ସ୍ୱପ୍ନ ରେ କୁକୁର ଦେଖିବାର ଅର୍ଥ ଜାଣି ବିଶ୍ବାସ ହେବନି- Swapna Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ମନୁଷ୍ୟ ଶୋଇବା ସମୟରେ କିଛି ନା କିଛି ସ୍ୱପ୍ନ ଦେଖିଥାଏ । ଏହି ସ୍ୱପ୍ନ ମନୁଷ୍ୟ ର ଭବିଷ୍ୟ ସହିତ ଜଡ଼ିତ ହୋଇ ରହିଥାଏ । ହିନ୍ଦୁ ଧର୍ମ ର ଶାସ୍ତ୍ର ରେ ଏହା ଉଲ୍ଲେଖ ରହିଛି ଯେ ମନୁଷ୍ୟ ଯେଉଁ ପ୍ରକାର ସ୍ୱପ୍ନ ଦେଖିଥାଏ ଭବିଷ୍ୟତ ପାଇଁ ତାହା ଏକ ସଂକେତ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ସ୍ୱପ୍ନ ରେ କୁକୁର ଦେଖିବାର ଅର୍ଥ କଣ ଏବଂ ଏହା ଭବିଷ୍ୟତ ରେ ହେବାକୁ ଥିବା କେଉଁ ଘଟଣା ର ସଂକେତ ଦେଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣଙ୍କୁ ସ୍ୱପ୍ନ ରେ ଗୋଟିଏ କୁକୁର ଦେଖା ଯାଇଥାଏ ତେବେ ତାହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହାର ଅର୍ଥ ଭବିଷ୍ୟତ ରେ ଆପଣଙ୍କ ସାକ୍ଷାତ ଆପଣଙ୍କର କୌଣସି ଖାସ ବନ୍ଧୁ ଙ୍କ ସହିତ ହେବ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯଦି ଆପଣଙ୍କୁ ସ୍ୱପ୍ନ ରେ କଳା ରଙ୍ଗର କୁକୁର ଦେଖା ଯାଇଥାଏ ତେବେ ତାହା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ସହିତ କୌଣସି ଭଲ ମିତ୍ର ର ସାକ୍ଷାତ ହେବାକୁ ଯାଉଛି ଅଥବା ଆପଣ କୌଣସି ଭଲ ମିତ୍ର ଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ ।


୩.ବନ୍ଧୁଗଣ ତୃତୀୟତଃ, ଯଦି ଆପଣଙ୍କୁ ସ୍ୱପ୍ନ ରେ କୁକୁର ଦୌଉଡୁ ଥିବାର ଦେଖା ଯାଇଥାଏ ତେବେ ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତ ରେ ଆପଣଙ୍କ ପରିଶ୍ରମ ର ଫଳ ନିଶ୍ଚିତ ଭାବରେ ମିଳିବ ।

୪. ବନ୍ଧୁଗଣ ଚତୁର୍ଥତଃ, ଯଦି ଆପଣ ସ୍ୱପ୍ନ ରେ ଗୋଟିଏ ଧଳା କୁକୁର କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଭବିଷ୍ୟତ ରେ ଆପଣଙ୍କୁ ଆପଣଙ୍କ ମିତ୍ର ଙ୍କ ସାହାଯ୍ୟ ତଥା ସହଯୋଗ ମିଳିବ ।

୫. ବନ୍ଧୁଗଣ ପଞ୍ଚମତଃ, ଯଦି ଆପଣ ନିଜ ସ୍ୱପ୍ନ ରେ ବୁଲ୍ ଡଗ୍ କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଭବିଷ୍ୟତ ରେ ହେବାକୁ ଥିବା ଆପଣଙ୍କ ଉନ୍ନତି ର ସଂକେତ ଅଟେ ।


୬. ବନ୍ଧୁଗଣ ଷଷ୍ଠତଃ, ଯଦି ଆପଣ ସ୍ୱପ୍ନ ରେ କୌଣସି ପାଗଳ କୁକୁର କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଉପରେ ଭବିଷ୍ୟତ ରେ କୌଣସି ବ୍ୟକ୍ତି ଙ୍କ ଆକ୍ରମଣ ହେବାକୁ ପଡ଼ିବ । ତେଣୁ ଏଥିପ୍ରତି ସଚେତନ ରୁହନ୍ତୁ।

୭. ବନ୍ଧୁଗଣ ସପ୍ତମତଃ, ଯଦି ଆପଣଙ୍କୁ ସ୍ୱପ୍ନ ରେ ଦୁଇଟି କୁକୁର ଲଢୁ ଥିବାର ଦେଖା ଯାଇଥାଏ ତେବେ ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତ ରେ କୌଣସି କଥା ବା କର୍ମ ପାଇଁ ଲଜ୍ଜିତ ହେବାକୁ ପଡ଼ିବ ।

୮. ବନ୍ଧୁଗଣ ଅଷ୍ଟମତଃ, ଯଦି ଆପଣଙ୍କୁ ସ୍ୱପ୍ନ ରେ କୁକୁର କାନ୍ଦୁଥିବାର ଦେଖା ଯାଉଛି ତେବେ ଏହାର ଅର୍ଥ ଭବିଷ୍ୟତ ରେ କୌଣସି ଅଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି ।

୯. ବନ୍ଧୁଗଣ ନବମତଃ, ଯଦି ଆପଣଙ୍କୁ ସ୍ୱପ୍ନ ରେ କୁକୁର କାମୁଡୁ ଥିବାର ଦେଖା ଯାଇଥାଏ ତେବେ ଏହାର ଅର୍ଥ ଆପଣଙ୍କୁ ଶତ୍ରୁ ର ଭୟ ରହିଛି ଏବଂ ଭବିଷ୍ୟତରେ ଶତ୍ରୁ ଙ୍କ ମୁକାବିଲା କରିବାକୁ ପଡ଼ିପାରେ । ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ ।

Leave a Reply

Your email address will not be published. Required fields are marked *