ପୂଜା କରୁଥିବା ସମୟରେ ଯଦି ଘଣ୍ଟି ବଜାଉଛନ୍ତି ତେବେ ନିଶ୍ଚିତ ଦେଖନ୍ତୁ…ଡରିଯିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମର ସଂସ୍କୃତି ରେ ପ୍ରତ୍ୟେକ ଘରେ ପ୍ରତିଦିନ ପୂଜା କରିବାର ବିଧି ବିଧାନ ତଥା ନିୟମ ରହିଛି । ତେଣୁ ପ୍ରତ୍ୟେକ ଙ୍କ ଘରେ ଠାକୁର ଘର ଅଥବା ପୂଜା ସ୍ଥଳ ନିଶ୍ଚିତ ଭାବରେ ରହିଥାଏ । ପୂଜା କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ଏବଂ ଘରର ବାତାବରଣ ରେ ଏକ ସକାରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ । ପୁଜା କରିବାର ମଧ୍ୟ କେତେକ ବିଧି ବିଧାନ ଓ ନିୟମ ରହିଛି । ଏହି ନିୟମ ଗୁଡ଼ିକ ପ୍ରାଚୀନ କାଳରୁ ପ୍ରଚଳିତ ହେଉ ଆସୁଅଛି । ବର୍ତ୍ତମାନ ସମୟରେ ମଧ୍ୟ ଏହି ନିୟମ ଲୋକମାନଙ୍କ ଦ୍ଵାରା ପାଳିତ ହେଉଛି । ପୂଜା କରିବାର ନିୟମ ଗୁଡ଼ିକ ମଧ୍ୟରୁ ଗୋଟିଏ ନିୟମ ହେଉଛି ପୂଜା କରିବା ସମୟରେ ଘଣ୍ଟି ବଜାଇବା ।

ପୂଜା କରିବା ସମୟରେ ଘଣ୍ଟି ବଜାଇବା ଦ୍ଵାରା ଈଶ୍ୱର ପ୍ରସନ୍ନ ହୋଇଥାନ୍ତି କାରଣ ଘଣ୍ଟି ନାଦ ଈଶ୍ୱର ଙ୍କ ପ୍ରିୟ ଅଟେ । ଯଦି ପୂଜା କରିବା ସମୟରେ ଘଣ୍ଟି ବାଜିଥାଏ ତେବେ ସେହି ସମୟରେ ଈଶ୍ୱର ଙ୍କ ଆଗମନ ଧରାପୃଷ୍ଠକୁ ହୋଇଥାଏ ଏବଂ ରାକ୍ଷସ ମାନଙ୍କ ଦମନ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ପୂଜା କରିବା ସମୟରେ ଘଣ୍ଟି ବଜାଇବା ଦ୍ଵାରା କେଉଁ ସବୁ ନିୟମ ର ପାଳନ କରିବା ଉଚିତ ଏବଂ ଏହାଦ୍ବାରା ଜଣ ଲାଭ ହୋଇଥାଏ । ଏହା ସହିତ ଘଣ୍ଟି ବଜାଇବା ସମୟରେ କେଉଁ ଭୁଲ କରିବା ଆଦୋୖ ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ, ଆପଣଙ୍କ ଘରେ ଥିବା ପୂଜା ସ୍ଥାନରେ ରହୁଥିବା ଘଣ୍ଟି ର ଉପରି ଭାଗରେ ଗରୁଡ଼ ର ଚିନ୍ହ ରହିଥାଏ । ପୂଜା କରିବା ସମୟରେ ଗରୁଡ଼ ଘଣ୍ଟି ର ବ୍ୟବହାର ଦେବତା ମାନଙ୍କ ଆଗମନ କୁ ଆମନ୍ତ୍ରଣ କରାଯାଇଥାଏ । ଆରତୀ କରିବା ସମୟରେ ଘଣ୍ଟି ବଜାଇବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ନଚେତ ଆରତୀ ଅଧା ରହିଯାଇଥାଏ । କିନ୍ତୁ କିଛି ବ୍ୟକ୍ତି ଏହି ପ୍ରକ୍ରିୟା କୁ ସାଧାରଣ ଭାବି ନେଇଥାନ୍ତି ଏବଂ ଘଣ୍ଟି ବଜାଇବାକୁ ଭୁଲି ଯାଆନ୍ତି ।

ଯାହା ଆଦୋୖ ଉଚିତ ନୁହେଁ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଯେତେବେଳେ ସୃଷ୍ଟି ର ରଚନା ହୋଇଥିଲା ସେହି ସମୟରେ ସବୁଠାରୁ ବଡ଼ ଯେଉଁ ଧ୍ୱନି ର ସୃଷ୍ଟି ହୋଇଥିଲା ତାହା ଥିଲା ଘଣ୍ଟି ର ଧ୍ୱନି । ଏହା ଓଁକାର ଧ୍ୱନି ରେ ସୃଷ୍ଟି ହୋଇଥିଲା । ଯେଉଁ କାରଣରୁ ଘଣ୍ଟି କୁ ପୂଜା କରିବା ସମୟରେ ବ୍ୟବହାର କରାଯାଏ । ତେଣୁ କେବେବି ଘଣ୍ଟି ର ଅବମାନନା କରିବା ଉଚିତ ନୁହେଁ । ଦେବାଦେବୀ ଙ୍କ ଯେଉଁ ଭଳି ଭାବରେ ପୂଜା କରାଯାଇଥାଏ, ସେହିଭଳି ଭାବରେ ଘଣ୍ଟି ର ପୂଜା କରିବା ମଧ୍ୟ ଉଚିତ ହୋଇଥାଏ । ସର୍ବଦା ଘଣ୍ଟି କୁ ପୂଜା କରିବା ପରେ ହିଁ ଘଣ୍ଟି ବଜାଇବା ଉଚିତ । ପୂଜା କରିବା ପୂର୍ବରୁ କେବେବି ଘଣ୍ଟି ବଜାଇବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ଏହା ଅନୁଭବ କରିଥିବେ ଯେ, ପୂଜା କରିବା ସମୟରେ ଆପଣ ଯେତେବେଳେ ଘଣ୍ଟି ବଜାଇଥାନ୍ତି ସେତେବେଳେ ଆପଣଙ୍କ ଘର ତଥା ଚାରିଆଡ଼ ର ବାତାବରଣ ଶୁଦ୍ଧ, ପବିତ୍ର ଏବଂ ସକାରାତ୍ମକ ପୂର୍ଣ୍ଣ ହୋଇଯାଇଥାଏ । ତେଣୁ ଏହି ନିୟମ କୁ କେବେବି ଅଣଦେଖା କରନ୍ତୁ ନାହିଁ । ନଚେତ ଏହି ସକାରାତ୍ମକତା ନକରାତ୍ମକତା ରେ ପରିବର୍ତ୍ତନ ହୋଇଯାଇଥାଏ । ପ୍ରାୟତଃ ବ୍ୟକ୍ତି ଆରତୀ କରିବା ସମୟରେ ଘଣ୍ଟି ବଜାଇଥାନ୍ତି । କିନ୍ତୁ ଯଦି ପ୍ରତ୍ୟେକ ବ୍ୟକ୍ତି ଭଗବାନ ଙ୍କୁ ଜଳ ଅର୍ପଣ ଏବଂ ନୈବେଦ୍ୟ ଅର୍ପଣ କରିବା ସମୟରେ ଘଣ୍ଟି ବଜାଇବେ ତେବେ ତାହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।


ପୂଜା କରିବା ସମୟରେ ଯେତେବେଳେ ଆପଣ ଘଣ୍ଟି ବଜାଇଥାନ୍ତି ସେତେବେଳେ କୌଣସି ବି ଦେବତା ଙ୍କ ମନ୍ତ୍ର ଜପ କରିବା ଉଚିତ ହୋଇଥାଏ । ଏପରି କରିବା ଅତ୍ୟନ୍ତ ଶୁଭମୟ ହୋଇଥାଏ । ଏହା ସହିତ ଯଦି ଆପଣ ନିଜ ଘରେ ଅଥବା ନିଜ ଘର ଆଖପାଖ ରେ କୌଣସି ପ୍ରକାରର ନକରାତ୍ମକତା ଅନୁଭବ କରୁଛନ୍ତି ତେବେ ତୁରନ୍ତ କିଛି ସମୟ ପାଇଁ ଘଣ୍ଟି ବଜାନ୍ତୁ । ଆପଣ ଦେଖିବେ ଯେ, ଆପଣଙ୍କ ଆଖପାଖରେ ଥିବା ସମସ୍ତ ପ୍ରକାର ନକରାତ୍ମକତା ସକାରାତ୍ମକ ଉର୍ଜା ରେ ପରିଣତ ହୋଇଯିବ ।

Leave a Reply

Your email address will not be published. Required fields are marked *