ଏହି ୪ଟି ଉପାୟ ଦ୍ଵାରା ଘର ନକାରାତ୍ମକତା ଦୂର ହୋଇଥାଏ, ତେବେ ଆସନ୍ତୁ ଜାଣିବା

ଆପଣ ପ୍ରାୟତଃ ଏହା ଅନୁଭବ କରିଥିବେ ଯେ ବିନା କୌଣସି କାରଣ ଘରେ ଝଗଡା ହୋଇଥାଏ, ଓ ଏହା ସବୁ ଦ୍ଵାରା ଆପଣଙ୍କ ମନ ଚିନ୍ତିତ ରହିଥାଏ । ବ୍ୟକ୍ତିର ବହୁତ ପ୍ରୟାଶ ପରେ ମଧ୍ୟ ଘର ପରିସ୍ଥିତି ଭଲ ହୋଇ ନଥାଏ ଓ ଘର ଉପରେ ଆର୍ଥିକ ସଙ୍କଟ ଆସିଥାଏ । କେତେ ପ୍ରକାର ଅସୁବିଧା ଓ ସମସ୍ଯା ସେହି ଘରେ ରହୁଥିବା ଲୋକଙ୍କୁ ସାମ୍ନା କରିବାକୁ ପଡିଥାଏ, ଏହାର ମୁଖ୍ୟ କାରଣ ସେହି ଘରେ ଥିବା ନକାରାତ୍ମକତା ଅଟେ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଘର ନକାରାତ୍ମକତା ଦୂର କରିବାରେ ଆପଣଙ୍କୁ ସାହାଜ୍ଯ କରିଥାଏ, ତେବେ ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ ।

ତୁଳସୀ ଗଛ :

ଘରେ ତୁଳସୀ ଗଛ ରଖିବା ବହୁତ ଶୁଭ ବୋଲି ମାନ୍ୟତା ଅଟେ, ଏହି ଗଛ ଆମକୁ ସବୁଠାରୁ ଅଧିକ ଆକ୍ସିଜନ ଦେଇଥାଏ, ତୁଳସୀ ଗଛ ଘର ବାତାବରଣ ସୁଧ କରିଥାଏ ଏହା ସହ ଘରେ ସକାରାତ୍ମକ ଊର୍ଜା ଘରେ ବାସ କରିଥାଏ ।

ଫୁଲତୋଡା :

ଘରେ ସୁନ୍ଦର ଓ ତାଜା ଫୁଲ ରଖିବା ବହୁତ ଆବଶ୍ୟକ ଅଟେ, ଏହାର ସୁନ୍ଦର ସୁଗନ୍ଧ ଦ୍ଵାରା ମନକୁ ଶାନ୍ତି ପ୍ରାପ୍ତ ହୋଇଥାଏ, ଏହା ସହ ସକାରାତ୍ମକ ଊର୍ଜା ମଧ୍ୟ ପ୍ରାପ୍ତ ହୋଇଥାଏ, ଏହା ଦ୍ଵାରା ଘର ବାତାବରଣ ସୁଖମୟ ହୋଇଥାଏ । କିନ୍ତୁ ଫୁଲ ମଉଳି ଗଲେ ଏହାକୁ ବଦଳି ଦିଅନ୍ତୁ ।

ତାଳି ବଜାନ୍ତୁ :

ପ୍ରାୟତଃ ଲୋକ ପୂଜା ଓ ଆରତୀ ସମୟରେ ତାଳି ବଯାନ୍ତି, ଯଦି ଆପଣ ଏମିତି କରନ୍ତି ନାହିଁ ତେବେ ଆଜି ଠାରୁ ଆରମ୍ଭ କରନ୍ତୁ ପୂଜା କରିବା ସମୟରେ ତାଳି ବଜାନ୍ତୁ । ଏହା ଦ୍ଵାରା ଆପଣଙ୍କ ଶରୀରରେ ରକ୍ତ ସଂଚାର ହୋଇଥାଏ ଏବଂ ଘରେ ସକାରାତ୍ମକ ଊର୍ଜା ମଧ୍ୟ ସଂଚାର ହୋଇଥାଏ ।

ଲୁଣ :

ବାସ୍ତୁ ଅନୁଯାଇ ଲୁଣ ଖାଇବା ଦ୍ଵାରା ଘରୁ ନକାରାତ୍ମକ ଊର୍ଜା ଦୂର ହୋଇଥାଏ, ଏମିତି ରେ ପ୍ରତିଦିନ ପାଣିରେ ଅଳପ ଲୁଣ ପକେଇ ସେହି ଲୁଣ ପାଣି ରେ ଘର ପୋଛିବା ଉଚିତ ଅଟେ । ଏହା ସହ ବାଥ୍ରୁମ ଠାରୁ ଆରମ୍ଭ କରି ସବୁ କଣ ରେ ଗୋଟେ ଗୋଟେ କାଚ ବୋତଲ ରେ ଲୁଣ ରଖି ଦିଅନ୍ତୁ, ଏହା ଦ୍ଵାରା ଘରେ ନକାରାତ୍ମକ ଊର୍ଜା ବାସ କରିବା ନାହିଁ ।

Leave a Reply

Your email address will not be published. Required fields are marked *