ସ୍ଵାମୀ କେମିତି ବି ହେଊ, ସ୍ତ୍ରୀକୁ ତାହାର ତ୍ୟାଗ କରିବା କାହିଁକି ଉଚିତ ନୁହେଁ ? Garuda Purana

ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କକୁ ଅନ୍ତ ଯାଏଁ ନିଭାଇବା ପାଇଁ ଅନେକ ନୀତି ନିୟମ ରହିଛି । ସ୍ଵାମି ଯେମିତି ହେଇଥାଉ କିନ୍ତୁ ସ୍ତ୍ରୀ ତାକୁ ତ୍ୟାଗ କରିବା ଅନୁଚିତ ବୋଲି ହିନ୍ଦୁ ଧ୍ରମରେ ମାନ୍ୟତା ଯାଇଛି । ଏହାର କାରଣ କଣ ରହିଛି ତାହା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ପ୍ରାଚୀନ କାଳରେ ଏମିତି ଦମ୍ପତି ରହିଛନ୍ତି ଯେଉଁ ମାନେ ନିଜ ସମ୍ପର୍କକୁ ଖୁବ ଭଲ ଭାବେ ନିଭାଇଛନ୍ତି । ସ୍ଵାମୀ ପରିଚିୟ ସ୍ତ୍ରୀ ପାଇଁ ସବୁ କିଛି ପ୍ରାଚୀନ କଳାରେ ରହିଥିଲା ଯାହାର ଅନେକ ଉଦାହରଣ ରହିଛି । କିନ୍ତୁ ଆଜି ଆମେ ଏମିତି ଏକ ନାରୀ ବିଷୟରେ କହିବୁ ଯାହାଙ୍କୁ ପତିବ୍ରତାର ମାନ୍ୟତା ଦିଆ ଯାଇଛି ।

ସେହି ନାରୀ ହେଉଛନ୍ତି ମା ସୀତା ଯାହାଙ୍କୁ ତାଙ୍କର ପତିବ୍ରତା କାରଣରୁ ପୂଜା କରାଯାଏ । ମା ସୀତା ରାଜା ସିଂହାସନ ଛାଡି ନିଜ ସ୍ଵାମୀ ପ୍ରଭୁ ରାମଚନ୍ଦ୍ରଙ୍କ ସହ ବନବାସ ଯିବା ସମୟରେ ଥରେ ଚିନ୍ତା କରି ନ ଥିଲେ । ରାମଚନ୍ଦ୍ରଙ୍କ ପ୍ରତିଶୃତି ରକ୍ଷା କରି ମା ସୀତା ତାଙ୍କର ସଂପୂର୍ଣ୍ଣ ସହଯୋଗ ଦେଇଥିଲେ ।

ମହାଭାରତରେ ଦ୍ରୌପଦୀ ପାଞ୍ଚ ପାଣ୍ଡବଙ୍କର ଗୋଟିଏ ସ୍ତ୍ରୀ ହୋଇଥିଲେ ମଧ୍ୟ ପତିବ୍ରତାର ସବୁ କର୍ତ୍ତବ୍ୟ ପାଳନ କରିଥିଲେ । ତେବେ ଦ୍ରୌପଦୀ ସତ୍ୟବାବା ସମ୍ବାଦରେ ଉଲେଖ ରହିଛି ଦିନେ ପାଣ୍ଡବ ଓ ରୁଷୀ ଆଶ୍ରମରେ ବସି ଥିବା ସମୟରେ ଦ୍ରୌପଦୀ ଓ ସତ୍ୟବାବା ମଧ୍ୟ ସେଠାରେ ବସିଥିଲେ ।

ଦ୍ରୌପଦୀ ଓ ସତ୍ୟବାବା ଆଲୋଚନା କରିବା ସମୟରେ ସତ୍ୟବାବା ପଚାରି ଥିଲେ ଯେ ତୁମ ସ୍ଵାମୀ ମାନେ ତୁମ ପ୍ରତି ସର୍ବଦା ପ୍ରସନ୍ନ ରହିବାର କାରଣ କଣ । ଏହା ଶୁଣିବା ପରେ ଦୁଖିତ ଦ୍ରୌପଦୀ ଉତ୍ତର ଦେଲେ ଯେ ଯଦି ସ୍ଵାମି ଜାଣିବା ତା ସ୍ତ୍ରୀ ବସ କରି ରଖିଛି ତେବେ କଣ ତା ସ୍ଵାମି ଏହାକୁ ସହ୍ୟ କରିବ । ଏହା ପରେ ସତ୍ୟବାବା କ୍ଷମା ଯାଚନା କରି ପ୍ରଶ୍ନ କରିଲେ ପାଣ୍ଡବଙ୍କ ସହ କିପରି ଆଚରଣ କରିଥାନ୍ତି ।

ପ୍ରଶ୍ନ ସଠିକ ଥିବାରୁ ଦ୍ରୌପଦୀ ଉତ୍ତର ଦେଲେ ସେ ଅହଂକାର, କାମ, କ୍ରୋଧକୁ ଛାଡି ସ୍ନେହା ଓ ନିଷ୍ଠାର ସହ ସେବା କରିଥାଏ । ଏହା ପରେ ଦ୍ରୌପଦୀ କହିଲେ ସେ ମନରେ କଟୁ ଭାବ ନ ରଖି ଏହା ଠାରୁ ଦୂରରେ ରହିଥାନ୍ତି । ଖରାପ କଥା ନ କହିବା ଓ ଅନ୍ୟ ଆଗରେ ଅସଭ୍ୟ ଭାବେ ଛିଡା ହୁଏ ନାହି ଓ ଖରାପ ସ୍ଥାନରେ ବସେ ନାହି ବୋଲି ଦ୍ରୌପଦୀ କହିଲେ ।

ପାଣ୍ଡବଙ୍କ ବ୍ଯତୀତ ତାଙ୍କ ମନ ଅନ୍ୟ କାହା ପ୍ରତି ଆକର୍ଷିତ ହୁଏ ନାହି ବା ସମୟ ଅନୁସାରେ ଭୋଜନ କରାଇବା ସହ ସ୍ଵାମୀ ମାନେ ସ୍ନାନ ନ କରିଲେ ସେ ସ୍ନାନ କରନ୍ତି ନାହି ବୋଲି ଦ୍ରୌପଦୀ କହିଲେ । ଏହିପରି ଭାବେ ଦ୍ରୌପଦୀ କିପରି ପାଣ୍ଡବଙ୍କର ଆଚରଣ କରୁଥିଲେ ତାହା କହିଛନ୍ତି । ତେବେ ସ୍ତ୍ରୀ ମାନେ କେବେ ବି ସ୍ଵାମୀଙ୍କର ସାଥ ଛାଡିବା ଉଚିତ ନୁହେଁ । ସବୁ ସମୟରେ ସବୁ ପରିସ୍ଥିତିରେ ସ୍ତ୍ରୀ ମାନେ ସ୍ବାମୀଙ୍କର ସହଯୋଗ କରିବା ଆମ ହିନ୍ଦୁ ଧର୍ମରେ ମାନ୍ୟତା ରହିଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *