ଥଣ୍ଡା, କାଶ, କଫ ଆଦି ସାମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର, Home Remedy

ଆଜିକାଲି ଜଳବାୟୁରେ ପରିବର୍ତ୍ତନ ଯୋଗୁ ଥଣ୍ଡା, କାଶ ବା କଫ ଭଳି ସମସ୍ଯା ଦେଖା ଯାଉଛି । କିନ୍ତୁ କିଛି କ୍ଷେତ୍ର ରେ ଥଣ୍ଡା ବା କାସ ଏତେ ମାତ୍ରା ରେ ବଢିଯାଏ ଯେ ଯାହା ପାଇଁ ମେଡ଼ିସିନର ସେବନ କରିବାକୁ ପଡିଥାଏ । କିନ୍ତୁ ଏଥିରେ କିଛି ମାତ୍ରାରେ ସଫଳ ମିଳିଥାଏ । କିନ୍ତୁ ଏମିତି କିଛି ଘରୋଇ ଉପାୟ ରହିଛି ଯାହାର ପ୍ରୟୋଗ କରିବା ଦ୍ଵାରା ଏହି ସମସ୍ୟାରୁ ମୁକ୍ତି ପାଇହେବ । ପ୍ରାକୃତିକ ଉପରେ ଶରୀରକୁ ଠିକ ରଖିଲେ କୌଣସି ରୋଗ ହୋଇପାରେ ନାହି ।

ଆଜି ଆମେ ଆପଣ ମାନଙ୍କ ପାଇଁ ପ୍ରାକୃତିକ ଉପାୟ ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଥଣ୍ଡା କାସ ଦୂର ହୋଇ ପାରିବ । ଆଜିର ଏହି ଘରୋଇ ଉପଚାର ତିଆରି କରିବା ପାଇଁ ଏକ ଗ୍ଳାସ ପାଣି ନିଅନ୍ତୁ । ଏହା ପରେ ଦୁଇ ଇଞ୍ଚ ଲମ୍ବର ଏକ ଅଦା ଯାହା ଥଣ୍ଡା, ଆକାଶ ବା କଫ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ବହୁ ପୁରାତନ କାଳରୁ ଅଦାର ବ୍ୟବହାର କରା ଯାଉଛି ।

ଅଦାକୁ ଭଲ ଭାବେ ଛେଚି ଦେଇ ପାଣିରେ ପକାନ୍ତୁ । ଏହା ପରେ ପାନପତ୍ରର ଆବଶ୍ୟକତା ରହିଛି ଯାହା କଫ ସମସ୍ଯାକୁ ନିୟନ୍ତ୍ରଣ କରିଥାଏ । ଗୋଟେ ପାନପତ୍ରକୁ ଛିଡାଇ ପାଣିରେ ପକାନ୍ତୁ । ତୃତୀୟ ସାମଗ୍ରୀର ଆବଶ୍ୟକତା ରହିଛି ଗୋଲମରୀଚ ଯାହା ତାହାଣ୍ଡା, ଆକ୍ସା, ଆଖିରୁ ପାଣି ବୋହିବା ବା ଛାତିରେ ଜମା ହୋଇଥିବା କଫ ବାହାର କରିବାରେ ସହାୟକ ହୋଇଥାଏ ।

୭ରୁ ୮ଟି ଗୋଲମରିଚ ଗୁଣ୍ଡ କରି ପାଣିରେ ପକାନ୍ତୁ । ଏହା ପରେ ରହିଛି ତୁଳସୀ ପତ୍ର ଯାହା ଆୟୁର୍ବେଦିକ ଔଷଧ ଅଟେ ଯାହା ଥଣ୍ଡା, କାଶ ସମସ୍ୟାରୁ ମୁକ୍ତି ଦେଇଥାଏ । ପାଣିରେ ୫ରୁ ୬ଟି ତୁଳସୀ ପତ୍ର ପକାନ୍ତୁ । ତୁଳସୀ ପତ୍ରର ସେବନ ଦ୍ଵାରା ଇମ୍ୟୁନିଟି ପାୱାର ବୃଦ୍ଧି ପାଇଥାଏ । ଏହା ପରେ ଶେଷ ସାମଗ୍ରୀ ହେଇଛି ଗୁଡ ଯାହା ସ୍ୱାସ୍ଥ୍ୟ ଲାଭଦାୟକ ହୋଇଥାଏ ।

ଏହା ପରେ ଏହି ପାଣିକୁ ଭଲ ଭାବେ ଫୁଟାନ୍ତୁ ଯେଉଁ ଯାଏଁ ପାଣି ଅଧା ଗ୍ଳାସ ନ ହୋଇଛି । ଏହା ପରେ ଏହି ପାଣିକୁ ଆପଣ ଛାଣି ନିଅନ୍ତୁ । ଏହି ପାଣିରେ ଏକ ଚାମଚ ମହୁର ପ୍ରୟୋଗ କରନ୍ତୁ । କାସ ବା କଫରୁ ମୁକ୍ତି ପାଇବା ପାଇଁ ମହୁର ପ୍ରୟୋଗ କରିବା ଜରୁରୀ ଅଟେ । ଏହିପରି ଭାବେ ଘରୋଇ ଉପଚାର ତିଆରି କରିହେବ । ଏହାର ସେବନ ଆପଣ ପ୍ରତି ଦିନ ଦୁଇ ଥର କରି ପାରିବେ ।

ଏହା ବହୁ ପୁରାତନ ଓ ଆୟୁର୍ବେଦିକ ଘରୋଇ ଉପଚାର ଅଟେ । ଏଥିରେ ବ୍ଯବହୃତ ସମସ୍ତ ସାମଗ୍ରୀ ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ । ତେଣୁ ଏହି ଭଳି ଭାବେ ଏହାର ପ୍ରୟୋଗ କରିଲେ ଥଣ୍ଡା, କାଶ ବା କଫ ସମସ୍ୟାରୁ ମୁକ୍ତି ମିଳିବ । ଏହାକୁ ଦୁଇରୁ ତିନି ଦିନ ଯାଏଁ ସେବନ କରିଲେ ଆପଣ ଦେଖିବେ ସବୁ ଦିନ ପାଇଁ ଥଣ୍ଡା, କାଶ ସମସ୍ଯା ଦୂର ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *