ହିନ୍ଦୁ ଧର୍ମ ରେ ମୃ–ତ୍ୟୁ ପରେ ଶିଶୁ ମାନଙ୍କୁ କାହିଁକି ପୋତି ଦିଆଯାଏ- Garuda Puran

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଦେହତ୍ୟାଗ ପରେ ଶରୀରକୁ ଅନ୍ୟ ଧର୍ମ ର ବ୍ୟକ୍ତି ମାନଙ୍କୁ ପୋତି ଦିଆ ଯାଇଥାଏ । କିନ୍ତୁ ହିନ୍ଦୁ ଧର୍ମ ରେ ଦେହତ୍ୟାଗ ପରେ ଶରୀରକୁ ଜଳାଇ ଦିଆ ଯାଇଥାଏ । କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ, ହିନ୍ଦୁ ଧର୍ମରେ ନବଜାତ ଶିଶୁ ର ଦେହତ୍ୟାଗ ପରେ ତାର ଶରୀରକୁ ପୋତି ଦିଆଯାଇଥାଏ? ଯଦିଓ ଆପଣ ମାନେ ଏହି ସମ୍ବନ୍ଧରେ ଜାଣି ନାହାନ୍ତି ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ କହିବାକୁ ଯାଉଛୁ ଯେ, ହିନ୍ଦୁ ଧର୍ମ ରେ ନବଜାତ ଶିଶୁ ର ଶରୀରକୁ ନ ଜଳାଇ ପୋତି ଦିଆଯାଇଥାଏ କାହିଁକି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଗରୁଡ଼ ପୁରାଣ ରେ ଏହି ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି । ଗରୁଡ଼ ଙ୍କ ପ୍ରଶ୍ନ ର ଉତ୍ତର ରେ ଭଗବାନ ବିଷ୍ଣୁ ଉତ୍ତର ଦେଇଥିଲେ ଯେ, ହେ, ଗରୁଡ଼ ! ଯଦି କୌଣସି ସ୍ତ୍ରୀ ର ଗର୍ଭପାତ ହୋଇଥାଏ ଅଥବା ଶିଶୁ ର ଜନ୍ମ ହେବାର ଦୁଇ ବର୍ଷ ପରେ ଶିଶୁ ର ଜୀବନ ଚାଲିଯାଏ ତେବେ ସେହି ଶିଶୁ କୁ ମାଟିରେ ପୋତିଦେବା ଉଚିତ । ଗରୁଡ଼ ପୁରାଣ ଅନୁସାରେ ଜଣେ ଶିଶୁ ଜନ୍ମ ହେବାର ୨ ବର୍ଷ ପର୍ଯ୍ୟନ୍ତ ସେ ଦୁନିଆଦାରୀ ସମ୍ବନ୍ଧରେ ଅପରିଚିତ ରହିଥାଏ ଏବଂ ମୋହ ମାୟା ରୁ ଦୂରରେ ରହିଥାଏ ।

ତେଣୁ ଦେହତ୍ୟାଗ ପରେ ଶରୀର ନିଜ ଆତ୍ମା ସହିତ କୌଣସି ମୋହ ରହି ନଥାଏ । ଅଥବା ଶିଶୁର ଆତ୍ମା ପୁନଃ ଶରୀରରେ ପ୍ରବେଶ କରି ନଥାଏ । ଅନ୍ୟ ପକ୍ଷରେ ଶିଶୁ ଯେତେ ଶୀଘ୍ର ବଡ଼ ହୋଇଯାଏ ସେତେ ଶୀଘ୍ର ସେ ଏହି ସଂସାର ର ମୋହ ମାୟା ରେ ବାନ୍ଧି ହୋଇଯାଏ ଏବଂ ନିଜ ଶରୀରର ଆତ୍ମା ପ୍ରତି ମୋହ ବଢ଼ିବା ଆରମ୍ଭ ହୋଇଥାଏ । ତେଣୁ ଦେହତ୍ୟାଗ ପରେ ଯେ ପର୍ଯ୍ୟନ୍ତ ବ୍ୟକ୍ତି ର ଶରୀର କୁ ଜଳାଇ ଦିଆ ଯାଇନଥାଏ ସେ ପର୍ଯ୍ୟନ୍ତ ବ୍ୟକ୍ତିର ଆତ୍ମା ପୁନଃ ନିଜ ଶରୀରରେ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ ।

ଗରୁଡ଼ ପୁରାଣ ଅନୁସାରେ ଶବ ସତ୍କାର ହେବା ପରେ ବ୍ୟକ୍ତି ଏହି ମୋହ ମାୟା ର ସଂସାର କୁ ତ୍ୟାଗ କରି ଏକ ଆଧ୍ୟାତ୍ମିକ ଦୁନିଆରେ ପ୍ରବେଶ କରିଥାଏ । କିନ୍ତୁ ନବଜାତ ଶିଶୁ କୁ ଏହି ସଂସାର ର ମୋହ ମାୟା ପ୍ରତି କୌଣସି ଜ୍ଞାନ ନାହିଁ । ତେଣୁ ଏହି କାରଣରୁ ଶିଶୁ କୁ ଦେହତ୍ୟାଗ ପରେ ଶରୀରକୁ ଜଳାଇବା ବଦଳରେ ପୋତି ଦିଆ ଯାଇଥାଏ । ଏହା ସହିତ ଗରୁଡ଼ ପୁରାଣରେ ଏହା ମଧ୍ୟ ଉଲ୍ଲେଖନୀୟ ରହିଛି ଯେ, ନବଜାତ ଶିଶୁ ଙ୍କ ସମେତ ସନ୍ୟାସୀ ମାନଙ୍କୁ ମଧ୍ୟ ଦେହତ୍ୟାଗ ପରେ ପୋତି ଦିଆଯାଇଥାଏ । କାରଣ ସନ୍ୟାସୀ ମାନେ ନିଜର କଠୋର ତପସ୍ୟା ଫଳ ରେ ନିଜର ଇନ୍ଦ୍ରିୟ କୁ ନିୟନ୍ତ୍ରଣ କରିଥାନ୍ତି ।

ସନ୍ୟାସୀ ମାନେ ମୋହ, ମାୟା, କାମ, କ୍ରୋଧ, ଲୋଭ ଆଦି ରେ ବିଜୟ ପ୍ରାପ୍ତ କରନ୍ତି । ଏମାନଙ୍କ ନିଜର ଶରୀର ପ୍ରତି କୌଣସି ମୋହ ରହି ନଥାଏ । ତେଣୁ ଦେହତ୍ୟାଗ ପରେ ଶରୀରକୁ ଏମାନେ ଭଗବାନ ଙ୍କ ପାଖରେ ସମର୍ପଣ ହୁଅନ୍ତି । ଏହି କାରଣରୁ ସନ୍ୟାସୀ ମାନଙ୍କୁ ମଧ୍ୟ ଦେହତ୍ୟାଗ ପରେ ନ ଜଳାଇ ମାଟିରେ ପୋତି ଦିଆ ଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଗରୁଡ଼ ପୁରାଣ ରେ ଭଗବାନ ବିଷ୍ଣୁ କହିଛନ୍ତି ଯେ, ଶିଶୁ ର ଦେହତ୍ୟାଗ ପରେ ଶରୀରକୁ ତା’ର ମାତାପିତା ଯେତେ ଅଧିକ ଦାନ ପୂଣ୍ୟ କରିବେ ଶିଶୁ ର ଆତ୍ମା କୁ ସେତେ ଶୀଘ୍ର ଶାନ୍ତି ମିଳିବ ।

କ୍ଷୀର, ବସ୍ତ୍ର ଆଦି ଦାନ କରିବା ଦ୍ୱାରା ଶିଶୁ ର ଆତ୍ମା କୁ ଶାନ୍ତି ମିଳିଥାଏ ଏବଂ ତା’ର ଆତ୍ମା ଅନ୍ୟ ଶରୀରରେ ପ୍ରବେଶ କରିବା ନିମନ୍ତେ ସକ୍ଷମ ହୋଇଥାଏ । ଏହା ସହିତ ଯେଉଁ ସ୍ଥାନରେ ଶିଶୁ କୁ ପୋତି ଦିଆଯାଏ ସେହି ସ୍ଥାନରେ ଶିଶୁର ମାତାପିତା ଗୋବର ରେ ଲିପି ସେଠାରେ ତୁଳସୀ ବୃକ୍ଷ ଲଗାଇବା ଉଚିତ । କାରଣ ଯେଉଁ ସ୍ଥାନରେ ତୁଳସୀ ବୃକ୍ଷ ରହିଥାଏ ସେହି ସ୍ଥାନରେ ସ୍ୱୟଂ ଶ୍ରୀ ହରି ବିଷ୍ଣୁ ଙ୍କ ବାସ ରହିଥାଏ । ଯାହାଫଳରେ ଶିଶୁ ର ଆତ୍ମା କୁ ବହୁତ ଶୀଘ୍ର ମୋକ୍ଷ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *