ନମସ୍କାର ବନ୍ଧୁଗଣ । ଏହି ଭିଡିଓରେ ଜଣେ ବ୍ୟକ୍ତି ଯିଏ ଅଧା ଓଡିଆ ଅଧା ବଙ୍ଗାଳୀ ଯାଇଛନ୍ତି ତାଙ୍କୁ ଦଶହରା, ରାମାୟଣ ଓ ମହାଭାରତ ବିଷୟରେ ପ୍ରଣସ କରା ଯାଇଛି । ଉତ୍ତରରେ ବ୍ୟକ୍ତି ଜଣକ କହିଛନ୍ତି ଯେ ଦଶରଥ ହେଉଛି ମା ସିତାଙ୍କର ପିତା ପରେ ଉତ୍ତର ବଦାଲାଇ କହିଛନ୍ତି ଦଶରଥ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ରଙ୍କର ପିତା । ତାଙ୍କ କହିବାର ଢଙ୍ଗ କିଛି ଅଲଗା ପ୍ରକାର ରହିଛି ଯାହାକୁ ଶୁଣିଲେ ଲାଗୁଛି ତାଙ୍କର ଏହା ଉପରେ କୌଣସି ଆଇଡିଆ ନାହି । ଅନ୍ୟ ଜଣେ ଯୁବକଙ୍କୁ ରାମାୟଣ ଓ ମହାଭାରତ ବିଷୟରେ ପଚରା ଯାଇଛି । ଉତ୍ତରରେ କହିଛନ୍ତି ଯେ ରାମାୟଣ ଓ ମହାଭାରତ ମହିଳାଙ୍କ ଯୋଗୁ ସୃଷ୍ଟି ହୋଇଥିଲା ।
ରାମାୟଣ ମା ସୀତାଙ୍କ ଯୋଗୁ ହୋଇଥିଲା କିନ୍ତୁ ମହାଭାରତ କାହା ଯୋଗୁ ହୋଇଥିଲା ତାହା ଜାଣି ନାହାନ୍ତି ବୋଲି ଯୁବକ କହିଛନ୍ତି । ସେ କହିଛନ୍ତି ଯେ ଘରେ କଳହ ମହିଳାଙ୍କ ଯୋଗୁ ହିଁ ହୋଇଥାଏ । ମା ଦୂର୍ଗାଙ୍କର ହାତ କେତୋଟି ତାହା ସେ ଆଜି ଯାଏଁ ଗଣି ନାହାନ୍ତି ବୋଲି ଉତ୍ତରରେ କହିଛନ୍ତି । ଆଉ କିଛି ଝିଅ ମାନେ ଦଶହରା ବିଷୟରେ କହିଛନ୍ତି ଯେ କୋରୋନା କଟକଣା ଯୋଗୁ ମା ଦୂର୍ଗାଙ୍କର ପୂଜା ଭଲ ଭାବେ ଚାଲିବା ସହ ମା ଯେତିକି ପାଇଲେ ସେତିକିରେ ଖୁସି ହୋଇଥାନ୍ତି । ମହାଭାରତରେ ଅର୍ଜୁନଙ୍କର ଚରିତ୍ର ଭଲ ଲାଗିବା ସହ ତାଙ୍କର ଯୁଦ୍ଧ କରିବାର ଶୈଳୀ ଭଲ ଲାଗେ ବୋଲି ଝିଅଟି କହିଛନ୍ତି ।
ଏହା ସହ ରାବଣର ସ୍ତ୍ରୀ ମନ୍ଦୋଦରୀ ଓ ରାଜା ଦଶରଥଙ୍କର ୩ଟି ସ୍ତ୍ରୀ ଥିଲେ ଯାହାଙ୍କର ନାଁ ହେଉଛି କୌଶଲ୍ୟା, କୈକୟୀ, ସୁମିତ୍ରା । ଅନୁ ଜେଣ ଯୁବକ ଦଶହରା ବିଷୟରେ କହିଛନ୍ତି କି କେଉଁ ମାସରେ ଦଶହରା ପଡେ ତାହା ଜାଣି ନାହାନ୍ତି । ଟୋକିଓ ଅଲମ୍ପିକରେ ଏଥର ଭାରତର କିଏ ଗୋଲ୍ଡ ମେଡାଲ ପାଇଲେ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହି । ଅନ୍ୟ ଜଣେ ମହାଭାରତରେ ଲକ୍ଷ୍ମଣ ଥିଲେ ବୋଲି କହିବା ସହ କୌରବଙ୍କର ପାଞ୍ଚ ପାଣ୍ଡବ ଥିଲେ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ରାମାୟନରେ ପ୍ରଭୁ ରାମଚନ୍ଦ୍ରଙ୍କର ମା ୩ଜଣ ଥିଲେ କିନ୍ତୁ ତାଙ୍କର ନାଁ କଣ ଜାଣି ନାହାନ୍ତି ବୋଲି ଝିଅଟି ଉତ୍ତର ଦେଇଛନ୍ତି ।
ଅନ୍ୟ କିଛି ମହିଳା ମାନେ ପଞ୍ଚୁ ପାଣ୍ଡବ ଝୁଧିଷ୍ଠିର, ନକୁଳ, ସହଦେବ, ଅର୍ଜୁନ ଓ ଭୀମ ଥିଲେ ବୋଲି ଉତ୍ତର ଦେଇଛନ୍ତି । ଆଉ ଜଣେ ଝିଅଙ୍କୁ ପ୍ରଶ୍ନ କରା ଯାଇଥିଲା କି ଦ୍ରୋଣାଚାର୍ଜ୍ୟଙ୍କ ପୁଅ କିଏ ଥିଲେ ? ଉତ୍ତର ଦେବା ବେଳକୁ ଝିଅର ମୁହଁ ଦେଖିବା ଲାୟକ ହୋଇଥିଲା ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଝିଅଟି ଉତ୍ତର ଦେବା ସମୟରେ ନିଜେ କନ୍ଫ୍ଯୁଜ ହୋଇ ଯାଉଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ଶେଷରେ ଉତ୍ତର ଦେଇଛନ୍ତି ଯେ ଦ୍ରୋଣାଚାର୍ଜ୍ୟଙ୍କ ପୁଅଙ୍କ ନାଁ ହେଉଛି ଅଶ୍ଵଶର୍ମା । ତେବେ ଏହିପରି ଭାବେ କିଛି ଦର୍ଶକ ମାନେ ପୌରାଣିକ ବିଷୟରେ ମତ ଦେଇଛନ୍ତି ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।