କୁମ୍ଭ ରାଶି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ” ଗୁପ୍ତ କଥା ” kumbha Rashi । Aquarius । horoscope

କୁମ୍ଭ ରାଶି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଗୁମର କଥା ! ତେବେ କୁମ୍ଭ ରାଶିରା ବ୍ୟକ୍ତିବିଶେଷଙ୍କ ସ୍ଵଭାବ ବିଷୟରେ ଆଜି ଏଠାରେ ଭଲ ଭାବେ ଆଲୋଚନା କରିବା । ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ଯେକଟି କଥା ଉପରେ କୁମ୍ଭ ରାଶିରା ଲୋକଙ୍କ ବିଷୟରେ ଜାଣିବା । ଏମାନେ ପୂଜାପାଠରେ ବିଶ୍ବାସ ରଖିଥାନ୍ତି । କୁମ୍ଭ ରାଶିର ଶୁଭ ବାର ହେଉଛି ସୋମବାର, ମଙ୍ଗଳବାର, ଶୁକ୍ରବାର ଏବଂ ଶନିବାର । ଶୁଭ ସଂଖ୍ୟା ହେଉଛି 2, 3, 6 ଏବଂ 9 ।

ଶୁଭ ରଙ୍ଗ କଳା, ବାଇଗଣୀ, ନୀଳ ଏବଂ ସବୁଜ ରଙ୍ଗ । ଶୁଭ ଦିଗ ପଶ୍ଚିମ ଦିଗ । ଘାତବାର ହେଉଛି ଗୁରୁବାର । ଏହି ରାଶିରା ସ୍ଵାମୀ ଗ୍ରହ ହେଉଛନ୍ତି ଶନିଦେବ । ସେଥିପାଇଁ ଶନି ମନ୍ଦିର ଯିବା ଏବଂ ହନୁମାନଙ୍କର ପୂଜା ପାଠ କରିବା ଦ୍ଵାରା ଶନିଦେବ ଏବଂ ହନୁମାନଙ୍କରା ବିଶେଷ କୃପା ପ୍ରାପ୍ତ ହୋଇଥାଏ । କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ସ୍ଵଭାବ ବିଷୟରେ ଚାଲନ୍ତୁ ଜାଣିବା । ଏମାନେ ଶାନ୍ତ, ଗମ୍ଭୀର ଓ ଚିନ୍ତାଶୀଳ, ବୁଦ୍ଧିମାନ, କଳାପ୍ରେମୀ ସ୍ଵଭାବର ବିଶେଷ ହୋଇଥାନ୍ତି ।

ଅବିଶ୍ଵାସୀ, କପଟୀ ଏବଂ ବହୁତ ଜିଦିଆ ମଧ୍ୟ ହୋଇଥାନ୍ତି । କୁମ୍ଭ ରାଶିରା ଲୋକେ ରାଜନୀତି ପ୍ରତି ଅଧିକ ଆଗ୍ରହୀ ହୋଇଥାନ୍ତି । ଜଙ୍ଘ, ଦାନ୍ତ, ରକ୍ତଚାପ, ପେଟ, ଚର୍ମ, ,ମ୍ୟାଲେରିଆ, ହାତରେ ଆଘାତ ଏବଂ ପାଦରେ କିଛି ସମସ୍ଯା ଆସିବା ଭଳି ରୋଗରେ ଏମାନେ ଅଧିକ ସମୟରେ ପୀଡିତ ହୋଇଥାନ୍ତି । ଡାକ୍ତର, ଶିକ୍ଷକ, ବୈଜ୍ଞାନିକ, କବି, ଯନ୍ତ୍ରପାତି ବ୍ୟବସାୟୀ, ସିମେଣ୍ଟ ଏବଂ ଖଣିଜ ପଦାର୍ଥ ବ୍ୟବସାୟରେ ଏମାନେ ଅଧିକ ସକ୍ରିୟ ରହିଥାନ୍ତି ।

ଏମାନେ ବହୁତ ପରିଶ୍ରମ କରୁଥିବାରୁ ଜୀବନରେ ଅଧିକ ସମୟ ବିଶ୍ରାମ ନେବାକୁ ଏମାନେ ସମୟ ହିଁ ପାଇନଥାନ୍ତି । ଆପଣଙ୍କ ଜୀବନରେ ଏଭଳି କିଛି ବନ୍ଧୁ ରହିଛନ୍ତି । ଯାହାର ସହଯୋଗ ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ । ଅପର ପକ୍ଷରେ ଆପଣଙ୍କ ଜୀବନରେ ଏପରି ଏକ ସମୟ ଆସିବ । ଯେଉଁ ସମୟରେ ଆପଣ ଆପଣଙ୍କର କୌଣସି ବନ୍ଧୁଙ୍କ ଦ୍ଵାରା ହିଁ କ୍ଷତିରେ ମଧ୍ୟ ପଡ଼ିପାରନ୍ତି ।

ଏହି ରାଶିର ବିଦ୍ୟାର୍ଥୀ ମାନେ ପାଠ ପଢାରେ ଭଲ ପଦର୍ଶନ କରିବା ସହ ପଠନ ପ୍ରେମୀ ହୋଇଥାନ୍ତି । ଜୀବନରା ଶେଷ ଆଡକୁ କୁମ୍ଭ ରାଶିର ଲୋକେ ଅଧିକ ଆଧ୍ୟାତ୍ମିକ ଭାବନାରେ ବୁଡି ରହିଥାନ୍ତି । ଚଞ୍ଚଳ ବ୍ୟବହାର ଏବଂ ଭଲ ସ୍ଵଭାବ ଦ୍ଵାରା ଏମାନଙ୍କୁ ଅନେକ ପସନ୍ଦ କରିଥାନ୍ତି । ଦେବୀଶକ୍ତିର ଆଶ୍ରୀବାଦ ଥିବାରୁ ଜୀବନରେ କେବେବି ବଡ ଆର୍ଥିକ ସଙ୍କଟର ସାମ୍ନା କରିବେ ନାହିଁ ।

ଆୟ ତୁଳନାରେ ଅଧିକ ଖର୍ଚୀ ସ୍ଵଭାବରା ହୋଇଥାନ୍ତି । ନିଜ ବଚନକୁ ରକ୍ଷା କରିବା ପାଇଁ ସବୁବେଳେ ତତ୍ପର ରହିଥାନ୍ତି । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଗୋଟେ ଲାଇକ୍ କରିବା ସହ ଆପଣଙ୍କ ରାଶି କୁମ୍ଭ ହୋଇଥିଲେ । ଆମକୁ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *