ପିଲାଙ୍କ ଜିଦିଆ ସ୍ଵଭାବ ପାଇଁ ଚିନ୍ତିତ କି ? ଏହି କାମ କରନ୍ତୁ, ପିଲା ଆପଣଙ୍କ ସବୁ କଥା ମାନିବ (Parenting tips)

ଆଜିକାଲି ଘରେ ଘରେ ସବୁ ବାପାମାଆଙ୍କର ଗୋଟେ ବଡ ଟେନସନ ହେଉଛି ପିଲାଙ୍କ ଅବୁଝାପଣ । ପିଲାମାନେ ବାପମାଆଙ୍କ ସହ କୌଣସି କଥା ଠିକ ଭାବେ ଶେୟାର କରିବାକୁ ଚାହୁଁନାହାନ୍ତି କି ବାପାମାଆଙ୍କ କଥାକୁ ଠିକରେ ଶୁଣୁନାହାନ୍ତି । କାରଣ ପିଲାମାନେ ବେଳେବେଳେ ଏତେ ଜିଦିଆ ହୋଇଯାଆନ୍ତି । ଯେ ବାପାମାଆ କି ଘରର କୌଣସି ସଦସ୍ୟଙ୍କର କଥା ମୋଟେ ଶୁଣିନଥାନ୍ତି ।

ଅପର ପକ୍ଷରେ ବହୁତ ବାପାମାଆ ମାନେ ଚାକିରୀ କରୁଛନ୍ତି । ତେଣୁ ଘର କାମ ଓ ବାହାର କାମ ମଧ୍ୟରେ ସେମାନେ ପିଲାଙ୍କୁ ଠିକ ସେ ସମୟ ବି ଦେଇପାରୁନାହାନ୍ତି । ସେଥିପାଇଁ ସେମାନେ ସବୁବେଳେ ମୋବାଇଲ, ଟିଭି, ଭିଡିଓ ଗେମରେ ବ୍ୟସ୍ତ ରହୁଛନ୍ତି । ଯାହାଫଳରେ ପିଲାମାନେ ଅଧିକ ଜିଦିଆ ସ୍ଵଭାବର ହୋଇଯିବା ସଙ୍ଗେ ସଙ୍ଗେ ପାଠ ପଢା ପ୍ରତି ମଧ୍ୟ ଜମାରୁ ଧ୍ୟାନ ଦିଅନ୍ତି ନାହିଁ । ତେବେ ବନ୍ଧୁଗଣ ଆପଣ ଯଦି ପିଲାଙ୍କର ପିତାମାତା ଅଟନ୍ତି ।

ତେବେ ଆପଣ ନିଜ ପିଲାକୁ ଠିକ ବାଟରେ ଆଣି ଭବିଷ୍ୟତରେ ଜଣେ ଭଲ ମଣିଷ କରିବାକୁ ଚାହୁଁଥିଲେ ଏହି ସବୁ କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ । ତେବେ ଆପଣଙ୍କ ବ୍ୟସ୍ତତା ଭରା ଜୀବନରେ ମଧ୍ୟ ଆପଣ ଏହି ଦୂରତାକୁ କମାଇ ପାରିବେ । ସେଥିପାଇଁ ଆପଣ ଯେତିକି ବି ସମୟ ଘରେ ଅତିବାହିତ କରୁଛନ୍ତି ସେତିକି ସମୟର ଉଚିତ ଫାଇଦା ଉଠାନ୍ତୁ । ପ୍ରଥମେ ଆପଣ ପ୍ରତିଦିନ ସକାଳୁ ନିଜ ପିଲାର ଯତ୍ନ ନିଅନ୍ତୁ ।

ପିଲା ଯଦି ସକାଳୁ ଉଠିବା ପାଇଁ ମନା କରୁଛି ବା ଉଠୁନାହିଁ । ତେବେ ତା ଉପରେ ବିଲକୁଲ ରାଗନ୍ତୁ ନାହିଁ ବା ବିରକ୍ତ ହୁଅନ୍ତୁ ନାହିଁ । ପିଲା ପାଖରେ ବସି ତାକୁ ମିଠା ମିଠା କଥା କହି ଉଠାଇବାକୁ ଚେଷ୍ଟା କରନ୍ତୁ । ସେହି ପରି ଦିନରେ ଯେତେବେଳେ ବି ଆପଣଙ୍କୁ ଫାଙ୍କା ସମୟ ମିଳୁଛି । ଆପଣ ସେହି ସମୟ ନିଜ ପିଲାଙ୍କୁ ଦେବାକୁ ଚେଷ୍ଟା କରନ୍ତୁ । ରାତିର ଭୋଜନ ସମୟରେ ପିଲା ମାନଙ୍କ ସହ ଦିନ ସାରା ଘଟିଥିବା କଥା ସବୁ ପରସ୍ପର ମଧ୍ୟ ଶେୟାର କରନ୍ତୁ ।

ଏମିତି କରିବା ଦ୍ଵାରା ପିଲା ମାନଙ୍କ ସହ ଆପଣଙ୍କ ସମ୍ପର୍କ ବହୁତ ଭଲ ରହିବ । ରାତିରେ ଶୋଇବା ସମୟରେ ପିଲା ସହ କଥା ହୋଇବା ସହ ତାକୁ କିଛି ସକାରାତ୍ମକ ଜ୍ଞାନ ଦିଅନ୍ତୁ । ଏଥିପାଇଁ ଆପଣ କିଛି କାହାଣୀର ମଧ୍ୟ ପିଲାଙ୍କୁ କହି ଶୁଣାଇପାରିବେ । ଦେଖିବେ ଆପଣ ଆପଣଙ୍କ ପିଲା ସହ ଯେତେ ମିଳିମିଶି ରହିବେ ପିଲା ସେତେ ଆପଣଙ୍କ କଥା ମାନିବେ । ଏଥିସହ ପିଲା ନିଜର ସବୁ କିଛି ମନର କଥା ଆପଣଙ୍କ ସହ ଶେୟାର କରିବାକୁ ମନରେ କୁଣ୍ଠାବୋଧ କରିବ ନାହିଁ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ବିଲକୁଲ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *