କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଅଧିକ କଥା କହିବାକୁ ପସନ୍ଦ କରନ୍ତି । ଅନ୍ୟ କ୍ଷେତ୍ରରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ କମ କଥା କହିବାକୁ ପସନ୍ଦ କରନ୍ତି । ଯେତିକି ଦରକାର ସେତିକି କଥା କହିବା ଭଳି ବ୍ୟକ୍ତି ମାନଙ୍କର କିଛି ଖାସ ଗୁଣ ରହିଥାଏ । ତେବେ ଆସନ୍ତୁ ଜାଣିବା କମ କଥା କହୁଥିବା ବ୍ୟକ୍ତିଙ୍କର କିଛି ଖାସ ଗୁଣ ବିଷୟରେ ।
୧- କମ କଥା କହୁଥିବା ବ୍ୟକ୍ତିଙ୍କର ପ୍ରଥମ ଗୁଣ ହେଉଛି ସେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଯଦି ଆପଣଙ୍କ ସାମ୍ନାରେ ବସିଥିବା ବ୍ୟକ୍ତି ଧର୍ଯ୍ୟର ସହ ଆପଣଙ୍କ କଥା ଶୁଣୁଥାଏ ତେବେ ଆପଣ କଣ କହୁଛନ୍ତି ସେ ବୁଝି ପାରିଥାଏ । କମ କହୁଥିବା ବ୍ୟକ୍ତି ନିଜର ଦୁଖକୁ ଲୁଚାଇ ଅନ୍ୟର ଦୁଖକୁ ବୁଝିଥାଏ ।
୨- କମ କଥା କହୁଥିବା ବ୍ୟକ୍ତିର ଅନ୍ୟ ଖାସ ଗୁଣ ହେଉଛି ସେ ଗୋଟେ ଲାଇନରେ ନିଜ କଥାକୁ ଅନ୍ୟ ଆଗରେ ପ୍ରକାଶ କରିବାର ପାଇଁ ସକ୍ଷମ ହୋଇଥାନ୍ତି । ବହୁତ କମ ଶବ୍ଦରେ ଏହି ସ୍ଵଭାବ ବ୍ୟକ୍ତି ନିଜ ମନ କଥା କହିବା ସହ ସମୟର ସଦୁପୋଯୋଗ କରିଥାନ୍ତି । ତେଣୁ ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ।
୩- କମ କଥା କହୁଥିବା ବ୍ୟକ୍ତି ହୃଦୟରୁ ସଫା ହୋଇଥାନ୍ତି । ଏମାନେ ବହୁତ ଫ୍ରେଣ୍ଡଲି ସ୍ଵଭାବର ହୋଇ ଥିବାରୁ ଅନ୍ୟର ଦୁଖକୁ ସହଜରେ ବୁଝି ପାରନ୍ତି । ଯେତିକି ଦରକାର ସେତିକି କଥା କହିବା ଏମାନେ ପସନ୍ଦ କରିବା ସହ ଅନ୍ୟର ଭାବନାକୁ ସମ୍ମାନ ଦେଇଥାନ୍ତି ।
୪- କମ କଥା କହୁଥିବା ବ୍ୟକ୍ତିର ଅନ୍ୟ ଖାସ ଗୁଣ ହେଉଛି ସେ ଜୀବନରେ ସଫଳତା ହାସଲ କରିଥାଏ । କାରଣ କମ କଥା କହିବା ଦ୍ଵାରା ବ୍ୟକ୍ତିର ସମୟ ଅଯଥା ନଷ୍ଟ ହୁଏ ନାହି । ଯେତିକି ସମୟ ସେ କଥାରେ ଲଗାଇଥାଏ ସେତିକି ସମୟ କାମରେ ଲଗାଇବାକୁ ପସନ୍ଦ କରିଥାଏ । ତେଣୁ ଏମାନେ ଜୀବନରେ ବହୁତ ଉନ୍ନତି କରିଥାନ୍ତି ।
୫- ଅନ୍ୟ ଏକ ଗୁଣ ହେଉଛି କମ କଥା କହିବା ବ୍ୟକ୍ତିର ଯେ ଏମାନେ ନିଜ ମନ କଥା କାହା ଆଗରେ ପ୍ରକାଶ କରନ୍ତି ନାହି । ଅନ୍ୟ ଆଗରେ ମନ କଥା କହି ଲଜ୍ୟା ହେବ ଭଳି କାମ ଏମାନେ କରନ୍ତି ନାହି ।
୬- କମ କଥା କହୁଥିବା ବ୍ୟକ୍ତି କାହା ସହ ଝଗଡା କରିବାକୁ ପସନ୍ଦ କରନ୍ତି ନାହି । ଏମାନେ ନିଜର ସମ୍ମାନକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଯେବେ ଜଣେ ବ୍ୟକ୍ତି ସହ ଅଧିକ ମିଳାମିଶା ହୋଇଥାଏ ତେବେ ସେହି ବ୍ୟକ୍ତି ସହ ଆପଣଙ୍କର ସମାନ ହାନି ହେବାର ଭୟ ରହିଥାଏ । କିନ୍ତୁ କମ କଥା କହୁଥିବା ବ୍ୟକ୍ତି ନିଜ ସୀମା ଭିତରେ ରହି କଥା କହୁଥିବାରୁ ଅନ୍ୟ ମାନେ ତାଙ୍କୁ ସମାନ କରିଥାନ୍ତି ।
୭- ଏମାନେ ଏକା ରହିବାକୁ ଡରନ୍ତି ନାହି । ଏମାନେ ଅନ୍ୟ ସହ ଟାଇମ ସ୍ପେନ୍ଡ କରିବାକୁ ପସନ୍ଦ କରନ୍ତି ନାହି । ସେ ଏକା ରହି ନିଜକୁ ଉପରକୁ ଉଠାଇବାକୁ ଚେଷ୍ଟା କରିଥାନ୍ତି ଯାହା କମ କହୁଥିବା ବ୍ୟକ୍ତିର ଖାସ ଗୁଣ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।