ମାଛ ଖାଉଥିବା ଲୋକ ଏହାକୁ ନିଶ୍ଚୟ ଜାଣନ୍ତୁ, ଗଳାରେ ମାଛକଣ୍ଟା ଲାଗିଲେ ତୁରନ୍ତ କରିନିଅନ୍ତୁ ଏହି କାମ ଏବଂ ପାଆନ୍ତୁ ଆରାମ…

ବନ୍ଧୁଗଣ କିଛି ଲୋକ ନିରାମିଷ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଆମିଷ ଖାଇବାକୁ ଭଲ ପାଇଥାନ୍ତି । ତେବେ ଆମିଷ ଖାଉବାକୁ ପସନ୍ଦ କରୁଥିବା ଲୋକମାନେ ପ୍ରାୟତଃ ମାଛ ଖାଇବାରେ ଅଧିକ ରୁଚି ରଖିଥାନ୍ତି । ମାଛରେ ପୁଣି ଅନେକ ପ୍ରକାରର ମାଛ ରହିଥାଏ । ଆପଣମାନେ ଏହା ତ ନିହାତି ଜାଣିଥିବେ । ଯେ ମାଛ ମାନେ ସେଥିରେ କଣ୍ଟା ରହିବା ମଧ୍ୟ ସାଧାରଣ କଥା ଅଟେ । ତେବେ ଯଦି ଖାଇବା ସମୟରେ ଭୁଲ ବଶତଃ ଗଳାରେ କଣ୍ଟା ଲାଗିଯାଇଥାଏ । ତେବେ ତାହା ବହୁତ କଷ୍ଟଦାୟକ ସମୟ ସମସ୍ତଙ୍କ ପାଇଁ ହୋଇଥାଏ ।

ସେଥିପାଇଁ କିଛି ଲୋକ ମାଛର କଣ୍ଟା ଭୟରେ ତାହାକୁ ଖାଇବାକୁ ଭୟ କରିଥାନ୍ତି । ଅନ୍ୟ ପକ୍ଷରେ କିଛି ଲୋକ ଏହି କଣ୍ଟା ପାଇଁ ମାଛ ବଦଳରେ ମାଂସ ଖାଇବାରେ ଅଧିକ ରୁଚି ରଖିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଗଳାରୁ କିପରି ମାଛ କଣ୍ଟାକୁ ସହଜରେ ବାହାର କରିପାରିବେ ତାହାର ଅତି ସହଜ ଉପାୟ କହିବାକୁ ଯାଉଛୁ । ବନ୍ଧୁଗଣ ଯେତେବେଳେ ଆମେମାନେ ମାଛ ଖାଇବାକୁ ବସିଥାଉ । ବେଳେବେଳେ ମାଛ ଖାଉ ଖାଉ ମାଛର କଣ୍ଟା ଆସି ଆମ ତଣ୍ଟିରେ ଲାଗିଯାଇଥାଏ ।

ଯେଉଁ ପର୍ଯ୍ୟନ୍ତ ସେହି ମାଛର କଣ୍ଟାଟି ଆମ ତଣ୍ଟିରେ ଲାଗିକି ରହିଥାଏ । ସେହି ସମୟଟି ଆମ ପାଇଁ ବହୁତ କଷ୍ଟଦାୟକ ତଥା ବିରକ୍ତିକର ହୋଇଥାଏ । ତେଣୁ ଯଦି ଆପଣ ମାନେ ମାଛ ଖାଇବା ସମୟରେ ଆପଣଙ୍କ ତଣ୍ଟିରେ ଆସି ମାଛର କଣ୍ଟା ଲାଗିଯାଏ । ତେବେ ଆପଣ ସେହି ସମୟରେ ଅଧିକ ଭୟଭୀତ ହୋଇଯିବେ ନାହିଁ । ଆପଣ ସେହି ସମୟରେ ଉଷୁନା ଚାଉଳରୁ ପ୍ରସ୍ତୁତ ଭାତ 2 ରୁ 3 ମୁଠା ଆଣି ତାହାକୁ ପାଟିରେ ନଚୋବାଇ ସିଧା ତାହାକୁ ଗିଳିବାକୁ ଚେଷ୍ଟା କରିବେ ।

ଦେଖିବେ କିଛି କ୍ଷଣିକ ଭିତରେ ମାଛର କଣ୍ଟାଟି ତଣ୍ଟିରୁ ତଳକୁ ଖସିଯିବ । ଯଦି ସଙ୍ଗେ ସଙ୍ଗେ ଭାତ ସେଠାରେ ନମିଳେ । ତେବେ ଆପଣ ଚୂଡା ମଧ୍ୟ ଖାଇ ମାଛ କଣ୍ଟାକୁ ତଣ୍ଟିରୁ ଖସାଇ ପାରିବେ । ନହେଲେ ଭାତ କିମ୍ବା ଚୂଡା ବ୍ଯତୀତ ଆପଣ କଦଳୀ ଦ୍ଵାରା ମଧ୍ୟ ମାଛ କଣ୍ଟାକୁ ଖସାଇ ପାରିବେ ।

ଆପଣ ଗୋଟିଏ ରୁ ଦୁଇଟି ପାଚିଲା କଦଳୀ ମୁହଁ ଭିତରେ ପୁରାଇ ରଖିବାକୁ ଚେଷ୍ଟା କରନ୍ତୁ । ଯେପରି ଆପଣଙ୍କ ପାଟି ଟିକେ ମେଲା ହେବାକୁ ଲାଗିବ। ତାହାରି ମଧ୍ୟରେ ମାଛର କଣ୍ଟାଟି ତଳକୁ ଖସିଯିବ । ହେଲେ ମାଛର କଣ୍ଟାକୁ ତଣ୍ଟିରୁ ଖସାଇବା ପାଇଁ ସବୁଠାରୁ ବେଷ୍ଟ ଉପାୟ ହେଉଛି ଭାତ । ଭାତ ଖାଇକି ମାଛର କଣ୍ଟାକୁ ତଣ୍ଟିରୁ ଆରାମରେ ଖସାଇ ପାରିବେ । ହେଲେ ତଣ୍ଟିରେ କଣ୍ଟା ଅଟକି ଯାଇଥିବା ବେଳେ ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ ।

ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *