ବଞ୍ଚିଛି ରାବଣ! ଶ୍ରୀଲଙ୍କାରୁ ମିଳିଲା ବଡ ପ୍ରମାଣ…. ରାମାୟଣ ସହ ଜଡିତ କିଛି ଏଭଳି ତଥ୍ୟ ଯାହା ଆପଣଙ୍କୁ ଜଣା ନାହିଁ- ଦେଖନ୍ତୁ Video

ଶ୍ରୀଲଙ୍କାର ବୈଜ୍ଞାନିକ ମାନେ ଏମିତି କିଛି ଗଛ ଦେଖିବାକୁ ପାଇଲେ ଯାହା କେବଳ ହିମାଳୟରେ ଦେଖିବାକୁ ମିଳିଥାଏ । ଏହା ସହ ରାମାୟଣ ସଜ ଜଡିତ କିଛି ତଥ୍ୟ ଶ୍ରୀଲଙ୍କାର କିଛି ସ୍ଥାନରେ ଦେଖିବାକୁ ମିଳିଛି ଝାର ଖୁଲାସା କରିଛନ୍ତି ଶ୍ରୀଲଙ୍କାର ବୈଜ୍ଞାନିକ ଟିମ । ତେବେ ଆସନ୍ତୁ ଜାଣିବା ସେହି ସ୍ଥାନ ଗୁଡିକ କଣ ଓ ତାହା ସହ ରାମାୟଣର କଣ ସମ୍ପର୍କ ରହିଛି ଯାହାର ପ୍ରାରମ୍ଭ ଲକ୍ଷ ଲକ୍ଷ ବର୍ଷ ପୂର୍ବେ କରା ଯାଇଥିଲା । ଆପଣ ମାନେ ରାମାୟଣ କଥା ନିଶ୍ଚୟ ଶୁଣିଥିବେ । ଯେତେବେଳେ ହନୁମାନ ଶ୍ରୀଲଙ୍କାରେ ପହଞ୍ଚିଥିଲେ ସେହି ସମୟରେ ତାଙ୍କ ପୁଛରେ ନିଆଁ ଲଗାଇ ଦିଆ ଯାଇଥିଲା ।

ସେହି ସମୟରେ ହନୁମାନ ପୁରା ରାବଣର ମହଲକୁ ଜଳାଇ ଦେଇଥିଲେ । ଆଜି ବି ସେହି ମାଟି ଦେଖିବାକୁ ମିଳୁଛି ଯାହା ସେହି ସମୟରେ ପୋଡି ଯାଇଥିଲା । ଯେତେବେଳେ ହନୁମାନ ମା ସୀତାଙ୍କୁ ରାବଣ କବଳରୁ ରକ୍ଷା କରିବା ପାଇଁ ସମୁଦ୍ର ଡେଇଁ ଶ୍ରୀଲଙ୍କାରେ ପହଞ୍ଚିଥିଲେ ସେହି ସମୟରେ ତାଙ୍କ ପାଦର ଚିହ୍ନ ରହିଥିଲା । ଆଜି ବି ଶ୍ରୀଲଙ୍କାରେ ସେହି ଚିହ୍ନ ଦେଖିବାକୁ ମିଳୁଛି ।

ଯେବେ ମା ସିତାଙ୍କୁ ରାବଣ ଅ-ପ-ହ-ର-ଣ କରି ଏକ ଗୁମ୍ଫାରେ ରଖିଥିଲା ସେହି ସମୟର ଗୁମ୍ଫା ବିଷୟରେ ଶ୍ରୀଲଙ୍କାର ବୈଜ୍ଞାନିକ ଟିମ ଅନୁସନ୍ଧାନ କରିଛନ୍ତି । ଯେଉଁଥିରେ ପ୍ରମାଣ ହେଉଛି କି ଏହି ଗୁମ୍ଫା ରାମାୟଣ ସମୟର । ରାବଣ ଓ ପ୍ରଭୁ ରାମଚନ୍ଦ୍ରଙ୍କ ମଧ୍ୟରେ ଯେତେବେଳେ ଯୁଦ୍ଧ ହୋଇଥିଲା ସେହି ସମୟରେ ଲକ୍ଷ୍ମଣଙ୍କୁ ଆ-ହ-ତ ହୋଇଥିଲେ । ଲକ୍ଷ୍ମଣଙ୍କୁ ବଞ୍ଚାଇବା ପାଇଁ ହନୁମାନ ପୁରା ସଞ୍ଜିବନୀ ପାହାଡକୁ ଉଠାଇ ଆଣିଥିଲେ ।

ଏହା ପରେ ଲକ୍ଷ୍ମଣଙ୍କ ଚିକିତ୍ସା ସାରିବା ପରେ ହନୁମାନ ପୁଣି ଥରେ ସେହି ପାହାଡକୁ ନେଇ ତା ଜାଗାରେ ରଖିଥିଲେ । ତେବେ ହନୁମାନଙ୍କର ଯିବା ଆସିବାର ପାଦ ଚିହ୍ନ ଆଜି ବି ଶ୍ରୀଲଙ୍କାରେ ସଞ୍ଜିବନୀ ପାହାଡ ଉପରେ ଦେଖିବାକୁ ମିଳୁଛି । ଭାରତୀୟ ଗୁଗୁଲ ମ୍ୟାପରେ ସ୍ପଷ୍ଟ ହେଉଛି ଯେ ପ୍ରଭୁ ରାମଚନ୍ଦ୍ର ଯେତେବେଳେ ସମୁଦ୍ର ପାରା ହୋଇ ଶ୍ରୀଲଙ୍କା ଯିବା ପାଇଁ ସେତୁ ବାନ୍ଧୁଥିଲେ ସେହି ସମୟର ସେତୁ ଆଜି ବି ମହଜୁଦ ରହିଛି ।

ଏହା କୌଣସି ପ୍ରାକୃତିକ ନୁହେଁ ବରଂ ରାମାୟଣ ସମୟରେ ହୋଇଥିଲା । ରାବଣ ନିଜ ମହଲରେ ଯେଉଁ ବିଶାଳକାୟ ହାତୀ ରଖିଥିଲା ତାହାର କିଛି ଅଂଶ ଏବେ ବୈଜ୍ଞାନିକ ଏମାନେ ପାଇଛନ୍ତି । ଯେଉଁଥିରେ ପ୍ରମାଣ ହେଉଛି ଏହି ହାଡ ସେହି ହାତିର ଯିଏ ରାବଣର ରଖୱାଲି କରିବା ପାଇଁ ରହିଥିଲା ।

ଏହା ସହ ଶ୍ରୀଲଙ୍କାରେ ଏମିତି ଏକ ଗୁପ୍ତ ମହଲା ମିଳିଛି ଯାହାର ସନ୍ଧାନ ବୈଜ୍ଞାନିକ ମାନେ କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ଏହା ରାମାୟଣର ରାବଣର ମହଲ ଯେଉଁଠାରେ ଅନେକ ଗୁପ୍ତ ରାସ୍ତା ମଧ୍ୟ ରହିଛି । ମା ସୀତା ରାବଣର ମହଲରେ ନ ରହିବାରୁ ରାବଣ ତାଙ୍କୁ ଅଶୋକ ବାଟିକାରେ ରଖିଥିଲା ।

ଆଜି ବି ସେହି ଅଶୋକ ବାଟିକା ଶ୍ରୀଲଙ୍କାରେ ଦେଖିବାକୁ ମିଳୁଛି । ରାମାୟଣରେ ପ୍ରଭୁ ରାମଚନ୍ଦ୍ର ରାବଣ ଜଣେ ବ୍ରାମହାନ ହୋଇଥିବାରୁ ତାକୁ ମାରିବା ପରେ ପଶ୍ଚତାପ ସ୍ୱରୂପ ସେ ୩ଟି ଶିବଲିଙ୍ଗ ପ୍ରସ୍ତୁତ କରିଥିଲେ ଯାହା ଆଜି ବି ଶ୍ରୀଲଙ୍କାରେ ପୂଜା ପାଉଛି ।

ବନ୍ଧୁଗଣ ଆମ ଲେଖାଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *