ପ୍ରାୟତଃ ଲୋକମାନେ ଏହା ଜାଣି ନାହାନ୍ତି କି ପାପ କଣ ଅଟେ ଓ ପୂଣ୍ୟ କଣ । କାରଣ ଆଜିକାଲି ଲୋକମାନେ ଏହାର ପରିଭାଷା ନିଜ ସହିତ କରୁଛନ୍ତି । ଆଜିକାଲି ଲୋକମାନେ ନିଜର ଛୋଟ ବଡ ଭୁଲ ଲୁଚାଇ ଦିଅନ୍ତି କିମ୍ବା ତାକୁ ନଜର ଅନ୍ଦାଜ କରି ଦିଅନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଛୋଟ ଛୋଟ ଭୁଲ ପାପ ଶ୍ରେଣୀରେ ଆସିଥାଏ ।
ସେମାନେ ଭୁଲି ଯାଆନ୍ତି ଯାହାକୁ ସେ ନିଜର ଛୋଟ ଭୁଲ ଭାବି ନଜର ଅନ୍ଦାଜ କରି ଦେଉଛନ୍ତି ଆଗକୁ ଯାଇ ତାହା ତାଙ୍କ ପାଇଁ ଗୋଟିଏ ବଡ ପପର କାରଣ ହୋଇପାରେ । କଣ ଆପଣ ଜାଣିଛନ୍ତି କି ଭଗବାନ ଆମର ଛୋଟ ବଡ ପାପକୁ କ୍ଷମା କରି ଦିଅନ୍ତି କିମ୍ବା ଏଥିପାଇଁ ବି ମନୁଷ୍ୟକୁ ଦଣ୍ଡ ଦିଆଯାଏ । ତେବେ ଚାଳନ୍ତୁ ଏହା ବିଷୟରେ ଜାଣିବା ।
ହିନ୍ଦୁ ଧର୍ମରେ ବର୍ଣିତ ଏକ କଥା ଅନୁସାରେ ଥରେ ଶ୍ରୀ କୃଷ୍ଣ ନିଜର ସଖା ଅର୍ଜୁନଙ୍କ ସହିତ ନଗର ବୁଲୁଥିଲେ । ସେହି ସମୟରେ ଗୋଟିଏ ଚୋର ତାଙ୍କ ସାମ୍ନାକୁ ଆସିଗଲା । ଅର୍ଜୁନ ସେହି ଚୋରକୁ ଦଣ୍ଡ ସ୍ୱରୂପ ଏକ ମାସ ପର୍ଯ୍ୟନ୍ତ ଗ୍ରାମବାସୀମାନଙ୍କ ଚାଷ ଜମିରେ କାମ କରିବା ପାଇଁ କହିଲେ । ଚୋର କହିଲେ କି ପ୍ରଭୂ ଏହା ମୋର ପ୍ରଥମ ଭୁଲ ଥିଲା ଓ ମୋତେ କ୍ଷମା କରି ଦିଅନ୍ତୁ ।
ଏହା ଶୁଣି ଶ୍ରୀ କୃଷ୍ଣ ତାଙ୍କର ଦଣ୍ଡକୁ ଏକ ମାସ ପରିବେର୍ତ୍ତେ ୬ ମାସ କରିଦେଲେ । ଏହା ଶୁଣି ଅର୍ଜୁନ କହିଲେ କି ଚୋର ପ୍ରଥମ ଭୁଲ ପାଇଁ କ୍ଷମା ମାଗିଲା କିନ୍ତୁ ଆପଣ କ୍ଷମା ମାଗିବା ସତ୍ବେ ବି ତାର ଦଣ୍ଡର ସମୟ ସୀମାକୁ ବଢାଇ ଦେଲେ କାହିଁକି ।
ଶ୍ରୀ କୃଷ୍ଣ କହିଲେ କି ଏହି ଛୋଟ ଛୋଟ ପାପ ଆଗକୁ ଯାଇ ବଡ ପାପ ହୋଇଥାଏ । ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ଏକ କଥା ଶୁଣାଇଲେ । ତୁମେ ମୋତେ କହିବ କି ସେହି ଚୋରର ଦଣ୍ଡ ବଢାଇ ମୁଁ ଭୁଲ କରିଛି ନା ଠିକ । ଶ୍ରୀ କୃଷ୍ଣ କହିଲେ କି ଥରେ ଗୋଟିଏ ବ୍ରାହ୍ମଣ ନିଜ ରାଜ୍ୟର ରାଜାଙ୍କ ଠାରୁ କିଛି ଧନ ଆଣିବା ପାଇଁ ତାଙ୍କ ରାଜମହଳକୁ ଗଲେ ।
କିନ୍ତୁ ରାଜାଙ୍କ ଠାରୁ ଦାନ ନେଉଥିବା ବ୍ୟକ୍ତି ଯୋଗ୍ୟ ନା ଅଯୋଗ୍ୟ ଏହା ଜାଣିବା ପାଇଁ ରାଜା ନିଜ ମହଲରେ ୪ ଟି ଦ୍ଵାର କରି ଥିଲେ । ଯେଉଁ ବ୍ୟକ୍ତି ଏହି ୪ ଟି ଦ୍ଵାରର ପରୀକ୍ଷାରେ ସଫଳ ହୋଇ ଯାଏ ରାଜା ତାକୁ ହିଁ ଭରପୁର ଦାନ ଦିଅନ୍ତି । ଗରିବ ବ୍ରାହ୍ମଣ ପ୍ରଥମ କବାଟ ଭିତରକୁ ଗଲା । ଯେଉଁଠି ଗୋଟିଏ ବେଶ୍ୟା ବ୍ରାହ୍ମଣଙ୍କୁ ତାଙ୍କ ସହିତ ଶୋଇଲେ ହିଁ ସେ ଆଗକୁ ଯାଇ ପାରିବେ ବୋଲି କହିଲେ ।
ଯାହାକୁ ଅଧର୍ମ ବୋଲି କହି ବ୍ରାହ୍ମଣ ଦ୍ଵିତୀୟ ଦ୍ଵାରକୁ ଗଲେ । ଦ୍ଵିତୀୟ ଦ୍ଵାରକୁ ଯିବା ମାତ୍ରେ ତାଙ୍କ ସାମ୍ନାକୁ ଦ୍ଵାରପାଳ ଆସିଗଲେ ଯିଏକି ବ୍ରାହ୍ମଣଙ୍କୁ ମାଂସ ଖାଇଲେ ହିଁ ଆପଣ ଭିତରକୁ ଯାଇ ପାରିବେ ବୋଲି କହିଲେ । ଏହାକୁ ବି ଅଧର୍ମ କହି ବ୍ରାହ୍ମଣ ତୃତୀୟ ଦ୍ଵାରକୁ ଗଲେ ।
ଯେଉଁଠି ତାଙ୍କୁ ମଦ ପିଇବା ପାଇଁ କୁହାଗଲା । ଯାହାକୁ ବ୍ରାହ୍ମଣ ମନା କାଲେ ଓ ସେ ଚତୁର୍ଥ ଦ୍ଵାର ଆଡକୁ ଚାଲି ଗଲେ । ଯେଉଁଠି କିଛି ଲୋକମାନେ ଜୁଆ ଖେଳୁ ଥିଲେ । ଯାହାକି ଏକ ଅଧର୍ମ ଥିଲା । ଏମିତିରେ ବ୍ରାହ୍ମଣ ଚିନ୍ତା କରିଲେ କି ଏହା ଶେଷ ଦ୍ଵାର ଥିଲା ଓ ସେ ଯଦି ଏହି ଦ୍ଵାରରୁ ଖାଲି ହାତରେ ଫେରିଯିବେ ତେବେ ତାଙ୍କ ପରିବାର ଦରିଦ୍ରତା ମଧ୍ୟରେ ରହିଯିବ ।
ଏମିତିରେ ବ୍ରାହ୍ମଣ ଜୁଆକୁ ଏକ ଛୋଟ ପାପ ବୋଲି ଚିନ୍ତା କରି ନିଜ ପାଖରେ ଥିବା ଏକ ଟଙ୍କାରୁ ସେ ଜୁଆ ଖେଳିଲା । ସେ ଦେଖୁ ଦେଖୁ ୧୦୦୦ ଟଙ୍କା ଜିତି ନେଲା । ବ୍ରାହ୍ମଣକୁ ଭୋକ ଲାଗିବାରୁ ସେ ଦ୍ଵିତୀୟ ଦ୍ଵାରରେ ପ୍ରଥମେ ମାଂସ ଭୋଜନ କରିଲେ ।
ବ୍ରାହ୍ମଣ ମନରେ ଆହୁରି ଲୋଭ ବଢିବାରେ ସେ ମଦ ପିଇଲେ ଓ ଶେଷରେ ବେଶ୍ୟା ସହ ରାତ୍ରି ଜାପନ କରିଲେ । ବେଶ୍ୟା ବି ତାଙ୍କ ଠାରୁ ଜୁଆରେ ଜିତିଥିବା ସବୁ ଟଙ୍କା ନେଇଗଲା । ବ୍ରାହ୍ମଣ ପୁଣି ଗରିବ ହୋଇଗଲା ଓ ତାକୁ ସେହି ୪ ଟି ଦ୍ଵାରରେ ବି ପ୍ରବେଶ ମିଳିଲା ନାହିଁ ।
ବ୍ରାହ୍ମଣ ଅଳ୍ପ ପାପ କରିଲେ କିଛି ବି ଭୁଲ ନୁହେଁ ଏହା ଚିନ୍ତା କରି ସେ ବହୁତ ପାପ କରିଦେଲା । ଏତିକି କହି ଶ୍ରୀ କୃଷ୍ଣ ନିଜର କଥା ସମାପ୍ତ କରିଲେ । ଏମିତିରେ ଅର୍ଜୁନ ଶ୍ରୀ କୃଷ୍ଣଙ୍କୁ କହିଲେ କି ଆପଣ ସେହି ଚୋରକୁ ଦଣ୍ଡ ଦେଇ ବହୁତ ଭଲ କରିଛନ୍ତି । ସେଥିପାଇଁ ଆପଣମାନେ ବି ଏହି ଛୋଟ ଛୋଟ ପାପକୁ ନଜର ଅନ୍ଦାଜ କରନ୍ତୁ ନାହିଁ ।