ଅଁଳା ଗଛ ଘରେ ରହିଲେ କ’ଣ ହୁଏ ? ବନ୍ଧୁଗଣ ଅଁଳା ଗଛ ସମ୍ପର୍କରେ ଆମେ ମାନେ ଅନେକ ସମୟରେ ବିଭିନ୍ନ ପ୍ରକାର କଥା ଶୁଣିବାକୁ ପାଇଥାଉ । ତେଣୁ ଏହି ଅଁଳା ଗଛ ସମ୍ପର୍କରେ ଅଧିକ ରୁ ଅଧିକ ଜାଣିବାକୁ ମଧ୍ୟ ମନରେ ଇଛା ଆସିଥାଏ । ତେବେ ଅଁଳା ଗଛ ଘରେ ରହିଲେ କ’ଣ ଲାଭ ମିଳିଥାଏ ? ଏହି ସମ୍ପର୍କରେ ଆଜି ଆମେ ଏଠାରେ ଜାଣିବା । ଅଁଳା ବୃକ୍ଷକୁ ଦାମୋଦର ବୃକ୍ଷ ବୋଲି ମଧ୍ୟ କୁହାଯାଇଥାଏ । ଏହି ବୃକ୍ଷଟି ଭଗବାନ ନାରାୟଣ ଓ ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ବୃକ୍ଷ ଅଟେ ।
ଏହି ଅଁଳା ବୃକ୍ଷଟି ବ୍ରହ୍ମାଙ୍କର ଆଶୁ ରୁ ଉତ୍ପତ୍ତି ହୋଇଥିଲା । ତେବେ ଯଦି ଅଁଳା ବୃକ୍ଷକୁ ଘରେ ରଖିବା ବିଷୟରେ ଏଠାରେ କହିବାକୁ ଯିବା । ତେବେ ଘରେ ଅଁଳା ବୃକ୍ଷକୁ ରଖିବାକୁ ବହୁତ ଅଧିକ ଶୁଭ ମାନା ଯାଇଥାଏ । ଅଁଳା ବୃକ୍ଷର ପତ୍ର ଏବଂ ଫଳ ଉଭୟ କାର୍ଯ୍ୟରେ ଲାଗିଥାଏ । ଏହି ଅଁଳା ଗଛର ଅନେକ ଔଷଧୀୟ ଗୁଣ ରହିଅଛି । ଘରର ପୂର୍ବ ଏବଂ ଉତ୍ତର ପଟେ ଅଁଳା ବୃକ୍ଷକୁ ରଖିପାରିବେ । ଘରେ ଯଦି ଅଁଳା ବୃକ୍ଷକୁ ରଖୁଛନ୍ତି ।
ତେବେ ତାହାକୁ ପ୍ରତିଦିନ ପୂଜା କରିବାର ମଧ୍ୟ ଆବଶ୍ୟକତା ରହିଥାଏ । ତେଣୁ ପ୍ରତ୍ଯେକ ଦିନ ଧଳା ଫୁଲ, ଅରୁଆ ଚାଉଳ ଓ କ୍ଷୀର ଦ୍ଵାରା ଅଁଳା ବୃକ୍ଷକୁ ନିଷ୍ଠା ସହକାରେ ପୂଜା କରିବା ଦ୍ଵାରା ଅନେକ ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଏହାଦ୍ବାରା ସେହି ଘର ଉପରେ ସର୍ବଦା ପ୍ରଭୁ ନାରାୟଣ ଓ ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ ରହିଥାଏ । ବ୍ୟବସାୟରେ ଲାଭ ଆଣିବାକୁ ଚାହୁଁଥିଲେ ।
ଅଁଳା ବୃକ୍ଷକୁ ସ୍ଵତନ୍ତ୍ର ଉପାୟରେ ପୂଜା କରିବା ଦ୍ଵାରା ବ୍ୟବସାୟରେ ଲାଭ ଆସିଥାଏ । ପ୍ରତ୍ଯେକ ଗୁରୁବାର ଦିନ ଅଁଳା ବୃକ୍ଷକୁ ଯଥା ବିଧି ପୂଜା କରନ୍ତୁ । ଏଥିସହ ମାତା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ର ଜପ କରି ଅଁଳା ବୃକ୍ଷ ନିକଟରେ ଦୀପ ପ୍ରଜ୍ୱୋଳନ କରିବା ଦ୍ଵାରା ଓ ହଳଦିଆ ବସ୍ତ୍ର ପିନ୍ଧି ଅଥବା ହଳଦିଆ ବସ୍ତ୍ର ଉପରେ ବସି ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ । ଏଥିସହ ପିଲା ମାନଙ୍କର ପାଠ ପଢାରେ ଉନ୍ନତି ଆଣିବାକୁ ଚାହୁଁଥିଲେ ।
ଅଁଳା ବୃକ୍ଷ ନିକଟରେ ବିଦ୍ୟାର୍ଥୀ ମାନେ ଯଦି କିଛି ସମୟ ବସି ଯୋଗ କରିବେ । ତାହା ସହ କିଛି ମନ୍ତ୍ର ପାଠ କରିବେ । ତେବେ ତାଙ୍କର ସ୍ମରଣ ଶକ୍ତି ପ୍ରଖର ହେବା ସହ ପାଠ ବହୁତ ଭଲ ହୋଇଥାଏ । ତେଣୁ ଅଁଳା ବୃକ୍ଷ ଘରେ ଲଗାଇବା ଦ୍ଵାରା ଶୁଭଫଳ ମିଳିଥାଏ ।
ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ । ଧନ୍ୟବାଦ