ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମହାନ ଜ୍ଞାନୀ ଚାଣକ୍ୟ ଙ୍କ ନୀତି ରେ ଥିବା କିଛି ମହତ୍ତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ କହିବୁ । ଏହି ତଥ୍ୟ କୁ ସମଗ୍ର ମାନବ ସମାଜ ଯଦି ନିଜ ଜୀବନରେ ପ୍ରୟୋଗ କରିବ ତେବେ ତା’କୁ ଉନ୍ନତି ପଥରେ ଅଗ୍ରସର ହେବା ନିମନ୍ତେ କେହି ମଧ୍ୟ ରୋକି ପାରିବେ ନାହିଁ । ବନ୍ଧୁଗଣ ଚାଣକ୍ୟ ଜଣେ ମହାନ ଜ୍ଞାନୀ ତଥା ବ୍ୟକ୍ତିତ୍ବ ଥିଲେ । ସେ ନିଜର ବୁଦ୍ଧି ଓ ଜ୍ଞାନ ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦିରେ ବସାଇଥିଲେ । ଚାଣକ୍ୟ ଙ୍କ ଗ୍ରନ୍ଥ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତଥା ଉପଦେଶ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ।
ତାଙ୍କ ଗ୍ରନ୍ଥ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ତେବେ ବନ୍ଧୁଗଣ ଆଜି ଆମେ ସେହି ମହାନ ଜ୍ଞାନୀ ଙ୍କ ଦ୍ଵାରା ବିବେଚିତ ତଥ୍ୟ ତଥା ଉପଦେଶ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ମହାନ ଜ୍ଞାନୀ ଚାଣକ୍ୟ ଙ୍କ ଅନୁସାରେ, ଜୀବନ ରେ କଷ୍ଟ ନ କରିବା ଦ୍ୱାରା କିଛି ମଧ୍ୟ ହାସଲ ହୋଇନଥାଏ । ବ୍ୟକ୍ତି ନିଜ ଜୀବନରେ ଯେତେ ଅଧିକ ଉପେକ୍ଷା ରଖିଥାଏ ସେତେ ଅଧିକ କଷ୍ଟ ଆବଶ୍ୟକ ହୋଇଥାଏ ।
ଏହି ସୃଷ୍ଟି ର ନିୟମ ରେ ଯେଉଁ ପ୍ରକାର ବିଚାର ଆମେ ନିଜର ଅସ୍ତିତ୍ବ ପାଇଁ ସଂପ୍ରେସିତ କରିଥାଉ ସେହି ପ୍ରକାର ଉର୍ଜା ଅସ୍ତିତ୍ବ ମାଧ୍ୟମରେ ଆମ ପାଖରେ ପହଂଚିଥାଏ । ବିଚାର ଧାରା ସକାରାତ୍ମକ ହେବା ଅନିବାର୍ଯ୍ୟ ଅଟେ । ତାହା ଦ୍ବାରା ହିଁ ରାସ୍ତା ସରଳ ଏବଂ ସୁଗମ ହୋଇଥାଏ । ଏହି ଦୁନିଆ ରେ କୌଣସି ବ୍ୟକ୍ତି କାହାର ହୋଇନଥାଏ । ତେଣୁ କେବେବି ଅନ୍ୟ ପାଇଁ ବଂଚିବା ଉଚିତ ନୁହେଁ ଏବଂ କୌଣସି ଅନ୍ୟ ବ୍ୟକ୍ତି ର ଦୃଷ୍ଟି ରେ ଭଲ ହେବା ପାଇଁ ମଧ୍ୟ ଚେଷ୍ଟା କରିବାର କୌଣସି ଆବଶ୍ୟକତା ନାହିଁ ।
ଏହି ଦୁନିଆକୁ ଆମେ ଏକୁଟିଆ ହିଁ ଆସିଛୁ ଏବଂ ଏକୁଟିଆ ହିଁ ଯିବୁ । ପ୍ରତ୍ୟେକ ବ୍ୟକ୍ତି ଯେଉଁ ଭଳି କର୍ମ କରିଥାଏ ସେହି ଭଳି ଫଳ ପ୍ରାପ୍ତ କରିଥାଏ । ତେଣୁ ଅତୀତ ରେ ଯାହା ହୋଇ ଯାଇଛି ତାହା ଭୁଲି ଯାଆନ୍ତୁ । ବର୍ତ୍ତମାନ ସମୟରେ ଯାହା କରୁଛ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଭବିଷ୍ୟତରେ ମଧ୍ୟ ଯାହା ହେବ ତା’ର ଚିନ୍ତା ବି ପରିତ୍ୟାଗ କରି ଦିଅନ୍ତୁ । ତେଣୁ ଜୀବନରେ ସର୍ବଦା ଭଲ କର୍ମ କରନ୍ତୁ । ଆପଣ ଜୀବନ ରେ ଯେଉଁଭଳି କର୍ମ କରିବେ ଆପଣଙ୍କୁ ସେହି ଭଳି ଫଳ ପ୍ରାପ୍ତ ହେବ । ତେଣୁ ଭଲ କର୍ମ କରି ସଫଳତା ର ସୁଗମ ମାର୍ଗ ରେ ଅଗ୍ରସର ହୁଅନ୍ତୁ ।