ଚେହେରା କୁ ଏତେ ଗୋରା ଓ ଚମକଦାର କରି ଦବ ଏହି ଘରୋଇ ଉପାୟ, ଦେଖୁଥିବା ଲୋକ ହୋଇ ଯିବେ ଆଶ୍ଚର୍ଯ୍ୟ

ସମସ୍ତଙ୍କୁ ନିଜ ଚେହେରା ସହ ବହୁତ ଭଲ ପାଇବା ରହି ଥାଏ, ସେ ଝିଅ ହେଉ ବା ପୁଅ ସମସ୍ତଙ୍କୁ ନିଜ ଚେହେରା ପ୍ରିୟ ହୋଇ ଥାଏ । ପ୍ରାୟତଃ ଝିଅମାନେ ନିଜ ଚେହେରା ପ୍ରତି ବହୁତ ଭାବୁକ ହୋଇ ଥାନ୍ତି, ଝିଅମାନେ ନିଜ ଚେହେରା ସୁନ୍ଦର କରିବା ପାଇଁ ବହୁତ ପ୍ରକାର ଜିନିଷ ଉପଯୋଗ କରି ଥାନ୍ତି ତେବେ ଏତେ କେମିକଲ ଜିନିଷ ଦ୍ଵାରା ତାଙ୍କ ଚେହେରା ଖରାପ ହୋଇ ଥାଏ ଏବଂ ତାଙ୍କ ତ୍ଵଚା ମଧ୍ୟ ଖରାପ ହୋଇ ଥାଏ ।

ନିଜ ସୁନ୍ଦରତା ସେମିତି ରଖିବା ପାଇଁ ଝିଅମାନେ ପାର୍ଲର ଯାଇ ଥାନ୍ତି ଏବଂ ବହୁତ ଟଙ୍କା ଖର୍ଚ କରି ମଧ୍ୟ ବହୁତ ଲୋକ ନିଜ ତ୍ଵଚା ଖରାପ ପାଇ ଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟ ରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହବ ଏବଂ ପ୍ରାକୃତିକ ହୋଇ ଥାଏ ।

ତେବେ ଆସନ୍ତୁ ଜାଣିବା ଏହି ସରଳ ଏବଂ ପ୍ରାକୃତିକ ଉପାୟ ବିଷୟରେ :

ଏହି ଉପାୟ ପାଇଁ ଆପଣଙ୍କୁ ୩ଟି ଜିନିଷ ଦରକାର ପଡିବ ଲେମ୍ବୁ, ଚିନୀ ଓ ଏଲୋବେରା, ଆପଣ ସମସ୍ତେ ଜାଣିଥିବେ ଯେ ଲେମ୍ବୁ ରେ ବିଟାମିନ ସି ଏବଂ ସାଇଟ୍ରିକ ଏସିଡ ହୋଇ ଥାଏ ଯାହା ଚେହେରାକୁ ଗ୍ଲୋ କରି ଥାଏ । ଏଲୋବେରା ରେ ବହୁତ ପ୍ରକାର ପ୍ରାକୃତିକ ଗୁଣ ହୋଇ ଥାଏ ଯାହା ଆପଣଙ୍କ ଚେହେରା ଧ୍ୟାନ ରଖି ଥାଏ ଏବଂ ଚେହେରା ସୁନ୍ଦର କରିବା ରେ ଆପଣଙ୍କୁ ସାହାଯ୍ୟ କରି ଥାଏ ।

ଗୋଟେ ଅଧ୍ୟୟନ ଅନୁଯାଇ ଏଲୋବେରା ଗୁଣ ପାଇଁ ଚେହେରାକୁ ପୋଷଣ ପ୍ରାପ୍ତ ହୋଇ ଥାଏ । ଚିନୀ ରେ ସ୍କ୍ରାବ ଗୁଣ ହୋଇ ଥାଏ ଯାହା ଦ୍ଵାରା ଅସ୍ନା ଚେହେରାରୁ ବାହାର ହୋଇ ଥାଏ, ତେବେ ଆପଣ ବୁଝି ପାରୁଥିବେ ଆମେ ଆପଣଙ୍କୁ ଏହି ୩ଟି ଜିନିଷ ବିଷୟରେ କାହିଁକି କହିଲୁ । ସର୍ବ ପ୍ରଥମେ ଏଲୋବେରା ନେଇ ତାକୁ ଗୋଟେ ଫାଳ ଛେଲି ଦିଅନ୍ତୁ ଏହା ପରେ ଲେମ୍ବୁ ୨-୩ ବୁନ୍ଦା ଏଲୋବେରା ଉପରେ ଲଗାନ୍ତୁ ଏହା ପରେ ଚିନୀ ଏଲୋବେରା ଉପରେ ଲଗାନ୍ତୁ ।

ଏଥର ସେହି ଏଲୋବେରା କୁ ନିଜ ଚେହେରା ଉପରେ ଲଗେଇବା ଆରମ୍ଭ କରନ୍ତୁ ସେହି ଏଲୋବେରା ନେଇ ୫-୬ ମିନିଟ ମସାଜ କରନ୍ତୁ । ଏହା ପରେ ୧୫-୨୦ମିନିଟ ପାଇଁ ତାକୁ ଚେହେରା ଉପରେ ସୁଖିବା ପାଇଁ ଛାଡି ଦିଅନ୍ତୁ । କିଛି ସମୟ ପରେ ଏହା ଶୁଖିଲା ପରେ ଥଣ୍ଡା ପାଣି ରେ ଚେହେରା ଧୋଇ ଦିଅନ୍ତୁ । ଏହି ଉପାୟ ସପ୍ତାହ ରେ ୩-୪ ଥର କରନ୍ତୁ ଦେଖିବେ ଆପଣ ମଧ୍ୟ ଅନୁଭବ କରିବେ ଏହାର ଚମତ୍କାର ।

Leave a Reply

Your email address will not be published. Required fields are marked *