ଚପଲ ଚୋରୀ ହେବା ଶୁଭ ନା ଅଶୁଭ ! ଚପଲ ଓଲଟା ପଡିଲେ କ’ଣ ହୋଇଥାଏ ? Vastu tips

ବନ୍ଧୁଗଣ ଆମେ ପାଦରେ ପିନ୍ଧୁଥିବା ସାଧାରଣ ଚପଲ ଆମ ଜୀବନରେ କେତେ ମହତ୍ଵ ରଖିଥାଏ ? ତାହା କ’ଣ ଆପଣ ଜାଣିଛନ୍ତି କି ? ଆପଣ ମାନେ ନିହାତି କେବେ ନା କେବେ ଶୁଣିବାକୁ ପାଇଥିବେ । ଯେ ଯଦି ଘରର କୌଣସି ସଦସ୍ୟଙ୍କର ଚପଲ ଓଲଟା ପଡିକି ରହିଥାଏ । ତାହାକୁ ତୁରନ୍ତ ସିଧା କରି ରଖାଯିବାକୁ କୁହାଯାଇଥାଏ । ହେଲେ ଏମିତି କୁହାଯିବାର ପଛରେ କ’ଣ କାରଣ ରହିଛି ତାହା ଜାଣିଛନ୍ତି କି ?

ତେବେ ହଁ ବନ୍ଧୁଗଣ ଚପଲ ସହ ଜଡିତ କିଛି ମହତ୍ଵପୂର୍ଣ୍ଣ କଥା ବିଷୟରେ ଆପଣଙ୍କୁ ନିହାତି ଜାଣି ରଖିବାର ଆବଶ୍ୟକତା ରହିଛି । କାରଣ ଆମେ ଦୈନଦିନ ଏହି ଚପଲର ବ୍ୟବହାର କରୁଛେ । ଯଦି ଏହି ସମ୍ପର୍କରେ ଆମେ ଅବଗତ ନହୋଇବା । ତେବେ ଏହାର ଅଶୁଭ ପ୍ରଭାବ ଆମ ଜୀବନ ଉପରେ ପଡିବ ।

1- ସାଧାରଣତଃ ଆପଣଙ୍କର ଚପଲ ଯେତେବେଳେ ଛିଡିଯାଏ ତେବେ ଆପଣ ପରେ ଠିକ କରିଦେବେ ଭାବି ସାଇତି କରି ରଖିଥାନ୍ତି । ହେଲେ ଏହା ଆପଣ ଜାଣିପାରନ୍ତି ନାହିଁ କି ଏହି ଛିଡା ଚପଲ ଆପଣଙ୍କ ଘରେ ଝଗଡା ହେବାର କାରଣ ହୋଇଥାଏ ।

2- ଜୋତା ବା ଚାପଲକୁ ଘରର ଦୁଆର ମୁହଁରେ ଛିଡାକରି ରଖନ୍ତୁ ନାହିଁ । ଏହା ଦ୍ୱାରା ଘରକୁ ସବୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

3- ଘରର ଦୁଆର ମୁହଁରେ ଚପଲ ଓଲଟାଇବା କଥା ନୁହେଁ ଏହାଦ୍ୱାରା ଘରର ଉନ୍ନତି ହୋଇନଥାଏ । ଘରର ସିଡ଼ି ତଳେ ଚପଲ ଓ ଅନ୍ୟ ଅଳିଆ ଜିନିଷ ରଖିବା କଥା ନୁହେଁ ।  ଏହାଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ।

4- ବାସ୍ତୁ ଶାସ୍ତ୍ର ଅନୁସାରେ କେବେ ଗିପ୍ଟରେ ମିଳିଥିବା ଜୋତାକୁ ପିନ୍ଧିବା କଥା ନୁହେଁ । ଏମିତି କରିବାଦ୍ୱାରା କ୍ୟାରିଅରରେ ଖରାପ ପ୍ରଭାବ ପଡିଥାଏ ।

5- ଆମକୁ ଛିଡା ଚପଲ ପିନ୍ଧିବା ଉଚିତ ନୁହେଁ । ଛିଣ୍ଡା ଚପଲ ପିନ୍ଧି ବାହାରକୁ ଯିବା ଦ୍ଵାରା ଆମ କ୍ୟାରିଅରରେ ମିଳୁଥିବା ସଫଳତା ଅସଫଳତାରେ ପରିଣତ ହୋଇଥାଏ ।

6- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟର ପାଦରେ ଶନିଦେବଙ୍କର ବାସ ହୋଇଥାଏ । ତେଣୁ ଶନିବାର ଦିନ ଚପଲ କିଣିବା ଉଚିତ ନୁହେଁ । ଯଦି ଭଗବାନ ଶନିଦେବଙ୍କ ଖରାପ ପ୍ରଭାବ କାହା ଉପରେ ପଡିଛି । ତେବେ ଶନିବାର ଦିନ ଶନି ମନ୍ଦିରରେ ଚପଲ ଛାଡି ଆସିବା ଦ୍ୱାରା ସବୁ ଦୋଷ ଦୂର ହୋଇଥାଏ । ଚପଲ ହଜିବା ମଧ୍ୟ ଶୁଭ ହୋଇଥାଏ । ଏହାଦ୍ୱାରା ଅଶୁଭ ଗ୍ରହ ଶୁଭ ହୋଇଯାଇଥାଏ । ଶନିବାର ଦିନ ଚପଲ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ବିଶେଷ କରି ଚମଡା ଜୋତା ଦାନ କରିବା ଶୁଭ ହୋଇଥାଏ । ରୋଷେଇ ଘରକୁ କେବେବି ଜୋତା ପିନ୍ଧି ଯାଆନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କର ଦୁର୍ଭାଗ୍ୟ ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *