ଗୁରୁବାର ଦିନ କରନ୍ତୁ ସୋରିଷର ଏହି ସବୁ ଉପାୟ, ଧନ ସମ୍ବଧିତ ସମସ୍ୟା ହେବ ଦୂର… କରଜରୁ ମିଳିବ ମୁକ୍ତି

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ରହିଛି ଯାହା ଦୁଖ ଦରିଦ୍ରତାକୁ ଦୂର କରିବାରେ ସାହାଜ୍ଯ କରିଥାଏ । ସେହି ଜିନିଷ ହେଉଛି ସୋରିଷ ଯାହା ଆମେ ରୋଷେଇ ଘରେ ଖାଦ୍ଯ ପ୍ରସ୍ତୁତ କରିବା ସମୟରେ ବ୍ୟବହାର କରିଥାଉ । ସୋରିଷ ଏମିତି ଏକ ଦିବ୍ୟ ଓ ଚମତ୍କାରୀ ଶସ୍ୟ ଅଟେ ଯାହା ଘରର ବାସ୍ତୁ ଦୋଷ, ବ୍ୟକ୍ତିର ଗ୍ରହ ଦୋଷ ଖଣ୍ଡନ କରି ବ୍ୟକ୍ତିକୁ ଧନୀ କରିବାରେ ସହାୟକ ହୋଇଥାଏ । ଘର ସମସ୍ତ ଦୁଖ ଦରିଦ୍ର ଦୂର କରି ସୁଖସାନ୍ତି ଆଣିବାରେ ସୋରିସର ମୁଖ୍ୟ ଭୂମିକା ରହିଛି । ତେବେ ଆସନ୍ତୁ ଜାଣିବା ସୋରିଷ ଉପକାରିତା କଣ ରହିଛି ।

ଘରେ ଛୋଟ ପିଲା ଥିଲେ ସେମାନଙ୍କର ସର୍ବଦା ସ୍ୱାସ୍ଥ୍ୟକୁ ନେଇ ଅନେକ ସମସ୍ଯା ହୋଇଥାଏ । କିଛି ପିଲା ଏମିତି ଅଛନ୍ତି ଯେଉଁ ମାନେ ଅନେକ ସମୟରେ କାନ୍ଦିବା ସହ ଚିଡିଚିଡା ହୋଇଯାନ୍ତି । ତେବେ ଏହାର ନିରାକରଣ ପାଇଁ କିଛି ସୋରିଷ, ଲୁଣ ଓ ଗୋଟିଏ ଶୁଖିଲା ଲଙ୍କା ନେଇ ପିଲା ଉପରେ ସତ ଘେରା ବୁଲାଇ ଏହି ସାମଗ୍ରୀକୁ ଜଳନ୍ତା ନିଆଁ ଉପରେ ପକାଇ ଦିଅନ୍ତୁ ।

ଏପରି କରିବା ଦ୍ଵାରା ପିଲା ଉପରେ ହୋଇଥିବା ଦ୍ରୁଷ୍ଟି ଦୂର ହୋଇଯିବ । ଯଦି ଆପଣଙ୍କ ଘରେ କେହି ବିରକ୍ତ ହେଉଥାନ୍ତି ତେବେ ଏହି ଉପାୟ କୁ କରନ୍ତୁ । ଏହା ସହ ଯଦି ଆପଣଙ୍କର କୌଣସି କାମ ଅଟକି ରହିଥାଏ ତେବେ ଗୁରୁବାର ଦିନ କାହାକୁ ସୋରିଷ ଦାନ କରନ୍ତୁ ।

ଏପରି କରିବା ଦ୍ଵାରା ଆପଣଙ୍କର ସବୁ କାମ ସଫଳତାର ସହ ପୁରା ହେବ । ଏହା ସହ ଜୀବନରେ ଉନ୍ନତି ମଧ୍ୟ ଦେଖାଯାଇବ । ଯଦି ଆପଣଙ୍କର ଶନି ଦଶା ବା ଆର୍ଥିକ ସମସ୍ଯା ରହିଥାଏ ତେବେ ଶନିବାର ଦିନ ମୁଠାଏ ସୋରିଷକୁ ନେଇ କୌଣସି ନଦୀ ବା ଜଳ ସ୍ରୋତରେ ଭସାଇ ଦିଅନ୍ତୁ ।

ଏହି ଉପାୟ କରିବା ଦ୍ଵାରା ଧନ ସହ ଜଡିତ ସମସ୍ଯା ଦୂର ହେବା ସହ ଶନି ଦଶା ଦୂର ହେବ । ଯଦି ଆପଣଙ୍କର ଦିନକୁ ଦିନ କରଜ ବଢି ଚାଲିଛି ବା ଦୁଖ କଷ୍ଟ ଅଭାବ ଲାଗି ରହୁଛି ତେବେ କୌଣସି ଗୁରୁବାର ଦିନ ଏକ କପଡାରେ ମୁଠାଏ ସୋରିଷ ସହ ଧାନ, ଗହମ, ମାଡିୟା, ମୁଗ, କଳା ରାଶି ରଖି ଏହାକାଉ ଏକତ୍ର ବାନ୍ଧି ପୁଟୁଳି କରି ଦିଅନ୍ତୁ ।

ଆପଣଙ୍କ ଘରେ ଯେତୋଟି ରୁମ ଥିବ ସେହି ସବୁ ରୁମରେ ପୂର୍ବ ବା ଉତ୍ତର ଦିଗରେ ଏହି ପୁଟୁଳି ସବୁ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଧନ ସହ ଜଡିତ ସବୁ ସମସ୍ୟା ଦୂର ହୋଇଯିବ । ଏହା ସହ ଘରେ ସୁଖ ସମୃଦ୍ଧି ଆସିବା ସହ ସମସ୍ତ କରଜରୁ ମୁକ୍ତି ମିଳିଯିବ । ଏହା ଥିଲା ସୋରିସର କିଛି ଉପାୟ ଯାହା କରିବା ଦ୍ଵାରା ଅନେକ ସମସ୍ୟାର ନିବାରଣ ହୋଇ ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *