁଗଣ ଆପଣ ଯାହାଙ୍କୁ ଅନେକ ମାସରୁ, ବର୍ଷ ରୁ ଭଲ ପାଉଛନ୍ତି ବା ରିଲେସନସିପରେ ଅଛନ୍ତି ଯଦି ସେ ଆପଣଙ୍କୁ ଧୋକା ଦେଉଛନ୍ତି ତେବେ ଆପଣ କଣ କରିବେ ? ବହୁତ କଷ୍ଟ ହୋଇଥାଏ ଯେବେ କେହି ଏତେ ନିଜର ହେବା ପରେ ବି ଦୂରକୁ ଚାଲିଯାଏ । ମନ ଚାହୁଁ ନ ଥିଲେ ବି ଆପଣ ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ଆପଣ ଯାହା ସ୍ଵପ୍ନରେ କେବେ ଭାବି ନ ଥିବେ ସେ ମଣିଷ ଆପଣଙ୍କୁ କେବେ ଧୋକା ଦେବେ ।
ଆପଣ କେବେ ଭାବି ନ ଥିବେ ସେ ଆପଣଙ୍କୁ ଛାଡିକି ଯିବେ ନାହିଁ । ତେବେ ଜାଣି ରଖନ୍ତୁ ଏମିତି ସ୍ଥିତିରେ କଣ କରିବେ । 1- ଯଦି ଆପଣଙ୍କ ସାଥି ଧୋକା ଦେଉଛି, ଆପଣଙ୍କ ଠାରୁ ଦୂରେଇ ଯାଉଛି ତେବେ ତାଙ୍କୁ ମୌକା ଦିଅନ୍ତୁ ନିଜ କଥା କହିବାର । ଯଦି ସେ ଆଉ କାହା ସହ ଅଛନ୍ତି ଆଉ ଆପଣ ଦେଖି ନେଇଛନ୍ତି ତଥାପି ତାଙ୍କୁ ମୌକା ଦିଅନ୍ତୁ ନିଜର ସଫେଇରେ କହିବାକୁ । କେଉଁ କାରଣ ପାଇଁ ସେ ଆପଣଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଛନ୍ତି ଶୁଣି ନିଅନ୍ତୁ । କେହି ଆପଣଙ୍କୁ ଛାଡିବାକୁ ଚାହୁଁଥିଲେ ତାଙ୍କୁ ଯିବାକୁ ଦିଅନ୍ତୁ । ଆପଣ ତାଙ୍କୁ ଭୁଲିଯିବା ଭଲ ହେବ ।
2- ଯଦି ଆପଣଙ୍କୁ କେହି ଛାଡିକି ଯିବାକୁ ଚାହୁଁଛି ତେବେ ତାକୁ କେବେ କ୍ଷମା କରିବେନି । ଯଦି ସେ ଆପଣଙ୍କୁ ଥରେ ଧୋକା ଦେଇଛି ତେବେ ବାରମ୍ବାର ଧୋକା ଦେବ । ଭୁଲରେ ବି ଆଉ ତା ଉପରେ ଭରସା କରିବେନି । ଅନେକ ଥର ମୌକା ଦେଇଥାଏ କିନ୍ତୁ ବାରମ୍ବାର ଆପଣଙ୍କ ମନ ଭାଙ୍ଗିଥାଏ । ସମ୍ପର୍କର ମୂଳ ହେଉଛି ବିଶ୍ଵାସ । ଯଦି କେହି ଆପଣଙ୍କ ଭରସାକୁ ଭାଙ୍ଗୁଛି ତେବେ ତାକୁ ତା ବାଟରେ ଛାଡି ଦିଅନ୍ତୁ । ଭୁଲରେ ବି ଆଉ ତାକୁ ନିଜ ଜୀବନରେ ଜାଗା ଦିଅନ୍ତୁ ନାହିଁ । କାରଣ ଲୋକ ଅଚାନକ ବଦଳି ଯାଇଥାନ୍ତି ଆଉ ନିଜର ବାସ୍ତବ ରୂପ ଦେଖାଇଥାନ୍ତି ।
3- ଯଦି କେହି ମଣିଷ ଅନେକ ବର୍ଷର ସମ୍ପର୍କ ପରେ ବି ଏବେ ଆପଣଙ୍କ ସହ ରହିବାକୁ ଚାହୁଁ ନାହାନ୍ତି ତେବେ ସମୟ ଆସିଯାଇଛି ଆପଣ ଦୁହେଁ ପରସ୍ପର ସହ କଥା ହେବା ବନ୍ଦ କରି ଦିଅନ୍ତୁ । ଧୀରେ ଧୀରେ ଫୋନ କରିବା ବନ୍ଦ କରନ୍ତୁ । ଚାହୁଁଛନ୍ତି ତ ଗୋଟେ ମୂହୁର୍ତ୍ତ ରେ ସବୁ କିଛି ଶେଷ କରି ଦିଅନ୍ତୁ । ନଚେତ ଆପଣଙ୍କ ପାଇଁ ତାଙ୍କୁ ଭୁଲିବା ସହଜ ହେବ ନାହିଁ । ଯାହା ସହ ଏତେ ବର୍ଷ ଧରି ସମ୍ପର୍କ ରଖିଛନ୍ତି ତାଙ୍କୁ ଭୁଲିବା ଏତେ ସହଜ ନୁହେଁ କିନ୍ତୁ ହୃଦୟ କୁ ପଥର କରି ଏମିତି କରିବାକୁ ହେବ ।
ନିଜ ମନକୁ ବୁଝାନ୍ତୁ । ନିଜକୁ ନିୟନ୍ତ୍ରଣ ରେ ରଖନ୍ତୁ । ନଚେତ ଆପଣ କେବେ ବି ତାଙ୍କୁ ଭୁଲିପାରିବେ ନାହିଁ । ଆଉ ଶେଷରେ ନିଜର ଲାଇଫ ବରବାତ ହେବ । ଯଦି କେହି ଆପଣଙ୍କ ସହ ଅନେକ ବର୍ଷ ରିଲେସନରେ ରହି ବି ଛାଡି ଦେଉଛି ତେବେ ସେ ମଣିଷ ଠିକ ନୁହେଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।