କଥା ଦେଇ କଥା ରଖିଲେ ବର୍ଷା, ଖୋଜି ବାହାର କଲେ ନୂଆ ସାଲବେଗ!

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଭଜନ ଆମ ସଂସ୍କୃତି ର ବହୁତ ବଡ ଅଂସ ହୋଇଥାଏ ଆଉ ଆଜି ଆମେ ଆପଣଙ୍କୁ ଏମିତି ଜେନ ଗାୟକଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ କେହି ଜାଣି ନଥିବେ ଓଡିଶାର ପ୍ରସିଦ୍ଧ ଅଭିନେତ୍ରୀ ବର୍ଷା ଆଉ ଗୋଟେ ନୂଆ ସାଲେବେଗଙ୍କ ଖୋଜ କରି ପାଇଛନ୍ତି । ତେବେ କଣ ଆପଣ ଜାଣିଛନ୍ତି ସେହି ବ୍ୟକ୍ତି ସାଲେପୁର ଜାଗାର ବାସିନ୍ଦା ଅଟନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ନୂଆ ସାଲେବେଗଙ୍କ କଥା କହିବାକୁ ଯାଉଛୁ ।

ମଉଳି ଯାଉଥିବା ସାଲେବେଗଣଙ୍କୁ ବର୍ଷା ଓଡିଶାର ଘରେ ଘରେ ପରିଚିତ କରାଇବାରେ ସାହାଯ୍ୟ କରିଛନ୍ତି । ଆଉ ସେ ବନ ମଲି ଆଉ କେହି ନୁହେଁ ସାଲେପୁରର ଦ୍ରୁଷ୍ଟିହିନ ଗାୟକ ଅବଦୁଲ ସମାଦ ନିଯାମୀ । ସେ ବହୁତ ଭଲ ଜଗରନାଥଙ୍କ ଭଜନ ବୋଲନ୍ତି ସେଥିପାଇଁ ଆମେ ତାଙ୍କୁ ଆଉ ଜଣେ ସାଲେବେଗ ବୋଲି ସମ୍ବୋଧନ କଲୁ । ମୁସ୍ଲିମ ହୋଇ ମଧ୍ୟ ତାଙ୍କ ଜଗରନାଥଙ୍କ ପାଇଁ ବୋଲା ଯାଇଥିବା ଭଜନ ଲୋକଙ୍କୁ ଆତ୍ମ ବିଭୋର କରି ଦେଇଛି । ତାଙ୍କ ଶବ୍ଦ ରେ ଯେମିତି ବହୁତ କଷ୍ଟ ଅଛି ଆଉ ସେ ନିଜ ଗୀତା ବା ଭଜନ ଦ୍ଵାରା ଅନ୍ୟ ମାନଙ୍କ ମନ କିଣିବାରେ ସଫଳ ହୋଇଛନ୍ତି ।

ତେବେ ତାଙ୍କ ଭଜନ ଏବେ ଆପଣ ମାନେ ମଧ୍ୟ ଶୁଣିବାକୁ ପାଇ ପାରିବେ, ତାଙ୍କ ଭିଡିଓ ସୋଶିଅଲ ମିଡିଆରେ ଭାଇରାଲ ହବା ପରେ ଅଭିନେତ୍ରୀ ବର୍ଷା ତାଙ୍କ ଦ୍ଵାରା ବହୁତ ଆକୃଷ୍ଠ ହୋଇଥିଲେ ଆଉ ଅବ୍ଦୁଲଙ୍କ ଘରକୁ ଦେଖା କରିବା ପାଇଁ ତାଙ୍କ ଗାଁ ରେ ଯାଇ ପହଞ୍ଚିଥିଲେ । ବର୍ଷା ତାଙ୍କ ଭଜନ ଶୁଣିଲେ ଆଉ ତାଙ୍କ ଗୀତା ଦ୍ଵାରା ବହୁତ ପ୍ରଭାବିତ ମଧ୍ୟ ହୋଇଥିଲେ ଏହା ପରେ କଥା ବାର୍ତା ସମୟରେ ଅବଦୁଲ ବର୍ଷାଙ୍କୁ ମା ବୋଲି ସମ୍ବୋଧନ କଲେ ଯାହା ବର୍ଷାଙ୍କୁ ବହୁତ ଭଲ ଲାଗିଥିଲା ଓ ବର୍ଷା ମଧ୍ୟ ଏହି ଶବ୍ଦ ସୂନୀ ଖୁସି ହୋଇଥିଲେ ।

ଏହା ପରେ ଅବଦୁଲ କଟକ ରେ ଭଜନ ରେକଡିଙ୍ଗ ପାଇଁ ଆସିଥିଲେ ଓ ସଫଳତା ପୂର୍ବକ ଗୀତ ରେକର୍ଡ ମଧ୍ୟ ହୋଇଛି । ଏହି ଗୀତା କଟକ ସ୍ଥିତ ପ୍ରତିଭା ଷ୍ଟୂଡିଓ ରେ ରେକର୍ଡ କରା ଯାଇଛି ତେବେ ବହୁତ ଶୀଘ୍ର ଆପଣ ମାନେ ମଧ୍ୟ ଅବ୍ଦୁଲଙ୍କ ଗୀତ ଶୁଣିବାକୁ ପାଇ ପାରିବେ ଆଉ ଦେଖିବେ କେମିତି ଭକ୍ତି ପାଇଁ ଧର୍ମ ବା ଅନ୍ୟ ସୀମା କିଛି ନଥାଏ । ଅବଦୁଲ ମୁସ୍ଲିମ ହୋଇ ମଧ୍ୟ ଜଗରନାଥଙ୍କ ପ୍ରତି ବହୁତ ଭକ୍ତି ଭାବ ରଖନ୍ତି ଆଉ ଏହା ଆପଣ ମାନେ ତାଙ୍କ ଶବ୍ଦରୁ ଜାଣି ପାରିବେ ।

Leave a Reply

Your email address will not be published. Required fields are marked *