ଅନ୍ୟଙ୍କ ଏହି ୫ଟି କାମ କେବେବି ନିଜ ଘରେ କରନ୍ତୁ ନାହିଁ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମହାନ ଜ୍ଞାନୀ ଚାଣକ୍ୟ ଙ୍କ ନୀତି ରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ କହିବୁ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ନିଜର ଜ୍ଞାନ ଓ ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦିରେ ବସାଇଥିଲେ । ଚାଣକ୍ୟ ଙ୍କ ନୀତି ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ଏହି ମହାନ ଜ୍ଞାନୀ ଚାଣକ୍ୟ ଙ୍କ ନୀତି ରେ ୫ଟି ଏଭଳି ଅନ୍ୟର କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି ଯେଉଁ କାର୍ଯ୍ୟ କୁ କେବେବି ନିଜ ଘରେ କରିବା ଉଚିତ ନୁହେଁ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, କେବେବି କୌଣସି ଅନ୍ୟ ବ୍ୟକ୍ତି ର ନଖ କୁ ନିଜ ଘରେ କଟାନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ବ୍ୟକ୍ତି ର ନଖ ରେ ହିଁ ସେହି ବ୍ୟକ୍ତି ର ରୋଗ ନିହିତ ହୋଇ ରହିଥାଏ । ଏହା ସହିତ କୌଣସି ବ୍ୟକ୍ତି ର ନଖ ଦ୍ଵାରା ସେହି ବ୍ୟକ୍ତି ର ସ୍ୱଭାବ ସମ୍ବନ୍ଧରେ ଜଣା ପଡ଼ିଥାଏ । ଯଦି କୌଣସି ଅନ୍ୟ ବ୍ୟକ୍ତି ଆପଣଙ୍କ ଘରେ ନଖ କାଟିଥାଏ ତେବେ ଆପଣଙ୍କ ଘରେ ରୋଗର ଆଗମନ ହୋଇଥାଏ ଏବଂ ଆପଣ ରୋଗଗ୍ରସ୍ଥ ହୋଇଥାନ୍ତି । ଏହାଦ୍ବାରା ଆପଣ ବର୍ବାଦ ମଧ୍ୟ ହୋଇ ପାରିବେ ।

୨. ବନ୍ଧୁଗଣ ଦ୍ବିତୀୟତଃ, କୋୖଣସି ବି ବ୍ୟକ୍ତି ଯାହାକୁ ନଜର ଲାଗିଅଛି ତା’ର ନଜର କେବେବି ନିଜ ଘରେ ଛଡ଼ାନ୍ତୁ ନାହଁ । କାରଣ ନଜର ଛଡ଼ାଇବା ସମୟରେ ବ୍ୟକ୍ତି ମଧ୍ୟରୁ ଅନେକ ନକରାତ୍ମକ ଶକ୍ତି ବାହାରି ଥାଏ ଏବଂ ଯଦି ଆପଣ ନିଜ ଘରେ ସେହି ବ୍ୟକ୍ତି ର ନଜର ଛଡ଼ାଇବେ ତେବେ ସେହି ନକରାତ୍ମକ ଶକ୍ତି ଆପଣଙ୍କ ଘରେ ବାସ କରିବ ଏବଂ ଏହାଦ୍ବାରା ଆପଣ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେବେ ।

୩. ବନ୍ଧୁଗଣ ତୃତୀୟତଃ, ଯଦି କେବେ କୌଣସି ବ୍ୟକ୍ତି ଙ୍କ ଜୋତା, ଚପଲ ବା ବସ୍ତ୍ର ଆପଣଙ୍କ ଘରେ ଭୁଲ ବଶତଃ ରହି ଯାଇଛି ତେବେ ତା’କୁ ତୁରନ୍ତ ସେହି ବ୍ୟକ୍ତି କୁ ଫେରାଇ ଦିଅନ୍ତୁ ଅଥବା ଘରୁ ବାହାର କରି ଦିଅନ୍ତୁ । କାରଣ ଅନ୍ୟ ବ୍ୟକ୍ତି ଙ୍କ ଜୋତା,ଚପଲ ଓ ବସ୍ତ୍ର ରେ ନକରାତ୍ମକ ଉର୍ଜା ର ବାସ ରହିଥାଏ । ତେଣୁ ତାହା ଆପଣଙ୍କ ଘରେ ରହିବା ଦ୍ଵାରା ଆପଣଙ୍କ ଘରେ ନକରାତ୍ମକତା ସୃଷ୍ଟି ହୋଇଥାଏ ଏବଂ ଆପଣଙ୍କୁ ଜୀବନ ସାରା ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଯଦି କେବେ ଆପଣଙ୍କ ଘର ସାମ୍ନା ରେ କୌଣସି ଅନ୍ୟ ବ୍ୟକ୍ତି ମାନଙ୍କ ଲଢ଼େଇ ଝଗଡ଼ା ହେଉଛି ତେବେ ଆପଣ ବିପଦ ରୁ ବଂଚିବା ନିମନ୍ତେ ସେହି ଝଗଡ଼ା କୁ ଅଟକାଇବା ନିମନ୍ତେ ଚେଷ୍ଟା କରନ୍ତୁ । ନଚେତ ଆପଣଙ୍କୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ କୋର୍ଟ କଚେରୀ ମାମଲାରେ ମଧ୍ୟ ଆପଣ ଲିପ୍ତ ହୋଇ ପାରନ୍ତି ।

୫. ବନ୍ଧୁଗଣ ପଞ୍ଚମତଃ, କେବେବି ପତି ଓ ପତ୍ନୀ ଙ୍କୁ ନିଜର ଶୋଇବା କକ୍ଷ କୁ ଅନ୍ୟ କୁ ବ୍ୟବହାର କରିବା ନିମନ୍ତେ ଦେବା ଆଦୌ ଉଚିତ ନୁହେଁ । ନଚେତ ଏହାଦ୍ବାରା ପତି ଓ ପତ୍ନୀ ଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଥାଏ ଏବଂ ନକରାତ୍ମକ ଉର୍ଜା ର ମଧ୍ୟ ସେହି କକ୍ଷ ରେ ପ୍ରବେଶ ହୋଇଥାଏ । ପତି ଓ ପତ୍ନୀ ଙ୍କ କକ୍ଷ କୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଏହି ସ୍ଥାନରେ କୌଣସି ଅନ୍ୟ ବ୍ୟକ୍ତି ଅପବିତ୍ର କାମ କରିବା ଅତ୍ୟନ୍ତ ଅଶୁଭ ଦାୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *