ନମସ୍କାର ବନ୍ଧୁଗଣ । ମଣିଷ ଜନ୍ମ ହେବା ପରେ ପିତାମାତାଙ୍କ ପ୍ରେମ ପାଇଥାଏ । ସାନ ବେଳୁ ଆମେ ପ୍ରେମ ଭଲ ପାଇବା ଆଦି ପାଇଥାଉ । ଯେତେବେଳେ ଆମେ ଯୌବନ ଅବସ୍ଥାକୁ ଆସିଥାଉ ତେବେ ଜୀବନସାଥିର ଅନୁସାଧନ କରୁ । କାରଣ ଜୀବନର ଆଗାମୀ ଦିନଗୁଡିକ ବଞ୍ଚିବା ପାଇଁ ଜୀବନସାଥିର ଭୂମିକା ବହୁତ ଗୁରୁତ୍ଵପୂର୍ଣ ଅଟେ । ପ୍ରେମ ଏକ ଏଭଳି ଶବ୍ଦ ଅଟେ ଯାହା ମଣିଷ ଜୀବନକୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିଦେଇଥାଏ ।
ଆପଣଙ୍କ ଜୀବନରେ ମଧ୍ୟ ଏଭଳି ଜଣେ ନିଶ୍ଚିତ ଥିବେ ଯାହାକୁ ଆପଣ ଭଲ ପାଉଥିବେ । ସାଧାରଣତଃ ଭଲ ପାଇବା କେବେ କାହା ପ୍ରତି ହୁଏ ତାହା ଆମେ ଜାଣିପାରିନଥାଉ ଏବଂ ସମସ୍ତେ ପ୍ରକୃତ ପ୍ରେମକୁ ଖୋଜିଥାଉ । ଯଦି ଆପଣଙ୍କ ଜୀବନସାଥିନ କ ପାଖରେ ଏହି 5 ଟି ଗୁଣ ରହିଥାଏ ତେବେ ଆପଣ ପ୍ରକୃତ ପ୍ରେମକୁ ଲାଭ କରିଥାନ୍ତି । କାରଣ ପ୍ରକୃତ ଭଲ ପାଇବା ସାଥିଟିଏ ଯଦି ମିଳିଯାଏ ତେବେ ଜୀବନର ଲମ୍ବା ରାସ୍ତା ବି ଛୋଟ ଲାଗିଥାଏ ।
ତେବେ ଆସନ୍ତୁ ଜାଣିବା ଏହି 5 ଟି ବିଶେଷ ଗୁଣ ସମ୍ପର୍କରେ । 1- ଆପଣ ଏପରି ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ରଖିବ ଯିଏ କି ଆପଣଙ୍କର ଏହି ତିନୋଟି କଥାକୁ ବୁଝିପାରୁଥିବେ । ଆପଣଙ୍କ ହସ ପଛରେ ଥିବା ଦୁଃଖ ,ରାଗ ପଛର ଭଲ ପାଇବା ଓ ଚୁପ୍ ରହିବାର କାରଣ । କାରଣ ଅନ୍ୟମାନେ ଏହାକୁ ବୁଝିପାରିନଥାନ୍ତି କେବଳ ସଚ୍ଚା ପ୍ରେମ କରୁଥିବା ବ୍ୟକ୍ତି ହିଁ ତାହା ବୁଝିପାରେ ।
2- ଆପଣଙ୍କ ଜୀବନସାଥି ଚାତକ ପକ୍ଷୀ ପରି ଗୋଟିଏ call ର ଅପେକ୍ଷାରେ ରହିଥିବ । ଦିନରେ ଥରେ ହେଲେ ତମେ କେମିତି ଆଛା ଆଜିର ଦିନ ଠିକ ତୋ ଏଭଳି ଅନେକ ପ୍ରଶ୍ନ ପଚାରିବ ଦରକାର । ସର୍ବଦା ଆପଣଙ୍କ ମୁଖରେ ଖୁସିହସ ଟିଏ ଆଣିବାକୁ ଚେଷ୍ଟା କରୁଥିବ । ଯେତେ କଷ୍ଟରେ ଥିଲେ ମଧ୍ୟ ଆପଣଙ୍କ ସହ କଥାବାର୍ତ୍ତା ହେଲେ ତାହାର ସବୁ କିଛି ଦୁଃଖକଷ୍ଟ ଦୂର ହେଉଥିବ । ସଚ୍ଚା ପ୍ରେମ କରୁଥିବା ଜୀବନସାଥିଙ୍କ ପାଖରେ ଏହି ଗୁଣ ନିଶ୍ଚୟ ରହିଥାଏ ।
3- ଆପଣଙ୍କ ଜୀବନସାଥି ଆପଣଙ୍କୁ ମିଛ କହିବନି ବ୍ୟକ୍ତିଗତ ଜୀବନ ସମସ୍ତ ବିଷୟ ଉଭୟଙ୍କୁ ଜଣା ଥିବା ଉଚିତ୍ । ଜୀବନ ଘଟୁଥିବା ବିଷୟକୁ ବାଣ୍ଟିବା ଦ୍ଵାରା ପ୍ରେମ ସମ୍ପର୍କ ଅଧିକ ସୁଦୂଢ ହୋଇଥାଏ । ଏଣୁ ମିଛ ନ କହିବା ଗୁଣ ଥିବା ଦରକାର । 4- ଆପଣଙ୍କ ଜୀବନସାଥି ଆପଣଙ୍କୁ ସମ୍ମାନ ଦେଉଥିବ ତୁମର ଭାବନା ବୁଝି ତୁମର ସବୁ କଥାରେ ହଁ ମିଶାଇ ଆପଣଙ୍କୁ ସମତ କରୁଥିବ ।
ଯଦି ଏହି ଲକ୍ଷଣ ଆପଣଙ୍କ ଜୀବନସାଥିଙ୍କ ଥରେ ରହିଥାଏ ତେବେ ଆପଣ ସୁନିଶ୍ଚିତ ହେଇଯିବେ କି ଏହା ହିଁ ଆପଣଙ୍କ ସଚ୍ଚା ପ୍ରେମ ବୋଲି । 5- ସମ୍ପର୍କକୁ ଭାଙ୍ଗିବା କଥା କେବେ ବି କହିବେନି ଆପଣ ଯେମିତି ଅଛନ୍ତି ସେ ସେମିତି ଆପଣଙ୍କୁ ଗ୍ରହଣ କରୁଥିବେ । କଠିନ ପରିସ୍ଥିତି ରେ ବାହାନା ନ କରି ଆପଣଙ୍କ ସହ ଆଗକୁ ବଢୁଥିବେ । ଏଭଳି ଲକ୍ଷଣ ଥିବା ଜୀବନସାଥି ଭାଗ୍ୟରେ ଥିଲେ ମିଳନ୍ତି । ଯଦି ଆପଣଙ୍କ ପାଖରେ ଅଛନ୍ତି ତେବେ ଆପଣ ସଚ୍ଚା ପ୍ରେମକୁ ପାଇଛନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କାମେଣ୍ଟ କରନ୍ତୁ ।