ଆଜିକା ସମୟରେ ଛୁଆ ହଜିବା ସାମନ୍ୟା କଥା ହୋଇଯାଇଛି, ଭାରତରେ ପ୍ରତି ବର୍ଷ ୬୦,୦୦୦ ଠାରୁ ଅଧିକ ଛୁଆ ଗାୟବ ହୋଇଥାନ୍ତି, ଏଥିରେ କେତେ ଛୁଆ ହଜି ଯାଇଥାନ୍ତି, କେତେ କିଡ୍ନାପ ହୋଇଥାନ୍ତି, କେତେ ଦୁର୍ଘଟଣା ଶିକାର ହୋଇଥାନ୍ତି, ତେବେ ଏହା କହିବା ବହୁତ କଠିନ ଯେ କେଉଁ ଛୁଆ ସହ କଣ ହୋଇଛି । ଆଜି ଆମେ ଆପଣଙ୍କୁ ୬ ବର୍ଷ ଗୋଟେ ଏମିତିକା ଛୁଆ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖୋଜିବା ପାଇଁ ପୁରା ସହର ଆସିଥିଲା ଆଉ ଏହା ପରେ କଣ ହେଲା ଆସନ୍ତୁ ବିସ୍ତାର ସହ ଜାଣିବା ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଛୁଆ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖୋଜିବାରେ ପୁରା ସହର ସାହାଜ୍ଯ କରିଥିଲା । କେଡେନ ଲିଚ ନାମକ ଗୋଟେ 6 ବର୍ଷ ଛୁଆ ବ୍ଳାଉନ କନଡିସ ନାମକ ଜାଗାରେ ନିଜ ମା ବାପା ସହ ରହୁଥିଲା । କେଡେନକୁ ବାହାରେ ଖେଳିବା ବହୁତ ପସନ୍ଦ ଥିଲା, କେଡେନ ପ୍ରାୟତଃ ସନ୍ଧ୍ୟା ବେଳେ ବାହାର ଖେଳିବାକୁ ଯାଇଥାଏ, ତେବେ ଗୋଟେ ଦିନ କେଡେନ ବହୁତ ସନ୍ଧ୍ୟା ହେଲା ପରେ ମଧ୍ୟ ଘରକୁ ଫେରିଲା ନାହିଁ ଯାହା ପରେ ମା ବାପାକୁ ଟେନସନ ହେଲା ଓ ସେ ନିଜ ଛୁଆକୁ ଖୋଜିବାକୁ ବାହାରିଲେ ।

ବହୁତ ଖୋଜିଲା ପରେ ଓ ସାଙ୍ଗ ମାନଙ୍କୁ ପଚାରିଲା ପରେ ମଧ୍ୟ କେଡେନ ଖବର କିଛି ମିଳିଲା ନାହିଁ ଯାହା ପରେ କେଡେନ ମା ବାପା ପୋଲିସ ପାଖକୁ ଗଲେ, ପୋଲିସ ଛୁଆକୁ ଖୋଜିବା ପାଇଁ ନିଜ ଟିମ ଜାରି କଲେ । ପୋଲିସ ହମିଙ୍ଗ ନାମକ ୨୦୦୦ ଏକଡ ଜମି ଉପରେ ଛୁଆକୁ ଖୋଜିବାକୁ ଲାଗିଲେ, ତେବେ ପୋଲିସ ନିଜ ତରଫରୁ ପୂର୍ଣ ପ୍ରୟାସ କରୁଥିଲେ, ସୋଶିଅଲ ମିଡିଆ ଓ ଆଖ ପାଖ ଟାଉନରେ ଛୁଆ ଫଟୋ ଛାଡି ଦିଆ ଗଲା ଯାହା ଦ୍ଵାରା କେହି ଛୁଆର କିଛି ଖବର ପାଇଲେ ପୋଲିସକୁ ଇନଫର୍ମ କରି ପାରିବେ ।

ତେବେ ମେଗାନ କେଶଲର ନାମକ ଜଣେ ମହିଳା ପୋଲିସକୁ ସାହାଜ୍ଯ କରିବା ପାଇଁ ଇଛା କଲେ କିନ୍ତୁ ପୋଲିସ ମନା କରି ଦେଲେ ଯାହା ପରେ ସେ ନିଜ ତରଫରୁ ନିଜ କ୍ୟାନ୍ତୀନରେ ରେସକ୍ୟୁ ଟିମ ପାଇଁ ଖାଇବା ବ୍ୟବସ୍ତା କଲେ । ତେବେ ୨୨ ଘଣ୍ଟା ବହୁତ ପ୍ପାରିଶ୍ରମ କଲା ପରେ ପୋଲିସ କେଡେନକୁ ଖୋଜି ପାଇଲେ ଓ କେଡେନକୁ କୌଣସି ପ୍ରକାର ଆଘାତ ନ ଦେଖି ସମସ୍ତେ ନିଶ୍ଚିନ୍ତ ହେଲେ କିନ୍ତୁ ଏହି ଷ୍ଟୋରି ହିରୋ କେବଳ ପୋଲିସ ନୁହନ୍ତି କେଡେବ କୁକୁର କ୍ୟୁନୀ ମଧ୍ୟ ଏହି ଷ୍ଟୋରି ହିରୋ ଅଟେ କାହିଁକିନା ଏତେ ସମୟ କେଡେନ ସହ କ୍ୟୁନୀ ଥିଲା ଓ କେହି କେଡେନକୁ ଆଘାତ ନକରୁ ଏହାର ଧ୍ୟାନ ରଖିଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।