ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ ସବୁ ସୀମା ପାର କରିଦେଉଛନ୍ତି । ଏଥିରେ ସେ ବହୁତ ବିପଦ ପୂର୍ଣ ଷ୍ଟଣ୍ଟ ଦେଖାଇ ଛନ୍ତି । ଗୁଜୁରାଟର ସୁରଟରେ ରହିଥିବା ଜଣେ ଝିଅ ଏହିଭଳି ଷ୍ଟଣ୍ଟ ଦେଖାଇଛନ୍ତି । ସେ ଦୁଇହାତକୁ ଗାଡିରେ ନରଖି ଷ୍ଟଣ୍ଟ ଦେଖାଇ ବହୁତ ଶୀଘ୍ର ଭାଇରାଲ କରାଯାଇଛନ୍ତି । ତାଙ୍କର ଏହି ଭାଇରାଲ ପୋଲିସ ପାଖରେ ପହଞ୍ଚିଛି ଓ ସେଥିପାଇଁ ଝିଅଟି ଏବେ ପୋଲିସ ହେପାଜତରେ ଅଛନ୍ତି ।

ଏହି ପୁରା ଘଟଣା ସୁରଟର ଡୁମସ ରୋଡରେ ଭିଆର ମଲ ପାଖରେ ବହୁତ ସ୍ପୀଡରେ ଗାଡିର ଷ୍ଟେରିଙ୍ଗ ଉପରେ ହାତ କାଢି ଜ୍ୟାକେଟ ଖୋଲି ଷ୍ଟଣ୍ଟ କରୁଥିଲେ । ଝିଅଟି ନାମ ହେଉଛି ସଞ୍ଜନା ଅଥବା ପ୍ରିନ୍ସ ପ୍ରସାଦ । ସୂଚନାନୁସାରେ ଯେତେବେଳେ ପୋଲିସ ଏହି ଭିଡିଓ ବିଷୟରେ ଜାଣିପାରିଥିଲେ ସେତେବେଳେ ପୋଲିସ ତାଙ୍କୁ ଗିରଫ କରି ବାଇକ ଜବତ କରିଥିଲେ । ସଞ୍ଜନା ଅଥବା ପ୍ରିନସଙ୍କୁ ସୋସିଆଲ ମିଡିଆରେ ୩,୨୭,୦୦୦ ଲୋକ ଫଲୋ କରିଛନ୍ତି । ଏଠାରେ ସେ ନିଜର ବ୍ୟକ୍ତିଗତ ଜୀବନ ସହିତ ଜଡିତ ଭିଡିଓ ସେ ଭାଇରାଲ କରନ୍ତି ।

ସଞ୍ଜନା ପୁଅ ମାନଙ୍କ ଭଳି ବାଇକ ଚଳାଇବାକୁ ପସନ୍ଦ କରିଥାନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହିପରି ଭିଡିଓ ବହୁତ ଭାଇରାଲ ହୋଇଛି । ଏହିପରି ଏମିତି ରାସ୍ତାରେ ଷ୍ଟଣ୍ଟ କରିବା ଠିକ ନୁହେଁ ଏହାଦ୍ଵାରା ଅଲଗା ଲୋକଙ୍କ ପ୍ରତି ମଧ୍ୟ ବିପଦ ରହିଛି ଆଉ ଯାନ ବାହନ ଧକା ହେବାର ମଧ୍ୟ ସମ୍ଭାବନା ରହିଛି । ଝିଅଟି ଏହି ଷ୍ଟଣ୍ଟ କରୁଥିବା ସମୟରେ କୌଣସି ମାସ୍କ କି ହେଲମେଟ ପିନ୍ଧି ନଥିଲେ । ଯାହା ତାଙ୍କ ଜୀବନ ପାଇଁ ମଧ୍ୟ ବିପଦ ଥିଲା ।

ସେଥି ପାଇଁ ପୋଲିସ ଦେଖି ତାଙ୍କୁ ଗିରଫ କରି ଥିଲା । ତେବେ ଏ ସବୁ ସେ କେବଳ ଫେମସ ହେବା ପାଇଁ କରିଥିଲେ ଓ ଯାହା ସେ ଚାହୁଁଥିଲେ ତାହା ହେଲା ମଧ୍ୟ । ବର୍ତ୍ତମାନ ସେ ବହୁତ ଚ୍ର୍କ୍କର ବିଷୟ ବନିଛନ୍ତି । ଓ ଲୋକମାନେ ତାଙ୍କର ଏହି ସ୍ଟନ୍ଟକୁ ବହୁତ ପସନ୍ଦ କରୁଛନ୍ତି । ଓ ଭିଡିଓ ଟି ଭାଇରାଲ ହବବାରେ ଲାଗିଛି । କିନ୍ତୁ ଆପଣମାନଙ୍କୁ ଆମର ଏତିକି ଅନୁରୋଧ ଏଭଳି ମୁର୍ଖାମି କେବେ କରିବେ ନାହିଁ ସୋସିଆଲ ମେଡିଆରେ କିଛି ଫଲୋଅର ପାଇଁ ଏମିତି ନିଜ ଜୀବନକୁ ବାଜି ଲଗାନ୍ତୁ ନାହିଁ ।
