ଶନିଦେବଙ୍କୁ ସୂର୍ଯ୍ୟ ପୁତ୍ର ଓ କର୍ମ ଫଳ ଦାତା କୁହାଯାଏ । କିନ୍ତୁ ଶନିଗ୍ରହ ପ୍ରତି ବହୁତ ଅନ୍ଧବିଶ୍ଵାସ ବି ଅଛି । ଯେଉଁଥିରେ ତାଙ୍କୁ ଅଶୁଭ ଓ ଦୁଃଖ ଦାୟକ କୁହାଯାଏ । କିନ୍ତୁ ଶନି ସେତେ ବି ଅଶୁଭ ନୁହନ୍ତି ଯେତିକି ତାଙ୍କୁ କୁହାଯାଏ । ଶନିଦେବ ସବୁ ପ୍ରାଣୀ ସହ ଉଚିତ ନ୍ୟାୟ କରନ୍ତି । ଯେଉଁମାନେ ଖରାପ କାମ କରନ୍ତି ଶନିଦେବ ତାଙ୍କୁ ହିଁ ଦଣ୍ଡିତ କରନ୍ତି । ଜୁଆ ଖେଳିବା, ମଦ ପିଇବା, ସୁଧରେ ଟଙ୍କା ଦେବା, ଅନ୍ୟ ସ୍ତ୍ରୀ ଉପରେ ନଜର ପକାଇବା, ଅନ୍ୟର ଅପମାନ କରିବା ଇତ୍ୟାଦି କାମ ଶନିଦେବଙ୍କୁ ପସନ୍ଦ ନୁହେଁ ।
ଏହିଭଳି ଲୋକଙ୍କ ଉପରେ ଶନିଦେବ ଜଲ୍ଦି ହିଁ ରାଗି ଯାଆନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ଉପରେ ଶନିଦେବଙ୍କ କୃପା ଥାଏ ତାକୁ ଜୀବନରେ କେବେ ବି ଦୁଃଖର ସାମ୍ନା କରିବାକୁ ପଡେ ନାହିଁ । ଏହିଭଳି ଲୋକଙ୍କୁ ଶନିଦେବ ଗରିବରୁ ଧନୀ କରି ଦିଅନ୍ତି ।
ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବୁ, ଯଦି କୌଣସି ବ୍ୟକ୍ତି ମଧ୍ୟରେ ଏହିଭଳି ଲକ୍ଷଣ ଥିବ ତେବେ ତାଙ୍କ ଉପରେ ଶନିଦେବ ନିଜର କୃପା ଅଛି । ଯେଉଁ ବ୍ୟକ୍ତି ଉପରେ ଶନିଦେବ ନିଜର କୃପା ଦ୍ରୁଷ୍ଟି ରଖିଥାନ୍ତି ସେମାନେ ଅନୁସାନ ପ୍ରିୟ ହୋଇଥାନ୍ତି । ଏହିଭଳି ଲୋକମାନେ ବଡ ରୁ ବଡ ସମସ୍ୟାରୁ ବାହାରିବା ଜାଣିଛନ୍ତି । ଏହିଭଳି ଲୋକମାନଙ୍କ କେସ ଘନ ହୋଇଥାଏ । ଏହିଭଳି ବ୍ୟକ୍ତିମାନଙ୍କ ଶରୀରର ଦୁର୍ବଳ ଓ ପତଳା ହୋଇଥାଏ ।
ଏହି ଲୋକମାନଙ୍କ ପିଲାଦିନୁ ହିଁ ହାଡ ସମ୍ବନ୍ଧିତ ସମସ୍ୟା ହୋଇଥାଏ । ନିଜ ଚେଷ୍ଟାରେ ନିଜର ଭବିଷ୍ୟତ ତିଆରି କରନ୍ତି । ଏହିଭଳି ବ୍ୟକ୍ତି ଶନିଦେବଙ୍କ କୃପାରେ କଷ୍ଟ ସମୟରେ ବି ହାର ମାନନ୍ତି ନାହିଁ । ଏମାନେ କେବେ ବି ଅନ୍ୟର ସାହାର୍ଯ୍ୟର ଆଶା ରଖନ୍ତି ନାହିଁ । ଏମାନେ ବିନା କାହାର ସାହାର୍ଯ୍ୟରେ ଜୀବନରେ ଆଗକୁ ବଢନ୍ତି ନାହିଁ । ଯଦି କୌଣସି ବ୍ୟକ୍ତି ଉପରେ ଶନିଦେବ ନିଜର ଆଶୀର୍ବାଦ ରଖିଛନ୍ତି ତେବେ ସେମାନେ ସ୍ଵଭାବରେ ଅତ୍ୟଧିକ ରାଗି ହୋଇଥାନ୍ତି ।
କିନ୍ତୁ ରାଗିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ସ୍ଵଭାବକୁ ବଦଲା ଯାଇ ପାରିବ ନାହିଁ । ସେଥିପାଇଁ ଏମାନଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ । କିନ୍ତୁ ରାଗ ଶାନ୍ତ ହେବା ପରେ ଏମାନଙ୍କୁ ବହୁତ ପଶ୍ଚାତାପ ହୋଇଥାଏ । ଏମାନେ ବଳବାନ ହେବା ସତ୍ବେ ବି କମଜୋରଙ୍କୁ କଷ୍ଟ ଦିଅନ୍ତି ନାହିଁ । ସବୁବେଳେ ଅନ୍ୟର ସାହାର୍ଯ୍ୟ କରନ୍ତି । ଏମାନଙ୍କୁ ମିଥ୍ୟା ଦ୍ଵାରା ସବୁବେଳେ ଚିଡ ହୋଇଥାଏ । କେବେ କାହାକୁ ଟଙ୍କା ନେଇ ଧୋଖା ଦିଅନ୍ତି ନାହିଁ ।
ସେଥିପାଇଁ ବହୁତ ସମସ୍ୟା ମଧ୍ୟ ହୋଇଥାଏ । କିନ୍ତୁ ଶେଷରେ ଶନିଦେବଙ୍କ କୃପାରେ ଏମାନଙ୍କ ଜୀବନରେ ଭଲ ଦିନ ଆସିଯାଏ । ଏମାନେ କେବେ ବି ଗର୍ବ କରନ୍ତି ନାହିଁ । ଅନ୍ୟକୁ ନିଚ୍ଛ ଦେଖାଇବାକୁ ପ୍ରୟାସ କରନ୍ତି ନାହିଁ । ଏମାନେ ସମସ୍ତଙ୍କୁ ସମ୍ମାନ କରନ୍ତି ଓ ଏମାନେ ବହୁତ ଭାବୁକ ହୋଇଥାନ୍ତି ।