ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ମନୁଷ୍ୟ ନିଜର ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖିପାରୁ ନାହିଁ । ସ୍ୱାସ୍ଥ୍ୟ ସୁସ୍ଥ ରଖିବା ନିମନ୍ତେ ସବୁଠାରୁ ଜରୁରୀ ହେଉଛି ସଠିକ ଖାଦ୍ୟପେୟ । ଯଦି ଆମେ ସଠିକ ଭାବରେ ଏବଂ ସଠିକ ଜିନିଷ ଆମ ଖାଦ୍ୟପେୟ ରେ ବ୍ୟବହାର କରିବୁ ନାହିଁ ତେବେ ଆମ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ । ପ୍ରାୟତଃ ଆମେ ସ୍ୱାଦିଷ୍ଟ ଖାଦ୍ୟ ଖାଇଥାଉ ଏବଂ ପୁଷ୍ଟିକର ଖାଦ୍ୟ ରୁ ଦୁରେଇ ରହିଥାଉ । ଏହି କାରଣରୁ ଅନେକ ପ୍ରକାର ରୋଗ ଆମ ପଛରେ ପଡ଼ିଯାଏ ।
ଯଦି ଆମେ ଆମ ନିତ୍ୟ ଜୀବନ ରେ ପୁଷ୍ଟିକର ଖାଦ୍ୟ ଖାଇବା ତେବେ ସମସ୍ତ ପ୍ରକାର ରୋଗ ଆମ ଠାରୁ ଦୂରେଇ ରହିବ । ତେବେ ବନ୍ଧୁଗଣ ସେହି ପୁଷ୍ଟିକର ଖାଦ୍ୟ ମଧ୍ୟରୁ ଗୋଟିଏ ହେଉଛି ଗୁଡ଼ ଓ ଚଣା ର ମିଶ୍ରଣ । ଗୁଡ଼ ଏବଂ ଚଣା ରେ ଅନେକ ପ୍ରକାର ପ୍ରୋଟିନ ରହିଥାଏ । ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ । ଦିନକୁ ଏହି ଦୁଇଟି ଜିନିଷ କୁ ଥରେ ବି ହେଉ ଏବଂ ଅଳ୍ପ ମାତ୍ରାରେ ବି ହେଉ ସେବନ କରିବା ଉଚିତ ।
ଏହା ଖାଇବା ଦ୍ଵାରା ଆମ ଶରୀର ବିଭିନ୍ନ ପ୍ରକାର ରୋଗରୁ ମୁକ୍ତ ରହିଥାଏ । ଯେଉଁମାନେ ଏହାର ସେବନ କରନ୍ତି ସେମାନେ ତ ନିଶ୍ଚିତ ଭାବରେ ଏହାର ଫାଇଦା ସମ୍ବନ୍ଧରେ ଜାଣିଥିବେ । କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଗୁଡ଼ ଓ ଚଣା ରେ ଥିବା ଫାଇଦା ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଗୁଡ଼ ଏବଂ ଚଣା ଖାଇବା ଦ୍ଵାରା ଆମ ଶରୀରକୁ କଣ ସବୁ ଲାଭ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମତଃ, ପ୍ରାୟତଃ ବ୍ୟକ୍ତି ଙ୍କ ଖୁବ କମ ବୟସ ରେ ହିଁ ଶରୀରରେ କମଜୋରି ଦେଖିବାକୁ ମିଳିଥାଏ ଏବଂ ଚେହେରା ରେ ଝୁରି ପଡ଼ିଯାଏ । ତେବେ ପ୍ରତିଦିନ ସକାଳେ ଖାଲି ପେଟରେ ଗୁଡ଼ ଏବଂ ଚଣା ଖାଇବା ଦ୍ବାରା ଏଥିରେ ଥିବା ପ୍ରୋଟିନ ଆମ ଶରୀରକୁ ମିଳିଥାଏ ଏବଂ ଶରୀର ସୁସ୍ଥ ରୁହେ । ଏହା ସହିତ ଏହାର ସେବନ କରିବା ଦ୍ୱାରା ଚେହେରା ରେ ଦୀର୍ଘ ଦିନ ଧରି ଝୁରି ପଡ଼ି ନଥାଏ ।
୨. ବନ୍ଧୁଗଣ ଦ୍ବିତୀୟତଃ, ଆପଣ ମାନେ ଦେଖିଥିବେ ଯେ ବର୍ତ୍ତମାନ ସମୟରେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇଯାଇଛି । ଏହି ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ଆପଣ ଚଣା ଓ ଗୁଡ଼ ର ସେବନ କରନ୍ତୁ । ଚଣା ରେ ଥିବା ପ୍ରୋଟିନ କେଶ ତିଆରି ରେ ସହାୟକ ହୋଇଥାଏ ଏବଂ ଗୁଡ଼ ଖାଇବା ଦ୍ୱାରା ବ୍ଲଡ଼ ସରକ୍ୟୁଲେସନ ସଠିକ ଭାବରେ ହୋଇଥାଏ । ତେଣୁ ଏହାର ସେବନ ନିଶ୍ଚିତ ଭାବରେ କରନ୍ତୁ ।
୩. ବନ୍ଧୁଗଣ ତୃତୀୟତଃ, ପ୍ରାୟତଃ ବ୍ୟକ୍ତି ଙ୍କୁ ଆଣ୍ଠୁ ଓ ଗଣ୍ଠି ବିନ୍ଧା ର ସମସ୍ୟା ରହିଥାଏ । ଏହି ସମସ୍ୟାକୁ ଦୂର କରିବା ନିମନ୍ତେ ପ୍ରତିଦିନ ଗୁଡ଼ ଓ ଚଣା ର ସେବନ କରନ୍ତୁ । ଚଣା ରେ ଥିବା ପ୍ରୋଟିନ ମସଲ୍ସ କୁ ଷ୍ଟ୍ରଙ୍ଗ କରିଥାଏ ଏବଂ ଗୁଡ଼ ବ୍ଲଡ଼ ତିଆରି ରେ ସାହାଯ୍ୟ କରିଥାଏ । ତେଣୁ ଯେଉଁ ବ୍ୟକ୍ତି ଙ୍କୁ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ରହିଛି ସେମାନେ ଏହାର ସେବନ ନିଶ୍ଚିତ ଭାବରେ କରିବା ଉଚିତ ।
୪. ବନ୍ଧୁଗଣ ଚତୁର୍ଥତଃ, ଗୁଡ଼ ଓ ଚଣା ପୁରୁଷ ମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ସଠିକ ଭାବରେ ଫର୍ଟିଲିଟି କରିବାରେ ସହାୟକ ହୋଇଥାଏ । ବର୍ତ୍ତମାନ ସମୟରେ ଅନିୟମିତ ଖାଦ୍ୟପେୟ ଯୋଗୁଁ ଏହି ସମସ୍ୟା ପ୍ରାୟତଃ ପୁରୁଷ ଙ୍କ ଶରୀରରେ ଦେଖିବାକୁ ମିଳିଥାଏ । ତେଣୁ ଗୁଡ଼ ଓ ଚଣା ର ସେବନ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହା ସହିତ ଗୁଡ଼ ଓ ଚଣା କୁ ଏକାଠି ସେବନ କରିବା ଦ୍ୱାରା ଏହା ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ ।