ଭୁବନେଶ୍ବରର ଡେଲିଭରି ବୟ କେସ ମାମଲାରେ ବର୍ତ୍ତମାନ ଯୁବକର ଶେଷ ମ୍ୟାସେଜ ସାମ୍ନାକୁ ଆସିଛି । ଯେଉଁଥିରେ ସେ ନିଜ ସ୍ତ୍ରୀକୁ କହୁଛନ୍ତି କି ଧନ ଭାଇକୁ କାହା ଏଠିକି ଆସିବା ପାଇଁ, ମୋତେ କିଛି ଲୋକ ଛୁରୀ ଭୁସି ଦେଇଛନ୍ତି, ଉତ୍ତରା ପାଖରେ, ଟେକି ନେଇ ଯାଇଛନ୍ତି ଡାଲା ଅଟୋରେ, ମୁଁ ନୂଆ ବ୍ରିଜରେ ଅଛି, ମରିବି କି ବଞ୍ଚିବି ଜାଣିନି, ଭାଇକି କାହା ଏହି ଲୋକେସନକୁ ଆସିବା ପାଇଁ, ମୁଁ ଅଟୋରେ ଶୋଇଛି, ମୋ ଫୋନ ନେଇଗଲେ, ଟଙ୍କା ବି ନେଇଗଲେ ।
ଏହା ପରେ ଯୁବକ ଜଣକ ମାମୁଁ କହିଲେ କି ଗତକାଲି ରାତିରେ ୧୦.୧୫ରେ ସେ ନିଖୋଜ ହେବାର ଖବର ତାର ସ୍ତ୍ରୀକୁ କହିଲା । ସେ ତାର ସ୍ତ୍ରୀକୁ ଏହା ବି କହିଥିଲା କି ମୋତେ ୪ ଜଣ ଲୋକ ଗୋଡୁଛନ୍ତି ତୁ କିଛି କର । ଏହା ପରେ ତାର ଫୋନ ସୁଇଚଅପ ହୋଇଗଲେ ।
ରାତି ୧୧ ଟା ରୁ ଆମେ ସମସ୍ତେ ତାକୁ ଖୋଜୁଛୁ । ଯୁବକର ମାମୁଁ ଆଗକୁ କହିଲେ କି ଆମେ ଦେଖିଲୁ କି ଲିଙ୍ଗିପୁର ବ୍ରିଜ ଉପରେ ଗୋଟିଏ ନୂଆ ସ୍ଟୀଲ ଛୁରୀ ପଡିଛି, ତାର ବ୍ୟାଗ ପଡିଛି ଓ ତାର ଚପଲ ପଡିଥିଲା । ଆମେ ସେହି ସ୍ଥାନରେ ଛିଡା ହୋଇ ଥାନା ବାଲାକୁ ଡାକିଲୁ ଓ ଥାନା ବାଲା ସେହି ସ୍ଥାନରେ ପହଞ୍ଚି ସେହି ସମସ୍ତ ଜିନିଷକୁ ସିଜ କରି ନିଜ ସହିତ ନେଇ ଆସିଲେ ।
ଯେତେବେଳେ ଯୁବକର ସ୍ତ୍ରୀର ବୟାନ ନିଆଗଲା ତେବେ ସେ କହିଲେ କି ତାଙ୍କ ପାଖକୁ ୧୦.୧୫ରେ ତାଙ୍କ ସ୍ଵାମୀଙ୍କ ମ୍ୟାସେଜ ଆସିଥିଲା । ଯେଉଁଥିରେ ଯୁବକ ଜଣକ ନିଜ ସ୍ତ୍ରୀକୁ ଉପୋରକ୍ତ ସମସ୍ତ କଥା କହିଥିଲେ ।
ତାଙ୍କ ସ୍ତ୍ରୀ ଆଗକୁ କହିଲେ କି କିନ୍ତୁ ମୁଁ ରାତି ୨ ଟାରେ ଏହି ମ୍ୟାସେଜ ଦେଖିଲି ଓ ସେହି ସମୟରୁ ଘରୁ ବାହାରି ଆମେ ଖୋଜାଖୋଜି ଆରମ୍ଭ କରିଲୁ । ଏହା ପରେ ଆମେ ଧଉଳି ଥାନାକୁ ଆସିଲୁ ଓ କିନ୍ତୁ ସେମାନେ କହିଲେ କି ଏହା ଲିଙ୍ଗରାଜ ଥାନାର କେସ ଅଟେ । ଏହା ପରେ ଆମେ ପୁଣି ଲିଙ୍ଗରାଜ ଥାନାକୁ ଗଲୁ ଓ ସେମାନେ ପୁଣି କହିଲେ କି ଏହି ମାମଲା ଧଉଳି ଥାନାକୁ ଯାଉଛି ।
ଏମିତିରେ ସ୍ତ୍ରୀର ଅଭିଯୋଗ କି ସଠିକ ସମାୟାରେ ଯଦି ପୋଲିସ ସାହାର୍ଯ୍ୟ କରିଥାନ୍ତେ ତେବେ ମୋ ସ୍ଵାମୀ ମିଳି ଯାଇ ଥାନ୍ତେ । ସ୍ତ୍ରୀ ଆଗକୁ କହିଲେ କି ତାଙ୍କର କାହା ସହ ଶତ୍ରୁତା ନାହିଁ । ସେ କହିଲେ କି ତାଙ୍କ ସ୍ଵାମୀ ପ୍ରଥମେ ତାଙ୍କୁ ଫୋନ କରି କହିଥିଲେ କି ତାଙ୍କର ଗାଡି ଖରାପ ହୋଇ ଯାଇଛି ଓ ୪ ଜଣ ମଦୁଆ ତାଙ୍କର ପିଛା କରୁଛନ୍ତି ଓ ମୋତେ ଭାରି ଡର ଲାଗୁଛି । ଏହା ପରେ ଯୁବକର ସ୍ତ୍ରୀ କହିଲେ କି ତୁମେ ଜଲ୍ଦି ଘରକୁ ଚାଲି ଆସ । କିନ୍ତୁ ଏହା ପର ଠାରୁ ଯୁବକର ଫୋନ ସୁଇଚ ଅପ ହୋଇ ଯାଇଛି ।