ପ୍ରତେକ ଦେବାଦେବୀଙ୍କ ପାଖରେ ଅନେକ ପ୍ରକାରର ଫୁଲ ଅର୍ପଣ କରାଯାଏ । ବିନା ଫୁଲରେ ଭଗବନାଙ୍କର ପୂଜା କରିବା ସମ୍ଭବ ନୁହେଁ । ସବୁ ଭଗବାନଙ୍କର ଅଲଗା ଅଲଗା ଫୁଲ ଅର୍ପଣ କରାଯାଏ । କୌଣସି ଗୋଟିଏ ସମାନ ଫୁଲ ଭଗବାନଙ୍କ ନିକଟରେ ଅର୍ପଣ କରାଯାଏ ନାହି । ତେବେ ଆଜି ଆମେ ଆପଣ ମାନଙ୍କୁ କେଉଁ ଭଗବାନଙ୍କ ନିକଟରେ କେଉଁ ଫୁଲ ଅର୍ପଣ କରିଲେ ଠିକ ହୋଇଥାଏ ସେହି ବିଷୟରେ କହବାକୁ ଯାଉଛୁ ।
ଆପଣ ମାନେ ଜାଣିଥିବେ ମହାଦେବଙ୍କ ନିକଟରେ ଗଙ୍ଗଶିଉଳି, ମନ୍ଦାର, ନାଗାର୍ଜୁନ, ସେବତୀ, ଅରକ୍ଖ, କଡମ୍ବ, ଫ୍ଲାସ, ଦୁଦୁରା, ବଉଳ, ଅଗସ୍ତ, କାଶତଣ୍ଡି, ଚମ୍ପା, ଧଳା କନିଆରି ମନ୍ଦାର, ବେଲପତ୍ର ଅର୍ପଣ କରାଯାଏ । ଏହି ସବୁ ଫୁଲ ଅର୍ପଣ କରିଲେ ମହାଦେବଙ୍କ କୃପା ଲାଭ ହୋଇଥାଏ । ଠିକ ସେହିପରି ମା ଦୂର୍ଗାଙ୍କୁ ମନ୍ଦାର, ଜୟନ୍ତୀ, ନାଗେଶ୍ଵର, ନବ ମଲ୍ଲିକା, କନିଅର, କୁଣ୍ଡ, କୁନାଙ୍ଗ, ପାଟୋଳି ଫୁଲ ଅର୍ପଣ କରିଲେ ସୁଖ ଶାନ୍ତି ପାଇବା ସହ ଶତ୍ରୁ ଦମନ ହେବେ ।
ଭଗବାନ ସୂର୍ଯ୍ୟ ଦେବତାଙ୍କୁ ଚମ୍ପା,ଯାଇ, କୁଣ୍ଡ, ପଦ୍ମ, ସମୀ, ଅଶୋକ, ପଳାସ, ଆଗସ୍ତି, ପୁନାଙ୍ଗ, ଜବା, କବିଳ, କୁସୁମ, ଅରକ୍ଷ ଫୁଲ ଅର୍ପଣ କରିଲେ ଶୁଭ ହୋଇଥାଏ । ସେହିପରି ମାତା ଲକ୍ଷ୍ମୀଙ୍କୁ ପଦ୍ମ, ଚମ୍ପା, ଅଶୋକ, ପୁନାଙ୍ଗ, କଦମ୍ବ, ଧୁତୁରା, ଦୂବ ଓ ବେଲପତ୍ର ଅର୍ପଣ କରି ପୂଜା ଅର୍ଚ୍ଚନା କରିଲେ ଘରେ ସୁଖ ଶାନ୍ତି ରହିବା ସହ ଘରେ ଧନର ବର୍ଷା ହୋଇଥାଏ । ସେହିପରି ଭଗବାନ ଗଣେଶଙ୍କ ନିକଟରେ ଅପରାଜିତା, ସେତଦୁବା, ପୁନାଙ୍ଗ, ମନ୍ଦାର, ଅଶୋକ, ଚମ୍ପା, ପଦ୍ମ, କରବୀର ଆଦି ଫୁଲ ଅର୍ପଣ କରିଲେ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ମଧ୍ୟ ପୁରା ହୋଇଥାଏ ।
ପ୍ରଭୁ ରାଧାକୃଷ୍ଣଙ୍କୁ ଗୋଲାପ, କନିଅର, ପଦ୍ମା ଫୁଲ ଅର୍ପଣ କରିଲେ ଶୁଭ ହୋଇଥାଏ । ଭଗବାନ ବିଶୁଣୁଙ୍କ ନିକଟରେ ବେଲପତ୍ର, ତୁଳସୀ ପତ୍ର, ମଲ୍ଲି, ଜୁଇ, ଚମ୍ପା, ଟଗର ଅର୍ପଣ କରିଲେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ମା ସରସ୍ଵତୀଙ୍କ ନିକଟରେ ଟଗର, ଗେଣ୍ଡୁ, ମନ୍ଦାର, ଅଶୋକ, ଧୁତୁରା, ସେତଦୁବା ଫୁଲ ଅର୍ପଣ କରିଲେ ଶୁଭ ଫଳ ଦେଖିବାକୁ ମିଳିଥାଏ । ଠିକ ସେହିପରି ମା ମଙ୍ଗଳାଙ୍କୁ ଟଗର, ମନ୍ଦାର, ମଲ୍ଲି, ପଦ୍ମ ଫୁଲ ଅର୍ପଣ କରିଲେ ଶୁଭ ହୋଇଥାଏ । ଭଗବାନଙ୍କର ପୂଜା କରିବା ସମୟରେ ଭକ୍ତିର ସହ ପୂଜା କରନ୍ତୁ ।
ପୂଜା କରିବା ସମୟରେ ସମର୍ପଣ ଭାବ ଭଗବାନଙ୍କ ପ୍ରତି ରହିବା ଉଚିତ । ପୂଜା କରିବା ସମୟରେ ଆପଣଙ୍କର ମୁହଁ ପୂର୍ବ ଦିଗରେ ରହିବା ଉଚିତ । ଭଗବାନ ଗଣେଶଙ୍କ ପୂଜା କରିବା ସମୟରେ ଘଟ ସ୍ଥାପନ କରିବା ଉଚିତ । ହିନ୍ଦୁ ଧର୍ମ ଅନୁସାରେ ପ୍ରଥମେ ଭଗବାନ ଗଣେଶଙ୍କ ପୂଜା କରିବା କୁହା ଯାଇଛି । ଏହା ଦ୍ଵାରା ଭଗବାନଙ୍କର କୃପା ଲାଭ ହୋଇଥାଏ । ଏହା ସହ ନିଜର କର୍ମ ଦ୍ଵାରା ଆପଣ ଜୀବନରେ ସଫଳତା ପାଇ ପାରିବେ । ତେଣୁ ସର୍ବଦା ଭଲ କାମ କରିବାକୁ ଚେଷ୍ଟା କରନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।