Jokes- ପ୍ରେମିକ ନିଜ ପ୍ରେମିକା ଘରେ ଥିଲା ଓ ହଟାତ ଚାକରାଣୀ ଆସିଗଲା, ଆଉ ତା ପରେ ଯାହା ହେଲା ଜାଣି ହସି ହସି ଗଡିବେ

ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ । ଆମେ ଆପଣଙ୍କ ପାଇଁ ଏମିତି ମାଜଦାର ଜୋକସ ନେଇକି ଆସିଛୁ ଯାହା ଆପଣ ପଢିଲେ ହସି ହସି ଗଡିଯିବେ । ତ ଆସନ୍ତୁ ଆରମ୍ଭ କରିବା ହସର ପସରା ….

୧. ଜଣେ ପ୍ରେମିକ ନିଜ ପ୍ରେମିକା ର ଆଖି କୁ ଦେଖି କହିଲା ଡାର୍ଲିଙ୍ଗ ତୁମ ଆଖିରେ ମୋତେ ସାରା ଦୁନିଆ ଦେଖା ଯାଉଛି ।

ସେହି ସମୟ ରେ ଏକ ବୁଢା ଆସି କହିଲା-ପୁଅ ଆମ ଛେଳି ମିଳୁ ନାହିଁ ଟିକେ ଦେଖିକି କହିବ ।

୨. ଥରେ ପୋପଟଲାଲ ତାର ପତ୍ନୀ କୁ ଆଣିବା ପାଇଁ ନିଜ ଶଶୁର ଘରକୁ ଗଲା ।

ତାର ସେଠି ବହୁତ ଭଲ ରେ ସ୍ୱାଗତ କରାଗଲା ।

ତାର ଖାଇବା ପାଇଁ ଅନେକ ପ୍ରକାର ର ଖାଦ୍ୟ ପ୍ରସ୍ତୁତ କରାଗଲା ।

ଖାଇବା ସମୟ ରେ ତାର ଶାଶୁ ପଚାରିଲେ ଜ୍ୱାଇଁ ତୁମକୁ କେଉଁ ଡ଼ିସ ପସନ୍ଦ ଅଟେ ।

ପୋପଟଲାଲ ଲାଜେଇ କରି କହିଲା-ଟାଟା ସ୍କାଏ ।

୩. ଥରେ ଗୋଟିଏ ପୁଅ ଝିଅ ର ବାପାଙ୍କ ସହିତ ଦେଖା କରିବାକୁ ଗଲା ।

ଝିଅ ର ବାପା କହିଲେ ମୁ ଚାହୁଁନି ଯେ ମୋ ଝିଅ ତାର ସାରା ଜୀବନ ଏକ ବେକାର ଲୋକ ସହିତ ବିତାଉ ।

ପୁଅ କହିଲା-ବାସ ଅଙ୍କଲ ସେଥିପାଇଁ ତ ମୁଁ ତାକୁ ଏଠାରୁ ନେଇଯିବା ପାଇଁ ଆସିଛି ।

୪. ଥରେ ଜଣେ ମନ୍ତ୍ରୀ ଙ୍କୁ ସକାଳୁ ସକାଳୁ ଏକ ଚିଠି ମିଳିଲା । ସେହି ଚିଠି କୁ ମନ୍ତ୍ରୀ ଖୋଲିକରି ଦେଖିଲେ ତ ସେଥିରେ କେବଳ ମୂର୍ଖ ଲେଖା ହୋଇଥିଲା । ମନ୍ତ୍ରୀ ଙ୍କୁ ଏହା ବହୁତ ଖରାପ ଲାଗିଥିଲା । ତା ପର ଦିନ ଯେତେବେଳେ ଗଣମାଧ୍ୟମ ର ଲୋକ ମାନେ ମନ୍ତ୍ରୀ ଙ୍କୁ ପଚାରିଲେ ଯେ ଆପଣ ଏପରି ଏକ ଚିଠି ପାଇଲେ ଯେଉଁଥିରେ କେବଳ ମୂର୍ଖ ଲେଖା ହୋଇଥିଲା । ଏହି ପରି ଚିଠି ପାଇ ଆପଣଂକୁ କିପରି ଲାଗିଲା ।

ମନ୍ତ୍ରୀ କହିଲେ-ଦେଖନ୍ତୁ ମୋତେ ଏପରି ବହୁତ ପତ୍ର ଆସେ ଯେଉଁଥିରେ ଲୋକ ମାନେ ନିଜର ନାମ ଲେଖିବାକୁ ଭୁଲି ଯାଇଥାନ୍ତି । କିନ୍ତୁ କାଲି ପ୍ରଥମ ଥର ପାଇଁ ଏପରି ଏକ ଚିଠି ଆସିଛି ଯେଉଁଥିରେ ଲୋକ ଟି କେବଳ ନିଜ ନାମ ଲେଖିଥିଲା ଓ ଚିଠି ଲେଖିବାକୁ ଭୁଲି ଯାଇଥିଲା ।

୫. ଶିକ୍ଷକ ପପୁ କୁ ପଚାରିଲେ-ମୋବାଇଲ ଓ ଲ୍ୟାଣ୍ଡ ଲାଇନ ମଧ୍ୟରେ କଣ ପାର୍ଥକ୍ୟ ଅଛି?

ପପୁ  ଉତ୍ତର ଦେଇ କହିଲା-ଲ୍ୟାଣ୍ଡ ଲାଇନ ରେ ଆମେ ଆମର ଆଙ୍ଗୁଠି ଦ୍ଵାରା ନମ୍ବର ଡାଏଲ କରିଥାଉ କିନ୍ତୁ ମୋବାଇଲ ରେ କେବଳ ଆମ ଟିପ ଦ୍ଵାରା ନମ୍ବର ଡାଏଲ କରିଥାଉ ।

୬. ପପୁ କୁ ଥରେ ଏକ ଅଜଣା ନମ୍ବର ରୁ ଏକ ମେସେଜ ଆସିଲା । ଏହା ପଟେ ସେ ନିଜର ସମସ୍ତ ସାଙ୍ଗ ମାନଙ୍କ ଠାରୁ ତାହାକୁ ଏକ ପେପର ରେ ଲେଖାଇଲା ।

ଏହା ପରେ ଜଣେ ସାଙ୍ଗ କହିଲା ଏହା ତୁ କଣ କରୁଛୁ?

ପପୁ କହିଲା-ମେସେଜ ରେ ଥିବା ଅକ୍ଷର ସହିତ ଏହି ଅକ୍ଷର କୁ ମିଶାଉଛି ।

୭. ଝିଅ ପଟେଇବା ପାଇଁ ହେଲେ ଚୁପ କରି ତାର ପଛରେ ଯାଇ ତାକୁ ଡ଼ରାଅ ଯଦି ସେ ହସିଲା ତ ବୁଝି ନିଅ କି ସେ ପଟଗଲା ଓ ଯଦି ନ ହସିଲା ତେବେ ଜୋର ରେ ଚିଲାଓ ଦିଦି ଡରିଗଲେ,ଦିଦି ଡରିଗଲେ ।

୮. ଏକ ସର୍ଭେ ଅନୁସାରେ ୯୦ ପ୍ରତିଶତ ଲୋକ ନିଜ ପତ୍ନୀ ଙ୍କୁ ଡରିଥାନ୍ତି ଓ ଅନ୍ୟ ବାକି ୧୦ ପ୍ରତିଶତ ଲୋକ ନିଜ ପତ୍ନୀ ଙ୍କ ଡର ରେ ସର୍ଭେ ରେ ଭାଗ ହିଁ ନେଇ ନାହାନ୍ତି ।

୯. ଥରେ ଚମ୍ପୁ ର ସ୍ତ୍ରୀ ତା ଡ୍ରାଇଭର ସହିତ ପଳାଇଲା ।

ଚମ୍ପୁ ର ସାଙ୍ଗ ଗପୁ କହିଲା ଆରେ ସାଙ୍ଗ ଏହା ତ ବହୁତ ଖରାପ ହେଲା ,ଏବେ ତୁମେ କଣ କରିବ?

ଚମ୍ପୁ କହିଲା-କଣ ଆଉ କରିବି ଏବେ ଗାଡି ନିଜେ ଚଲେଇବି ।

୧୦. ସାନ୍ତା-ତୁମେ ଏହି ମୋଟ କାଚ ର ଚଷମା ପିନ୍ଧିଲେ ପୁରା ପେଚା ଭଳି ଦେଖା ଯାଉଛ ।

ବାନ୍ତା-ହଁ,କିନ୍ତୁ ମୁ ଯଦି ଚଷମା ଖୋଲିଦେବି ତେବେ ତୁମେ ମୋତେ ପୁରା ଗଧ ଭଳି ଦେଖାଯିବ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

୧୧ . ଗୋଟେ ପ୍ରେମୀ ନିଜ ପ୍ରେମିକା ସହ ଦେଖା କରିବାକୁ ତା ଘରେ ପହଞ୍ଚିଲା

ପ୍ୟାର ମୋହବତର କଥା ଚାଲି ହିଁ ଥିଲା କ ସେତିକିବେଳେ ଚାକରାଣୀ ଆସିଗଲା

ପ୍ରେମୀ ଦରିଯାଇ ତରତରରେ ବାହାରକୁ ବାହାରିବା ସମୟରେ

ରହିକୁ ଚାକରାଣୀକୁ 10 ଟଙ୍କା ଦେଇ କହିଲା

ପ୍ଳିଜ କାହାକୁ କହିବନି

ଚାକରାଣୀ କହିଲା- ଏହି କମ ପାଇଁ ମୁଁ ଅନ୍ୟ ମାନଙ୍କ ଠାରୁ 100 ଟଙ୍କା ନିଏ

କିନ୍ତୁ ତୁମେ ନୂଆ ତ ସେଥିପାଇଁ 10 ଟଙ୍କା ରଖୁଛି

Leave a Reply

Your email address will not be published. Required fields are marked *