ୟୁରିନ Infection କାହିଁକି ହୁଏ ? Dr Manas Ranjan Pradhan

ୟୁରିନ ଇନଫେକସନ ହେଉଛି ପରିସ୍ରା ନଳୀ ଦେଇ ଯେଉଁ ଜୀବାଣୁ ମାନେ ଜମା ହୋଇଥାନ୍ତି ଯାହା ଦ୍ଵାରା ମୂତ୍ରାଶୟ ଇନଫେକସନ ହୋଇଥାଏ । କିଡନିରେ ପରିସ୍ରା ତିଆରି ହେବା ପରେ ସେଥିରେ ଥିବା ୟୁରିଟର ପାଇପ ଦ୍ଵାରା ତଳକୁ ବ୍ଳାଡର ଆଡକୁ ଆସିଥାଏ ଯାହାକୁ ପରିସ୍ରା ଥଳି କୁହାଯାଏ । ଏଠାରେ ପରିସ୍ରା ଜମା ହୋଇ ରହିଥାଏ । ଏହା ହେଉଛି ମୂତ୍ରାଶୟର ଏକ ପାର୍ଟ । ମହିଳା ମାନଙ୍କ ଠାରେ ଓ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିଙ୍କ ପାଖରେ ମୂତ୍ରାଶୟ ଇନଫେକସନ ଅଧିକ ଦେଖାଯାଏ । ଏହା ସହ ଯେଉଁ ମାନଙ୍କର ଡାଇବେଟିସ, କ୍ୟାନ୍ସର ରୋଗୀଙ୍କ ଠାରେ ଏହାର ଆଶଙ୍କା ଅଧିକ ରହିଥାଏ ।

ଯଦି ବ୍ୟକ୍ତି ଶରୀରରେ ଇମ୍ୟୁନିଟି ପାୱାର କମ ରହିଥାଏ ତେବେ ଜୀବାଣୁ ଶରୀର ଭିତରେ ପ୍ରବେଶ କରି ଇନଫେକସନ ହୋଇଥାଏ । ଯଦି ମହିଳା ମାନେ କୌଣସି ଖରାପ ଟଏଲେଟ ବ୍ୟବହାର କରୁଥାନ୍ତି ସେମାନକ ଠାରେ ଇନଫେକସନ ଦେଖାଯାଏ । ଏହା ସହ ମହିଳା ମାନେ ଅଧିକ ସମୟ ଧରି ପରିସ୍ରା ଜମା କରି ରଖିଲେ ବା ଝାଡାରେ କୌଣସି ସମସ୍ଯା ରହିଥାଏ ତେବେ ଇଂଫେସନ ହୋଇଥାଏ । ପରିସ୍ରା ଇନଫେକସନ ହେଲେ ଜର ହେବା, ତାଳି ପେଟରେ ଯନ୍ତ୍ରଣା, ପରିସ୍ରା ଜଳାପୋଡା ଆଦି ଲକ୍ଷଣ ଦେଖାଯାଏ ।

ଅନେକ ସମୟରେ କିଡନିକୁ ଏହି ଇନଫେକସନ ଚଢିଯିବା ପରେ ବାନ୍ତି ହୋଇଥାଏ । କିଡନିରେ ଇନଫେକସନ ହୋଇଗଲେ ଶରୀରରେ ଜୀବାଣୁ ଖେଳି ଯାଇ ରକ୍ତରେ ମିସିଯାଏ । ଏହା ଦ୍ଵାରା କିଡନି ଖରାପ ହେବା ସହ ଠିକ ଭାବେ କାମ କରେ ନାହି । ଯଦି ପରିସ୍ରାରେ ରକ୍ତ ପଡିବ, ଜଳାପୋଡା ହେବା, ବାନ୍ତି ବାରମ୍ବାର ଲାଗିବା, ଅଧିକ ପରିସ୍ରା ଲାଗିବା ଆଦି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏଥିପାଇଁ ସାଧାରଣ ୟୁରିନ ଟେଷ୍ଟ କରିବା ଦ୍ଵାରା ଇନଫେକସନ ହେବାର ଜଣା ପଡିଥାଏ ।

ଯଦି ରୋଗୀଙ୍କ ଠାରେ ସିରିଏସ ଇନଫେକସନ ନାହି ତେବେ ସେମାନକ କ୍ଷେତ୍ରରେ ସାଦହରଣ ମେଡିସନ ଦିଆଯାଏ । ମହିଳାଙ୍କ ଠାରେ ୩ରୁ ୫ ଦିନ ଯାଏଁ ଓ ପୁରୁଷଙ୍କ କ୍ଷେତ୍ରରେ ୧୦ରୁ ୧୪ ଦିନ ପାଇଁ ମେଡିସନ ଦିଆଯାଏ । ଯଦି ସିରିଏସ ଇନଫେକସନ ହୋଇଥାଏ ସେହି କ୍ଷେତ୍ରରେ ମେଡ଼ିସିନ ନ ଦିଆଯାଇ ଇଂଜେକସନ ଦିଆଯାଏ । ମହିଳା ମାନେ ଖରାପ ସ୍ଥାନରେ ପରିସ୍ରା ନ ବସିବା, ପ୍ଯାନ୍ଟି ବାରମ୍ବାର ବଦଳାଇ ଦିଅନ୍ତୁ, ପରିସ୍ରା ଜାଗାରେ ସାବୁନ ନ ଲଗାଇବା ଉଚିତ ।

ଏହା ସହ ବିବାହିତା ମହିଳା ମାନେ ଶାରୀରିକ ସମ୍ପର୍କ ରଖିବା ପରେ ପରିସ୍ରା ପାସ କରିବା ଉଚିତ । ଅଧିକ ତେଲ ଜାତୀୟ ଖାଦ୍ୟ ବା ଜଙ୍କ ଫୁଡ ଖାଦ୍ୟ ବର୍ଜନ କରିବା ଉଚିତ । ପ୍ରତିଦିନ ବ୍ୟାୟାମ ବା ଯୋଗ କରିବା ଉଚିତ । ପ୍ରତେକ ବ୍ୟକ୍ତି ୨ଲିଟରରୁ ଅଧିକ ପାଣି ପିଇବା ଉଚିତ । ପୁରୁଷ ମାନେ କିଡନି ବା ଅନ୍ୟ କୌଣସି ରୋଗ ଥିଲେ ଏହାର ଚିକିତ୍ସା କରାଇବା ଉଚିତ । ଛୋଟ ପିଲାଙ୍କ ଠାରେ ଇନଫେକସନ ହେଲେ ଅଲ୍ଟ୍ରାସାଉଣ୍ଡ କରାନ୍ତୁ । ମହିଳା ମାନେ ସଫା ସୁତୁରା ରହିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *