କେତୁଗ୍ରସ୍ତ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ, ଗ୍ରହଣ ସମୟ ଓ ପାଳନ ବିଧି – କେଉଁ ରାଶି ପାଇଁ ଗ୍ରହଣ ଦର୍ଶନ ଶୁଭ ଓ କାହା ପାଇଁ ଅଶୁଭ ଜାଣନ୍ତୁ

ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୬୧ଙ୍କ ମିଥୁନ ଦି୩୨ନ ଆଷାଢ ପୂର୍ଣ୍ଣିମା, ତା ୧୬-୭-୨୦୧୯ରିଖ ମଙ୍ଗଳବାର ଖଣ୍ଡଗ୍ରାସ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ସଂଘଟିତ ହେବ। ଓଡିଶାର ବିଭିନ୍ନ ସ୍ଥାନ ଅର୍ଥାତ୍ କଟକ-ଭୁବନେଶ୍ଵର, ଜଗତ୍ ସିଂପୁର, ଯାଜପୁର, ବ୍ରହ୍ମପୁର, ସମ୍ବଲପୁର ଆଦି ସ୍ଥାନରେ ଏକ ସମୟରେ ଅର୍ଥାତ୍ ଗ୍ରହଣସ୍ପର୍ଶ ରାତ୍ରି ଘଣ୍ଟା ୧।୩୨।୧୧ ସେକେଣ୍ଡ ସମୟେ, ଗ୍ରହଣ ମଧ୍ୟଗ୍ରାସ ରାତ୍ରି ଘଣ୍ଟା ୩।୧।୨୭ସେକେଣ୍ଡ ସମୟେ, ଗ୍ରହଣ ସର୍ବମୋକ୍ଷ ରାତ୍ରି ଘଣ୍ଟା ୪।୩୦।୧୯ସେକେଣ୍ଡ ସମୟେ ହେବ ।

ପାଳନ ବିଧି –

ଅଦ୍ୟ ଚନ୍ଦ୍ରଗ୍ରହଣ ଯୋଗୁ ଗ୍ରହଣସ୍ପର୍ଶର ଘଣ୍ଟା ୯ଟା ପୂର୍ବରୁ ଅର୍ଥାତ୍ ତା ୧୬-୭-୨୦୧୯ରିଖ ମଙ୍ଗଳବାର ଅପରାହ୍ନ ଘଣ୍ଟା ୪।୩୨ମିନିଟ୍ ଠାରୁ ପାକତ୍ୟାଗ, ଅନ୍ନଭୋଜନାଦି ଓ ଦେବନୀତି ନିଷେଧ ହେବ। ପ୍ରତ୍ୟେକ ଗୃହୀ ଏହି ନିୟମ ମାନି ଜୁଲାଇ ତା୧୬ରିଖ ମଙ୍ଗଳବାର ଦିବସ ଘଣ୍ଟା ୪।୩୨ମିନିଟ୍ ମଧ୍ୟେ ପାକକର୍ମାଦି, ଅନ୍ନଭୋଜନାଦି ଓ ଦେବନୀତି କରିବେ। ତା’ପରଠାରୁ ଅର୍ଥାତ୍ ଦିବସ ଘଣ୍ଟା ୪।୩୨ମିନିଟ୍ ଠାରୁ ମଙ୍ଗଳବାର ରାତ୍ରି ଘଣ୍ଟା ୪।୩୦ମିନିଟ୍ ମଧ୍ୟେ କୌଣସି ପ୍ରକାର ଅନ୍ନଭୋଜନାଦି କରିବା ନିଷେଧ। ବାଳ, ବୃଦ୍ଧ ଓ ଆତୁର ବ୍ୟକ୍ତିମାନଙ୍କ ପକ୍ଷେ ଉପଯୁକ୍ତ ନିୟମ ଲଂଘନୀୟ। ଗର୍ଭଧାରଣ କରିଥିବା  ମହିଳା ଏହି ରାତିରେ ଗ୍ରହଣକୁ ନ ଦେଖି ଘର ଭିତରେ ରହି ଶ୍ରୀବିଷ୍ଣୁ ଜଗନ୍ନାଥଙ୍କୁ ମନେ ମନେ ସ୍ମରଣ କରିବା ଉଚିତ୍। ରାତ୍ରି ଘଣ୍ଟା ୪।୩୦ମିନିଟ୍ ସମୟେ ସର୍ବମୋକ୍ଷ ବେଳକୁ ବ୍ର।ହ୍ମମୂହୁର୍ତ୍ତ ଯୋଗୁ ସ୍ନାନାଦି ସାରି ଦେବପୂଜା କରି ପାରିବେ। ପରଦିନ ସୂର୍ଯ୍ୟଉଦୟ ପରେ ସ୍ନାନାଦି ସାରି ଦେବପୂଜା, ପାକକର୍ମାଦି, ଅନ୍ନଭୋଜନାଦି କରିବାକୁ ହେବ। ପୂର୍ଣ୍ଣିମା ତିଥିର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଦିବସ ଘଣ୍ଟା ୪।୩୨ମିନିଟ୍ ମଧ୍ୟେ  କରିବାରେ କୌଣସି ବାଧା ନାହିଁ।

ଗ୍ରହଣ ଦର୍ଶନେ ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ ଓ ମକର ଏ ରାଶିମାନଙ୍କର ଗ୍ରହଣ ଦର୍ଶନେ ଶୁଭପ୍ରଦ। ଏତଦ୍ ଭିନ୍ନ ଅନ୍ୟ ରାଶିମାନଙ୍କର ଅଶୁଭ।

ଗ୍ରହଣ ଦର୍ଶନେ ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ପୂର୍ବାଫାଲଗୁନୀ, ହସ୍ତା, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ଉତ୍ତରଭାଦ୍ର ଓ ରେବତୀ ଏ ନକ୍ଷତ୍ରମାନଙ୍କର ଗ୍ରହଣ ଦର୍ଶନେ ଶୁଭପ୍ରଦ। ଏତଦ୍ ଭିନ୍ନ ଅନ୍ୟ ନକ୍ଷତ୍ରମାନଙ୍କର ଅଶୁଭ।

ଗ୍ରହଣସ୍ପର୍ଶେ ସ୍ନାନ ମନ୍ତ୍ର –

ସ୍ଵସ୍ଥାନଂ ଗମ୍ୟତାଂ କେତୋତ୍ୟଜ୍ୟତାଂ ଚନ୍ଦ୍ରସଙ୍ଗମଃ ।

କର୍ମଚଣ୍ଡାଳ ଯୋନେ ତ୍ଵଂ ହି ମମ ପାପକ୍ଷୟଂ କୁରୁ ॥

ଅର୍ଘ୍ୟ ଦାନ ମନ୍ତ୍ର –

ଶଶ ଲାଞ୍ଛନ ଭୂଚନ୍ଦ୍ର ସୈଂହିକେୟରିପୋପ୍ରଭୋ

ଅର୍ଘ୍ୟ ଦଦାମି ଦେବେଶ ! କେତୁଗ୍ରହ ବିମୋଚନାତ୍ ॥

ମୁକ୍ତୌ ସ୍ନାନ ମନ୍ତ୍ର –

ଯଥାପଦୋ ବିମୁକ୍ତସି କେତୋଗ୍ରହ ସଙ୍କଟାତ୍ ।

ତଥାତ୍ଵଂ ରୋହିଣୀକାନ୍ତ ଆପଦୋମା ବିମୋଚୟ ॥

ଶ୍ରୀକ୍ଷେତ୍ରେ ମହୋଦଧି, ପ୍ରାଚୀନଦୀ, ବିନ୍ଦୁସାଗର, ନାଭିଗୟା, ବୈତରଣୀ ନଦୀ ତଥା ତୀର୍ଥସ୍ଥାନ ପବିତ୍ର ମହାନଦୀ ପ୍ରଭୃତି ଜଳରେ ସ୍ନାନ କଲେ ଅକ୍ଷୟ ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ।

Leave a Reply

Your email address will not be published. Required fields are marked *