କଳିଯୁଗ ଅନ୍ତ ହେବା ପୂର୍ବରୁ ଦେଖା ଦେବ ଏହି 6 ଟି ଲକ୍ଷଣ- Garuda Purana

ବର୍ତ୍ତମାନ ସମୟରେ ଅଧର୍ମ ବଢି ଚାଲିଛି । ସବୁଦିନ ହତ୍ୟା ଓ ବଳତ୍କାର ଭଳି ଘଟଣା ଶୁଣିବାକୁ ମିଳୁଛି । ଏମିତିରେ ଲୋକମାନଙ୍କ ମନରେ ଏହା ପ୍ରଶ୍ନ ଉଠୁଛି କି ଏହି କଳିଯୁଗ କେବେ ସମାପ୍ତ ହେବ ଓ ସମାପ୍ତ ହେବା ପୂର୍ବରୁ କେଉଁ ସବୁ ଲକ୍ଷଣ ନଜର ଆସିବ । ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ କି କେଉଁ କେଉଁ ଲକ୍ଷଣ ନଜର ଆସିଲେ ଆପଣ ଜାଣି ପାରିବେ କି କଳିଯୁଗ ସମାପ୍ତ ହେବାକୁ ଯାଉଛି । ଶାସ୍ତ୍ର ଅନୁସାରେ ଚାଳନ୍ତୁ ଜାଣିବା ଏହିଭଳି କିଛି ସଂକେତ ବିଷୟରେ ଯାହା ଆମକୁ କଳିଯୁଗର ଶେଷ ସମୟରେ ଦେଖିବାକୁ ମିଳିବ ।

ବେଦ ଓ ଧର୍ମ ଶାସ୍ତ୍ରରେ ଲୋକମାନଙ୍କ ରୁଚି କମ ହୋଇଯିବ । ବିବାହକୁ ଧର୍ମ କୁହାଯିବ ନାହିଁ । ଶିଷ୍ୟମାନେ ନିଜର ଗୁରୁମାନଙ୍କର ସମ୍ମାନ କରିବେ ନାହିଁ । ପୁତ୍ରମାନେ ନିଜର କର୍ତ୍ତବ୍ୟ ଠାରୁ ଦୂରେଇ ଯିବେ । ଯିଏ ବଳବାନ ଥିବ ଲୋକମାନେ ତାକୁ ହିଁ ସମ୍ମାନ ଦେବେ । ବିବାହରେ ଯୌତୁକ ଭଳି ପ୍ରଥା ସମାଜରେ ଅଧିକ ଚାଲିବ ।

ନିଜ ହିସାବରେ ନିୟମ ତିଆରି କରିବେ । ଧନ ବଳରେ କେବଳ ଧାର୍ମିକ ହେବାର ଦେଖାଣିଆ କରାଯିବ । ଲୋକମାନେ ପରସ୍ପର ଉପରେ ବିଶ୍ଵାସ କରିବେ ନାହିଁ । ସରଲ ଓ ସିଧା ମନୁଷ୍ୟଙ୍କ ଜୀବନ ବହୁତ କଠିନ ହୋଇଯିବ । କଳିଯୁଗରେ ମନୁଷ୍ୟମାନଙ୍କ ଆୟୁ ଦିନକୁ ଦିନ କମ ହୋଇଯିବ ।

ବହୁତ କମ ବୟସର ଲୋକମାନେ ରୋଗୀ ହେବାକୁ ଲାଗିବେ । ଛୋଟ ପିଲାମାନଙ୍କର କେସ ଅଳ୍ପ ବୟସରେ ହିଁ ଧଳା ହୋଇଯିବ । ଏତିକି ନୁହେଁ ୨୦ ବର୍ଷ ବୟସରେ ହିଁ କଳିଯୁଗର ଲୋକମାନେ ବୁଢା ହେବାକୁ ଲାଗିବେ । ଏହିଭଳି କିଛି ଆପଣଙ୍କ ଆଖି ସାମ୍ନାରେ ବି ଘଟୁଥିବ ।

ଯେଉଁଠି ଆଗ କାଳର ଲୋକମାନେ ୧୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁଥିଲେ । ଆଜିକାଲି ଲୋକମାନେ ୬୦ – ୬୫ରେ ମୃତ୍ୟୁ ବରଣ କରୁଛନ୍ତି । ଭବିଷ୍ୟତରେ ଲୋକମାନଙ୍କ ଆୟୁ ଆହୁରି ଅଧିକ କମ ହୋଇ ଚାଲିବ । ଲୋକମାନେ ମନ୍ଦ ବୁଦ୍ଧି ହୋଇଯିବେ ଓ ବ୍ୟର୍ଥ କାମରେ ନିଜର ସମୟ ଖର୍ଚ କରିବେ ।

କଳିଯୁଗରେ ଏମିତି ବି ସମୟ ଆସିବ ଯେଉଁ ସମୟରେ ସବୁ ପୁରୁଷ ସ୍ତ୍ରୀମାନଙ୍କର ଅଧୀନ ହୋଇଯିବେ ଓ ସ୍ତ୍ରୀ ସ୍ଵାମୀ ଉପରେ ରାଜ କରିବେ । ଖରାପ ଶବ୍ଦ ଅଧିକ ବ୍ୟବହାର କରିବେ । ସ୍ତ୍ରୀ ନିଜର ପତୀବ୍ରତା ପାଳନ କରିବ ନାହିଁ । ସ୍ଵାମୀ ଅନ୍ୟ ସ୍ତ୍ରୀ ସହ ସମ୍ବନ୍ଧ ରଖିବ ।

ଯାହା ପାଖରେ ଧନ ଥିବ ତାଙ୍କ ପାଖରେ ହିଁ ସ୍ତ୍ରୀ ରହିବେ । ଧୀରେ ଧୀରେ ମନୁଷ୍ୟମାନଙ୍କ ସ୍ଵଭାବ ପଶୁମାନଙ୍କ ଭଳି ହୋଇଯିବ । ଲୋକମାନେ ଅଧିକ ସମୟ ଭୋଗ ବିଳାସରେ ବିତାଇବେ । ଧର୍ମ କର୍ମର ଲୋପ ହୋଇଯିବ ।

ସମାଜର ଏକ ଏହିଭଳି ହିଂସା ଚେହେରା ସାମ୍ନାକୁ ଆସିବ ଯାହା ବିଷୟର ନା ହିଁ କେବେ କେହି ଚିନ୍ତା କରିଥିବ ଓ ନା ହିଁ ଦେଖିଥିବ । ଯେଉଁମାନେ ବଳବାନ ଥିବେ ତାଙ୍କର ହିଁ ରାଜ ଚାଲିବ । ମାନବତା ନଷ୍ଟ ହୋଇ ଚାଲିବ ।

Leave a Reply

Your email address will not be published. Required fields are marked *