ଯଦି ଆପଣଙ୍କୁ କେହି ଏହି 1 ଜିନିଷ ଦେଉଛନ୍ତି ତେବେ କେବେବି ମନା କରନ୍ତୁ ନାହିଁ- Sri Krishna

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ବିଭିନ୍ନ ଦୁଃଖ କଷ୍ଟ ସହିବା ପରେ ଶୁଭ ଦିନର ଆଗମନ ହୋଇଥାଏ । ଏହି ଶୁଭ ଦିନର ଆଗମନ ହେବା ପୂର୍ବରୁ କିଛି ସଂକେତ ମଧ୍ୟ ମନୁଷ୍ୟ କୁ ମିଳିଥାଏ । କିନ୍ତୁ ମନୁଷ୍ୟ ଏହାର ଅଜାଣତରେ ଏହି ସଂକେତ ଗୁଡ଼ିକୁ ଅଣଦେଖା କରିଥାଏ । ଯାହାଫଳରେ ତା’କୁ ଭବିଷ୍ୟତ ରେ ଏହାର କୁଶିକାର ହେବାକୁ ପଡ଼ିଥାଏ ଏବଂ ସେ ଜୀବନ ସାରା ନିଜକୁ ଦୋଷୀ ବୋଲି ମାନିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ଏଭଳି କିଛି ସଂକେତ ସମ୍ବନ୍ଧରେ କହିବୁ ଯାହା ମନୁଷ୍ୟ କୁ ତା’ର ଶୁଭ ଦିନର ଆଗମନ ହେବା ପୂର୍ବରୁ କିଛି ସଂକେତ ପ୍ରଦାନ କରିଥାନ୍ତି ଯାହାକୁ ମନୁଷ୍ୟ କୁ କେବେବି ଅଣଦେଖା କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣ କେବେବି ପୂଜା କରିବା ନିମନ୍ତେ ମନ୍ଦିର କୁ ଯାଇଛନ୍ତି ଏବଂ ସେଠାରେ ଆପଣଙ୍କୁ କେହି ପ୍ରସାଦ ଯାଚୁଅଛି ତେବେ କେବେବି ମନା କରନ୍ତୁ ନାହିଁ । କାରଣ ଈଶ୍ୱର ଙ୍କ ଏହି ଦିବ୍ୟ ପ୍ରସାଦ ଆପଣଙ୍କ ଭାଗ୍ୟ ବଦଳାଇବା ର ସାମର୍ଥ୍ୟ ରଖିଥାଏ । ଈଶ୍ୱର ଙ୍କ ଏହି ପ୍ରସାଦ ମାଧ୍ୟମରେ ଆପଣଙ୍କ ମନୋକାମନା ପୂର୍ଣ୍ଣ ହୋଇଥାଏ । କୌଣସି କାରଣ ବଶତଃ ହିଁ ଈଶ୍ୱର ଆପଣଙ୍କୁ ପ୍ରସାଦ ସେବନ କରିବାର ସଂକେତ ଦେଇଥାନ୍ତି । ତେଣୁ ଅଳ୍ପ ହେଲେ ମଧ୍ୟ ପ୍ରସାଦ ର ସେବନ କରନ୍ତୁ ଏବଂ କେବେବି ମନା କରନ୍ତୁ ନାହିଁ ।


୨. ବନ୍ଧୁଗଣ ଦ୍ବିତୀୟତଃ, ଯଦି ଆପଣଙ୍କୁ କେବେବି କୌଣସି ବ୍ୟକ୍ତିଙ୍କ ଠାରୁ ବା ସ୍ଥାନ ରୁ ଆକସ୍ମିକ ଧନର ପ୍ରାପ୍ତି ହୋଇଥାଏ ତେବେ ଆପଣ ସେହି ଧନକୁ ଗ୍ରହଣ କରିବାରେ ଆଦୋୖ ସଂକୋଚ କରନ୍ତୁ ନାହିଁ । କାରଣ ଏହା ଲକ୍ଷ୍ମୀ ଙ୍କ ଆଗମନ ର ସଂକେତ ହୋଇଥାଏ । ତେଣୁ ଆସିଥିବା ଲକ୍ଷ୍ମୀ ଙ୍କୁ କେବେ ମନା କରନ୍ତି ନାହିଁ । ତେଣୁ ଆକସ୍ମିକ ଧନ ଲାଭ ହେଲେ ତାହାକୁ ଆପଣ ଅବଶ୍ୟ ଗ୍ରହଣ କରନ୍ତୁ ।

୩. ବନ୍ଧୁଗଣ ତୃତୀୟତଃ, ବର୍ତ୍ତମାନ ସମୟ ର ପୀଢ଼ି ଙ୍କ ଏକ ଦୁର୍ଗୁଣ ରହିଛି ଯେ, ସେମାନେ ନିଜ ଗୁରୁଜନ ଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବାରେ ଲାଜ ଅନୁଭବ କରିଥାନ୍ତି । କିନ୍ତୁ ଏପରି କରିବା ଉଚିତ ନୁହେଁ । ଗୁରୁଜନ ଙ୍କ ଆଶୀର୍ବାଦ ମନୁଷ୍ୟ କୁ ସଫଳତା ମାର୍ଗର ଶୀର୍ଷ ସ୍ଥାନରେ ପହଞ୍ଚାଇଥାଏ । ତେଣୁ ସର୍ଵଦା ନିଜ ଗୁରୁଜନ ଙ୍କ ଆଶୀର୍ବାଦ ଗ୍ରହଣ କରନ୍ତୁ ।


୪. ବନ୍ଧୁଗଣ ଚତୁର୍ଥତଃ, ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ସାମ୍ବା କୁ ଗୋମାତା ଅଥବା କୌଣସି ସାଧୁ ସନ୍ୟାସୀ ଆସିଛନ୍ତି ତେବେ ତାଙ୍କୁ କେବେବି ଖାଲି ହସ୍ତ ରେ ଫେରାନ୍ତୁ ନାହିଁ । ଏହାଦ୍ବାରା ଈଶ୍ୱର ଙ୍କ ଅପମାନ ହୋଇଥାଏ । ଆପଣଙ୍କ ଦ୍ଵାରା ଯେତିକି ସମ୍ଭବ ସେତିକି ଦାନ ପୁଣ୍ୟ କରନ୍ତୁ । ଏପରି କରିବା ଦ୍ୱାରା ଈଶ୍ୱର ଆପଣଙ୍କ ମନୋକାମନା ଅବଶ୍ୟ ପୂରଣ କରିବେ ।

Leave a Reply

Your email address will not be published. Required fields are marked *