ଆଜିକା ସମୟରେ ଲୋକଙ୍କ ଖାଦ୍ଯ ପ୍ରଣାଳୀ ଏମିତି ହୋଇଯାଇଛି ଯାହା ଦ୍ଵାରା ସ୍ୱାସ୍ଥ୍ୟ ଭଲ ହବା ବଦଳରେ ଖରାପ ହେଉଛି । ତେବେ ଲୋକ ଆଜିକା ସମୟରେ ଅତ୍ୟଧିକ ତେଲ ଓ ମସଲା ସହ ଚିନୀ ଜିନିଷ ଅଧିକ ସେବନ କରିଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ସେହି ଲୋକ ଭିତରେ ଦେଖା ଦେଇଥାଏ ଯାହା ପେଟରେ ପୋକ ହୋଇଥାଏ । ତେବେ ବାବା ରାମଦେବ ଏହାର ଉପଚାର ମଧ୍ୟ କହିଛନ୍ତି ।

ତେବେ ବାବା ରାମଦେବ କହିଛନ୍ତି ଆଡୁ ପତ୍ର ବାଟି ୨ରୁ ୩ ଚାମଚ ରସ ଏହାର ସେବନ କରନ୍ତୁ, ଅଳପ ଗୁଡ ଖାଇ ଆଡୁ ରସ ପତ୍ର ସେବନ କରନ୍ତୁ । ତେବେ ଆଡୁ ରସ ବହୁତ ଲାଭକାରୀ ହୋଇଥାଏ ଏହାକୁ ପଶୁ ମାନଙ୍କ ଶରୀରରେ ପୋକ ପଡିଗଲେ ମଧ୍ୟ ବ୍ୟବହାର କରା ଯାଏ ଯାହା ପରେ ଆଡୁ ପତ୍ର ବାଟି ତା ରସ ଲଗାଇଲେ ପଶୁ ମାନଙ୍କ ଶରୀରରେ ହୋଇଥିବା ପୋକ ମଧ୍ୟ ମାରି ଯାଇଥାନ୍ତି ।

୨. ମରୁଆ ଚଟଣି କରି କ୍ଷାନ୍ତୁ ଏହା ଦ୍ଵାରା ଆପଣଙ୍କ ପେଟ ସବୁ ପୋକ ମରିଯିବେ ଓ ଆପଣଙ୍କୁ ଆରାମ ମିଳିବ ।
୩. ପେଟ କୁର୍ମି ପାଇଁ ଘରୋଇ ଉପଚାର ୧ରୁ ୨ ଗ୍ରାମ କପିଲା ଚୁରଣ ସକାଳେ – ସନ୍ଧ୍ୟାରେ ଖାନ୍ତୁ, ଛୋଟ ଛୁଆଙ୍କୁ କୁର୍ମି ହେଲେ ତାଙ୍କୁ କପିଲା ଚୁର୍ଣ ଅର୍ବିନ୍ଦାସବ ଓ ବିଡଙ୍ଗାସବ ପିଆନ୍ତୁ । ତେବେ ପ୍ରାୟତଃ ଛୁଆଙ୍କୁ କୁର୍ମି ହୋଇଥାନ୍ତି କାହିଁକିନା ଛୋଟ ଛୁଆ ଅଧିକ ମିଠା ଜିନିଷ ସେବନ କରନ୍ତି ଯାହା ଦ୍ଵାରା ତାଙ୍କ ଦାନ୍ତ ମଧ୍ୟ ଖରାପ ହୋଇଥାଏ । ତେବେ ଯେଉଁ ଛୁଆଙ୍କୁ ପେଟରେ କୁର୍ମି ହୋଇଥାଏ ସେହି ଛୁଆ ଭଲ ଭାବରେ ଖାଦ୍ୟ ସେବନ କରି ପାରନ୍ତି ନାହିଁ ଓ ତାଙ୍କ ପେଟରେ ସବୁବେଳେ କଷ୍ଟ ହୋଇଥାଏ ସେଥିପାଇଁ ଆପଣ ଏହି ଔଷଧ ତାଙ୍କୁ ପିଆନ୍ତୁ ଦେଖିବେ ବହୁତ ଶୀଘ୍ର ଆପଣ ଏହାର ପ୍ରଭାବ ଦେଖିବାକୁ ପାଇବେ ।

୪. ଛୁଆଙ୍କୁ ବା ବଡ ମାନଙ୍କୁ କୁର୍ମି ହେଲେ ଟମାଟର ଲୁଣ ଲଗେଇ ଖାଇଲେ ମଧ୍ୟ ପେଟ କୁର୍ମି ମାରି ଥାନ୍ତି । ତେବେ ଛୁଆ ହୁଅନ୍ତୁ ବା ବଡ ଯେଉଁ ବ୍ୟକ୍ତି କପାଳ ଭାରତି ପ୍ରାଣାୟାମ କରିଥାନ୍ତି ତାଙ୍କ ପେଟରେ କେବେ କୁର୍ମି ବା ଅନ୍ୟ ପୋକ ହେଇନଥାନ୍ତି ଓ ଯଦି ଆଗରୁ ହୋଇଯାଇଛନ୍ତି ତେବେ ଏହି ପ୍ରାଣାୟାମ ଦ୍ଵାରା ସବୁ ସମାପ୍ତ ହୋଇଯାଇ ଥାନ୍ତି ସେଥିପାଇଁ ପ୍ରତି ଦିନ ସକାଳେ କିଛି ଯୋଗ କରନ୍ତୁ ଆପଣ ସୁରକ୍ଷିତ ରହିବେ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ