ଆଖିରେ କଳାଜାଇ ଥିଲେ କଣ ଅଟେ ଏହାର ଅର୍ଥ? ନିଶ୍ଚୟ ଦେଖନ୍ତୁ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆମ ଶରୀର ରେ କୌଣସି ନା କୌଣସି ଅଙ୍ଗରେ କଳାଜାଇ ରହିଥାଏ । ଆମ ଶରୀର ରେ ଥିବା କଳାଜାଇ ଭବିଷ୍ୟତ ବିଷୟରେ ଅନେକ କଥା କହିଥାଏ । ଯଦି ଆଖି ଉପରେ କଳାଜାଇ ରହିଥାଏ ତେବେ ଏହା ଆଗାମୀ ଭବିଷ୍ୟତରେ କଣ ହେବାକୁ ଯାଉଛି ତାହା ଦର୍ଶାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଆଖି ଉପରେ କଳାଜାଇ ରହିଥାଏ ଏହାର ଅର୍ଥ କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯଦି ବାମ ଆଖି ଉପରେ କଳାଜାଇ ରହିଥାଏ ତେବେ ସେହି ବ୍ୟକ୍ତି ବହୁତ ସମ୍ବେଦନଶୀଳ ହୋଇଥାନ୍ତି । ଏହି ଲୋକଙ୍କର ସ୍ଵଭାବ ଏତେ ଭଲ ହୋଇଥାଏ ଯେ ଲୋକ ଏମାନେ ବହୁତ ଜଲ୍ଦି ମିସିଥାନ୍ତି । ଏମାନେ ନିଜର ପ୍ରତେକ କାମ ଇମାନଦାରି ସହ କରିଥାନ୍ତି ।

୨- ଯେଉଁ ଲୋକଙ୍କର ବାମ ଆଖି ରେ ଧଳା ଅଂଶ ରହିଥାଏ ତେବେ ସେମାନେ ସମାଜ ରେ ପ୍ରସିଦ୍ଧ ହେବା ପାଇଁ କିଛି ସମୟ ନେଇଥାନ୍ତି କିନ୍ତୁ ନିଜର ପରିଶ୍ରମ ଦ୍ଵାରା ଏମାନେ ସଫଳତାର ଶୀର୍ଷ ରେ ପହଞ୍ଚି ପାରିଥାନ୍ତି ।

୩- ଯେଉଁ ଲୋକଙ୍କର ବାମ ଆଖି ର ତଳେ ଫଳକରେ କଳାଜାଇ ରହିଥାଏ ତେବେ ଏମାନେ ଅଳ୍ପ ଅଳସୁଆ ସ୍ଵଭାବର ହୋଇଥାନ୍ତି । ଏମାନେ ଅଳସୁଆ ହୋଇ ଥିବାରୁ ସବୁ କାମ ଠିକ ସମୟରେ କରି ପାରନ୍ତି ନାହି । କିନ୍ତୁ ଯେତେବେଳେ ଏମାନେ ନିଜ କାମ ପ୍ରତି ସିରିଏସ ହୋଇଥାନ୍ତି ତେବେ ସେ କାମ ନ ସାରିବା ଯାଏଁ ଚେଷ୍ଟା ଜାରି ରଖିଥାନ୍ତି । ଶେଷରେ ସଫଳତା ମଧ୍ୟ ହାସଲ କରିଥାନ୍ତି ।

୪- ଯଦି ବାମ ଆଖିର ପୂତଳିରେ କଳାଜାଇ ରହିଥାଏ ତେବେ ଏମାନେ ବହୁତ ସରଳ ଓ ଭାବୁକ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି । ଏମାନେ ଅନ୍ୟ ର ଦୁଖ କଷ୍ଟ ଦେଖି ପାରନ୍ତି ନାହି । ଏମାନେ ଭାବୁକ ସ୍ଵଭାବର ହେବା ସହ ପରିଶ୍ରମୀ ମଧ୍ୟ ହୋଇଥାନ୍ତି । ତେଣୁ ଜୀବନରେ ସଫଳତା ହାସଲ କରିଥାନ୍ତି ।

୫- ଯଦି ଡାହାଣ ଆଖି ଉପରେ କଳାଜାଇ ଥାଏ ତେବେ ଏମାନେ ଅନ୍ୟ ଉପରେ ଭରସା କରନ୍ତି ନାହି । ଏମାନେ ନିଜ କାମକୁ ନିଜ ଉପାଯରେ କରିବାକୁ ପସନ୍ଦ କରନ୍ତି । କିନ୍ତୁ ଅସହାୟ ଲୋକଙ୍କର ସାହାଜ୍ଯ କରିବା ପାଇଁ ଏମାନେ ଆଗେଇ ଆସିଥାନ୍ତି ।

୬- ଯଦି ଡାହାଣ ଆଖି ତଳେ କଳାଜାଇ ଥାଏ ତେବେ ଏମାନେ କମ ବୟସରେ ଅନ୍ୟ ପ୍ରତି ଆକର୍ଷିତ ହୋଇଥାନ୍ତି । ଏମାନେ ନିଜ କାମ ପ୍ରତି ବହୁତ ସ୍ବାଭିମାନୀ ହୋଇଥାନ୍ତି ।

୭- ଡାହାଣ ଆଖିର ପଳକରେ କଳାଜାଇ ଥିଲେ ସେହି ବ୍ୟକ୍ତି ସମ୍ବେଦନଶୀଳ ହୋଇଥାନ୍ତି । ଏମାନେ ଅନ୍ୟର ଦୁଖ ସାହି ପାରନ୍ତି ନାହି । ଏହି କାରଣରୁ ଏମାନେ ଲୋକଙ୍କ ମନରେ ନିଜ ପାଇଁ ଭଲ ପାଇବା ସୃଷ୍ଟି କରିଥାନ୍ତି ।

୮- ଡାହାଣ ଆଖିର ପୂତଳି ଉପରେ କଳାଜାଇ ରହିଥାଏ ସେହି ବ୍ୟକ୍ତି ପରିଶ୍ରମୀ ହୋଇଥାନ୍ତି । ଏମାନେ ସବୁ କାମ କରିବା ପୂର୍ବରୁ ଚିନ୍ତା କରିଥାନ୍ତି । ଏମାନେ ଉଚ୍ଚକୋଟିର ବ୍ୟକ୍ତି ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *