ଢେ଼ଙ୍କାନାଳ ରେ ଯେବେ ନାଗ ଦେଵତା ନିଜ ଭକ୍ତଙ୍କୁ ବଞ୍ଚେଇବା ପାଇଁ ଦଉଡିଚାଲି ଆସିଲେ, ତାପରେ ଯାହା ହେଲା ସମସ୍ତେ… ଦେଖନ୍ତୁ Video

ମହାଦେବ ସମସ୍ତ ଦେବତାମାନଙ୍କ ମଧ୍ୟରେ ଦେବ ଅଟନ୍ତି । ସେଥିପାଇଁ ତାଙ୍କୁ ମହାଦେବ ବୋଲି କୁହାଯାଏ । ଆଜି ଆମେ ଆପଣଙ୍କୁ ମହାଦେବଙ୍କ ଏକ ଚମତ୍କାରୀ ଘଟଣା ବିଷୟରେ କହିବୁ, ଯାହା ବିଷୟରେ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ବିହାରର ଏକ ଛୋଟ ଗାଁରେ ଏହି ଘଟଣା ଘଟିଥିଲା । ଏହି ଗାଁରେ ଭଗବାନ ଶିବଙ୍କର ଏକ ମନ୍ଦିର ଅଛି କିନ୍ତୁ କୌଣସି କାରଣରୁ ଏହା ବର୍ଷ ବର୍ଷ ହେବ ବନ୍ଦ ହୋଇ ପଡିଛି । ଏହି ମନ୍ଦିରର କବାଟକୁ ଆଜି ପର୍ଯ୍ୟନ୍ତ କେହି ବି ଖୋଲିବାକୁ ସାହସ ବି କରି ନାହାନ୍ତି ।

କିଛି ଗ୍ରାମବାସୀମାନେ କୁହନ୍ତି କି ଏହି ମନ୍ଦିରରେ ବହୁତ ବଡ ବଡ ସାପ ଭଗବାନ ମହାଦେବଙ୍କ ପୂଜା ଅର୍ଚନା କରୁଛନ୍ତି । ସେଥିପାଇଁ ମନ୍ଦିର ଭିତରକୁ ପ୍ରବେଶ କରିବା ଉଚିତ ନୁହେଁ । କିନ୍ତୁ ଏହା ମଧ୍ୟରେ ସମସ୍ତଙ୍କ ମନରେ ଧୀରେ ଧୀରେ ଜିଜ୍ଞାସା ବଢି ଚାଲିଥିଲା ।

ଗାଁର କିଛି ଲୋକମାନେ ଏକତ୍ରିତ ହୋଇ ସରପଞ୍ଚ ପାଖକୁ ଗଲେ ଓ କହିଲେ କି ଆମେ ମହାଦେବଙ୍କର ପୂଜା ଅର୍ଚନା ବନ୍ଦ କରି ଦେଇଛୁ, ଏହି କାରଣରୁ ମହାଦେବ ଆମ ଉପରେ କ୍ରୋଧିତ ଅଛନ୍ତି । ସେଥିପାଇଁ ତିନି ବର୍ଷ ହେବ ଗାଁରେ ବର୍ଷା ବି ହେଉ ନାହିଁ । ଗାଁର ପ୍ରତ୍ୟକଙ୍କ ଘରେ କିଛି ନା କିଛି ସମସ୍ୟା ବି ଚାଲିଛି । ଗାଁରେ ବେଳେ ବେଳେ କିଛି ଅଦ୍ଭୁତ ଘଟଣା ବି ଘଟୁଛି ।

ଏହି ସମସ୍ତ କଥାକୁ ନେଇ ଗ୍ରାମବାସୀ ମାନେ ବହୁତ ଚିନ୍ତିତ ଅଛନ୍ତି । ସେଥିପାଇଁ ଏହାକୁ ଦ୍ରୁଷ୍ଟିରେ ରଖି ମହାଦେବଙ୍କ ମନ୍ଦିର ଖୋଲିବା ଉଚିତ ଓ ମହାଦେବଙ୍କ ପୂଜା ଅର୍ଚନା କରିବା ଦ୍ଵାରା ସମସ୍ତଙ୍କର ଦୁଃଖ କଷ୍ଟ ଦୂର ହୋଇଯିବ । ଅନ୍ୟ ପଟେ ଅନ୍ୟ କିଛି ଲୋକମାନେ ଏହା ବି କହିଲେ କି ଯଦି ମହାଦେବଙ୍କ ମନ୍ଦିର ଖୋଲାଯିବ ତେବେ ଭଗବାନ ଶିବ କ୍ରୋଧିତ ହୋଇ ଯିବେ ଓ ଆମର ପୁରା ଗାଁକୁ ବର୍ବାଦ କରିଦେବେ । ସମସ୍ତଙ୍କ କଥା ଶୁଣିବା ପରେ ପଞ୍ଚାୟତ ନିଷ୍ପତି ନେଲେ କି ମହାଶିବରାତ୍ରି ଦିନ ମହାଦେବଙ୍କ ମନ୍ଦିର ଖୋଲାଯିବ । ଏହି କଥା ପୁରା ଗାଁରେ ବ୍ୟାପିଗଲା ।

ସମସ୍ତେ ମହାଶିବରାତ୍ରି ଦିନକୁ ଅପେକ୍ଷା କରିଲେ । ଶେଷରେ ମହାଶିବରାତ୍ରି ଦିନ ହଜାର ହଜାର ସଂଖ୍ୟାରେ ଗ୍ରାମବାସୀମାନେ ଶିବ ମନ୍ଦିର ନିକଟକୁ ଗଲେ । ସରପଞ୍ଚ ଓ ପୂଜାରୀ ନିଷ୍ପତି ନେଲେ କି ସେମାନେ ପ୍ରଥମେ ମନ୍ଦିରକୁ ପ୍ରବେଶ କରିବେ ଓ ଏହା ପରେ ସମସ୍ତେ ପ୍ରବେଶ କରିବେ ।

ଭୟ ଭୟରେ ସରପଞ୍ଚ ଓ ପୂଜାରୀ ମନ୍ଦିରର କବାଟ ଖୋଲିଲେ ଓ ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିଲେ । କିନ୍ତୁ ମନ୍ଦିର ଭିତରର ଦୃଶ୍ୟ ଦେଖି ଦୁଇ ଜଣ ଭୟଭୀତ ହୋଇଗଲେ । ସେମାନେ ଦେଖିଲେ କି ବହୁତ ବଡ ବଡ ସାପ ଶିବଙ୍କ ବେକରେ ଚଢୁଛନ୍ତି ଓ ମନ୍ଦିର ଚାରିପଟେ ବୁଲୁଛନ୍ତି ।

ଏହି ଦୃଶ୍ୟକୁ ଦେଖି ଦୁଇ ଜଣ ଭୟଭୀତ ହୋଇ ମନ୍ଦିର ବାହାରକୁ ଚାଲି ଆସିଲେ ଓ କହିଲେ କି ଆମେ ମନ୍ଦିରର କବାଟ ଖୋଲି ଭୁଲ କରି ଦେଉଛୁ । ମନ୍ଦିର ଭିତରେ ବହୁତ ବଡ ବଡ ସାପ ଅଛି କି ଯିଏ ବି ଦେଖିବ ସେ ଡରିଯିବ । ସରପଞ୍ଚ ଓ ପୂଜାରୀ ମିଶି ମନ୍ଦିରର କବାଟ ବନ୍ଦ କରି ଦେଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ କେହି ବି ଏହି ମନ୍ଦିରର କବାଟ ଖୋଲିବା ପାଇଁ ସାହାସ କରି ନାହାନ୍ତି ।

Leave a Reply

Your email address will not be published. Required fields are marked *