ରାତି କିମ୍ବା ଦିନରେ ଜନ୍ମ ହୋଇଥିବା ପିଲାଙ୍କ ସ୍ଵଭାବ କିପରି ଜାଣନ୍ତୁ…? Jyotish Shastra

ବନ୍ଧୁଗଣ ପିଲା ଜନ୍ମ ହେବାର ସମୟ ସେହି ପିଲା ଉପରେ ବହୁତ ପ୍ରଭାବ ପକାଇଥାଏ । ଏହି ଯେପରି ଅନେକ ପିଲା ରାତି ସମୟରେ ଜନ୍ମ ହେଇଥିବା ବେଳେ ଆଉ ଅନେକ ପିଲା ଦିନ ସମୟରେ ଜନ୍ମ ହୋଇଥାନ୍ତି । ତେବେ ରାତି କିମ୍ବା ଦିନରେ ଜନ୍ମ ହେଇଥିବା ପିଲା ମାନଙ୍କ ସ୍ଵଭାବରେ ବହୁତ କିଛି ଅନ୍ତର ଦେଖିବାକୁ ମିଳିଥାଏ । ରାତି କିମ୍ବା ଦିନରେ ଜନ୍ମ ହୋଇଥିବା ପିଲାଙ୍କ ସ୍ଵଭାବ ମଧ୍ୟରେ କିଛି କ୍ଷେତ୍ରରେ ସମାନତା ରହୁଥିବା ବେଳେ ବହୁତ କିଛି କ୍ଷେତ୍ରରେ ଦିନରେ ଜନ୍ମ ହେଇଥିବା ପିଲା ରାତିରେ ଜନ୍ମ ହେଇଥିବା ପିଲାଙ୍କ ଠାରୁ ପୁରା ଅଲଗା ସ୍ଵଭାବର ହୋଇଥାନ୍ତି ।

ଦିନରେ ଜନ୍ମ ହୋଇଥିବା ପିଲାଙ୍କ ସ୍ଵଭାବ ବିଷୟରେ ପ୍ରଥମେ ଜାଣନ୍ତୁ । ଯେଉଁ ମାନେ ଦିନରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ଟିକେ କମ ସାହସୀ ଥାଆନ୍ତି । ସେମାନେ ଜୋଖିମ ଭରା କାମ ଠାରୁ ବଞ୍ଚି କରି ରହିଥାନ୍ତି । ସ୍ୱାସ୍ଥ୍ୟର ମାମଲାରେ ଦିନରେ ଜନ୍ମ ନେଇଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ରହିଥାନ୍ତି ।  ଦିନରେ ଜନ୍ମ ନେଇଥିବା ବ୍ୟକ୍ତି ବିଲକୁଲ କୌଣସି କାର୍ଯ୍ୟରେ ଆଳସ୍ୟ ଦେଖାଇ ନଥାନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିଥାଏ । ଏମାନେ ନିଜର ସବୁ କାର୍ଯ୍ୟକୁ ଭଲ ଭାବରେ ଏବଂ ସଚ୍ଚୋଟର ସହିତ କରିଥାନ୍ତି ।

ଏହି ବ୍ୟକ୍ତି ମାନେ ଅଧିକ ଭାବୁକ ହୋଇଥାନ୍ତି ଏବଂ ଅନ୍ୟର ଅସୁବିଧା ଏବଂ ଦୁଃଖ କିମ୍ବା କଷ୍ଟକୁ ଦେଖି ପାରନ୍ତି ନାହିଁ ସର୍ବଦା ସେମାନଙ୍କର ସାହାଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି । ଏହା ଛଡା ଏମାନେ ବହୁତ କମ ରାଗି ଥାଆନ୍ତି । କିନ୍ତୁ ସେମାନେ ଯଦି ରାଗି ଯାଆନ୍ତି ତେବେ ସେମାନେ ଶୀଘ୍ର ମାନି ମଧ୍ୟ ଯାଇଥାନ୍ତି । ଏହାଛଡା ନିଜ ପରିବାର ଏବଂ ନିଜର ଆଖ ପାଖରେ ଥିବା ଲୋକ ମାନଙ୍କର ମନ କଥା ବୁଝନ୍ତି ଏବଂ ସେମାନଙ୍କୁ ଖୁସିରେ ରଖିବା ପାଇଁ ସବୁବେଳେ ଚେଷ୍ଟା ମଧ୍ୟ କରନ୍ତି । ଏମାନେ ନିଜ ଜୀବନ ସାଥୀକୁ ବହୁତ ଭଲ ପାଇ ଥାଆନ୍ତି ଏବଂ ସେମାନଙ୍କ ପ୍ରତି ସର୍ବଦା ସଚ୍ଚୋଟ ମଧ୍ୟ ରହିଥାନ୍ତି ।

ତେବେ ଏବେ ଆସନ୍ତୁ ଜାଣିନେବା ରାତିରେ ଜନ୍ମ ହୋଇଥିବା ଲୋକ ମାନଙ୍କ ସ୍ଵଭାବ ବିଷୟରେ । ଏହି ଲୋକ ମାନଙ୍କ କୁଣ୍ଡଳୀରେ ବୃହସ୍ପତି ଏବଂ ରାହୁ ମଜବୁତ ଥାଆନ୍ତି । ଯେଉଁ କାରଣ ଯୋଗୁଁ ସେମାନଙ୍କ ପାଖରେ ଧନର ଅଭାବ ମଧ୍ୟ ରୁହେ ନାହିଁ । ଏମାନଙ୍କ ସ୍ଵଭାବ ବହୁତ ଆଲୋଚ୍ୟ ହୋଇଥାଏ ତେଣୁ ସେମାନେ କାହାର ବି ଆଲୋଚନା କରିବା ପାଇଁ ପଛ ଘୁଞ୍ଚା ଦିଅନ୍ତି ନାହିଁ ।

ଏମାନେ ବହୁତ ଶୀଘ୍ର ନୂତନ ମିତ୍ର ବନାଇ ପାରିଥାନ୍ତି । ସେମାନଙ୍କ ସ୍ଵଭାବ ବହୁତ ମିଶାଣିଆ ସେମାନେ ଶୀଘ୍ର ସମସ୍ତଙ୍କ ସହ ମିଶି ମଧ୍ୟ ଯାଆନ୍ତି । ଏମାନଙ୍କ ପାଖରେ ଆତ୍ମ ବିଶ୍ୱାସର କୌଣସି ଅଭାବ ନାହିଁ । ନିଜର କଥାକୁ ସେମାନେ ଦୃଢ଼ତା ଏବଂ ଲିଡର ଭାବେ ସାର୍ବଜନୀକ ଭାବେ ରଖି ପାରନ୍ତି । ଏମାନେ ବହୁତ ସାହାସି ଥାଆନ୍ତି । କୌଣସି ଜୋଖିମ ନେବା ପାଇଁ ଡରନ୍ତି ନାହିଁ । ଏମାନେ ଯେକୌଣସି ସମସ୍ୟାକୁ ମଧ୍ୟ ବହୁତ ଶୀଘ୍ର ଜାଣି ଦେଇଥାନ୍ତି ଏବଂ ଯଥାଶୀଘ୍ର ତାହାର ସମାଧାନ କରିବାକୁ ମଧ୍ୟ ଚେଷ୍ଟା କରନ୍ତି । ଏମାନେ ନିଜର ସବୁ କାର୍ଯ୍ୟକୁ ମଧ୍ୟ ଭଲ ଭାବରେ କରନ୍ତି ଏବଂ ନିଜର ଜୀବନ ସାଥିକୁ ମଧ୍ୟ ବହୁତ ଭଲ ପାଆନ୍ତି ।

ଏହି ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *