Taarak Mehta Ka Ooltah Chashmah ସିରିୟଲର ଦୟା ଭାବି ଆଜି Real Life ରେ ଦେଖା ଯାଉଛନ୍ତି ବହୁତ Stylish

ଆପଣ ମାନେ ଟେଲିଭିଜନ ଜଗତରେ ପ୍ରସାରିତ ହେଉଥିବା ଅନେକ ସିରିଏଲେ ଗୁଡିକ ନିଶ୍ଚୟ ଦେଖୁଥିବେ । ଏହା ଛଡା କମେଡି ସୋ ଗୁଡିକ ମଧ୍ୟ ପ୍ରସାରିତ ହେଉଛି ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି । ଏହି ସବୁ କମେଡି ସୋ ମଧ୍ୟ ରୁ “ତାରକ ମେହେତା କା ଓଲଟା ଚଷମା” ସିରିଏଲ ଆପଣ ଏମାନେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସବୁ କଳାକାର ମାନେ ନିଜର ଭୂମିକା କୁ ବେଶ ନିଖୁଣ ଭାବେ ନିଭାଇଛନ୍ତି । ଏହି ସିରିଏଲରେ ଦୟା ବେହେନ ଏତେ ଲାଜବାବ ଅଭିନୟ କରୁଛନ୍ତି ଯାହା ପାଇଁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଦୟା ବେହେନ ରିୟଲ ଲାଇଫରେ କେମିତି ଅଛନ୍ତି ଓ ଦେଖିବାକୁ କେମିତି ଲାଗୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । “ତାରକ ମେହେତା କା ଓଲଟା ଚଷମା” ରେ ଦୟା ବେହେନ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କ ରିୟଲ ନାଁ ହେଉଛି ଦିଶା ବକାନି ଯାହାଙ୍କର ଜନ୍ମ ଗୁଜୁରାଟର ଏହାମଦାବାଦରେ ଅଗଷ୍ଟ ୧୭ ରେ ହୋଇଥିଲା । ତାଙ୍କର କ୍ଯାରିୟର ବିଷୟରେ କହିବାକୁ ଗଲେ ସେ ପ୍ରଥମେ ବି-ଗ୍ରେଡ ଫିଲ୍ମରେ ଅଭିନୟ କରି ବଲିଉଡରେ ପାଦ ଦେଇଥିଲେ ।

ସେହି ଫିଲ୍ମର ନାଁ ଥିଲା “କମଶିନ ଦ ଅଲଟଷ୍ଟ” ଯାହା ୧୯୮୯ରେ ରିଲିଜ ହୋଇଥିଲା । ଏହା ପରେ ସେ ଅନେକ ସଂଘର୍ଷ କରିବା ପରେ ବଲିଉଡରେ “ଯୋଦ୍ଧା ଅକବର” ଓ “ଦେବଦାସ” ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏହା ପରେ ସେ ଅନେକ ଫିଲ୍ମରେ କାମ କରି ବଲିଉଡରେ ସଫଳତା ପାଇଥିଲେ । ଏହା ପରେ ସେ ଟିଭି ଜଗତରେ ନିଜର ଅପରିଚୟ ସୃଷ୍ଟି କରିବା ପାଇଁ ମନସ୍ଥ କରିଥିଲେ । ସେ ଷ୍ଟାର ପ୍ଲସରେ ପ୍ରସାରିତ ହୋଇଥିବା ସିରିଏଲ “ଖିଚଡି”ରେ ଅଭିନୟ କରି ଡେବ୍ୟୁ କରିଥିଲେ । ଏହା ପରେ ସେ “ଆହାଟ” ଓ “ସିଆଡି” ସିରିଏଲରେ କାମ କରିଛନ୍ତି ।

ବର୍ତ୍ତମାନ ସେ ନିଜର ଅଭିନୟ ଶ୍ୟାବ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ “ତାରକ ମେହେତା କା ଓଲଟା ଚଷମା”ରେ ଦୟା ବେହେନ ଭୂମିକାରେ ଜାରି ରଖିଛନ୍ତି । ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି । ତାଙ୍କର ଏହି ସିରିଏଲରେ ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ ଅନେକ ଆୱାର୍ଡ ମଧ୍ୟ ମିଳି ସାରିଛି ।

ବଲିଉଡରେ ମଧ୍ୟ ସେ ଅନେକ ଫିଲ୍ମରେ ଅଭିନୟ କରି ଡେବ୍ୟୁ କରି ସାରିଛନ୍ତି । ତାଙ୍କୁ ବର୍ତ୍ତମାନ ୪୧ ବର୍ଷ ହୋଇଥିଲେ ମଧ୍ୟ ସେ ଦେଖିବାକୁ ଷ୍ଟାଇଲିସ ଓ ଗ୍ଲାମରିୟସ ଲାଗନ୍ତି । ସେ ରିୟଲ ଲାଇଫରେ ୨୦୧୫ରେ ମୟୂର ପାଣ୍ଡ୍ୟା ଙ୍କ ସହ ପ୍ରେମ ବିବାହ କରିଛନ୍ତି । ସେ ତାଙ୍କର ମ୍ୟାରେଡ ଲାଇଫ ବହୁତ ଖୁସିରେ ଅଛନ୍ତି । ତାଙ୍କର ଝିଅର ନାଁ ହେଉଛି ସ୍ତୁତି ପାଣ୍ଡ୍ୟା ।

ବନ୍ଧୁଗଣ ଆପଣ ମାନଙ୍କୁ ଦୟା ବେହେନ ଙ୍କ ଅଭିନୟ “ତାରକ ମେହେତା ଓଲଟା ଚଷମା” ରେ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *