ରାତିରେ ବାରମ୍ବାର ନିଦ ଭାଙ୍ଗିବାର କାରଣ ଓ ଏହାର ପ୍ରତିକାର କଣ…. Dr Debasis Behera

ସ୍ଲିପ ଆପନିଆ ଏକ ନିଦ୍ରା ଜନିତ ରୋଗ । ଏହି ରୋଗ ହେଲେ ରାତିରେ ବାରମ୍ବାର ନିଦ ଭାଙ୍ଗିଥାଏ । ଏପରି ହେଲେ ବ୍ୟକ୍ତି ରାତିରେ ଠିକ ଭାବେ ଶୋଇପାରେ ନାହି । ବରଂ ସକାଳେ ଅଳସ ଅନୁଭବ କରିବା ସହ ନିଦ ଲାଗିଥାଏ । ଯଦି ଶରୀର ଓ ମାଇଣ୍ଡ ରିଫ୍ରେଶ ନ ହୁଏ ତେବେ ଗାଢ ନିଦ ହୁଏ ନାହି । ଯେତେବେଳେ ସ୍ଲିପ ଆପନିଆ ରୋଗ ହେଲେ ବ୍ୟକ୍ତି କେବେ ଗାଢ ନିଦରେ ଶୋଇପାରେ ନାହି । ଏହି ରୋଗର ଲକ୍ଷଣ ହେଉଛି ଅଧିକ ଜୋରରେ ଘୁଙ୍ଗୁଡି ମାରିବା ଯାହା ଦ୍ଵାରା ଅନ୍ୟ ମାନଙ୍କୁ ସମସ୍ଯା ହୋଇଥାଏ ।

ଏହାର ଅନ୍ୟ ଏକ ଲକ୍ଷଣ ହେଉଛି ସକାଳେ ଅଧିକ ସମୟ ଶୋଇଥାନ୍ତି । ବେଳେବେଳେ କିଛି ସମୟ ପାଇଁ ଏହି ରୋଗ ହୋଇଥିବା ବ୍ୟକ୍ତିଙ୍କର ନିଶ୍ଵାସ ବନ୍ଦ ହୋଇଯାଏ । ଏହା ସହ ମୁଣ୍ଡ ବିନ୍ଧା ଭଳି ଲକ୍ଷଣ ଦେଖାଯାଏ । ଯଦି ବ୍ଯକ୍ତିର ତନଶୀଳ ଅଧିକ ରହିଥାଏ ତେବେ ସ୍ଲିପ ଆପନିଆ ରୋଗ ହୋଇଥାଏ । ଯଦି ବ୍ଯକ୍ତିର ଜିଭ ବଡ ଥାଏ ତେବେ ଏହି ରୋଗ ହେବାର ଲକ୍ଷଣ ଦେଖାଯାଏ । କିଛି ପିଲାଙ୍କର ତାଳୁକା ଉଚ୍ଚ ହେବା ଯୋଗୁ ସ୍ଲିପ ଆପନିଆ ରୋଗ ହେବାରା ଲକ୍ଷଣ ଦେଖାଯାଏ ।

ସ୍ନାୟୁରେ କୌଣସି ସମସ୍ଯା ଥିଲେ ବା ଶରୀରର ଗଠନରେ କିଛି ସମସ୍ଯା ଥିଲେ ସ୍ଲିପ ଆପନିଆ ରୋଗ ଦେଖାଯାଏ । ଏହୋ ରୋଗ ବିଷୟରେ ସଠିକ ଜାଣିବା ପାଇଁ ପଲି କଲୋଗ୍ରାଫି ଟେଷ୍ଟ ହୋଇଥାଏ । ଯେମିତିକି ଗଳା, ନାକ ଆଦି ପରୀକ୍ଷା କରାଯାଏ । ବ୍ୟକ୍ତିର ଏହି ରୋଗ ହୋଇଥିଲେ ରାତି ସାରା ହସପିଟାଲରେ ରହି ଏହାର ଟେଷ୍ଟ କରାଯାଏ । ଏହା ସହ ଆଖିର ଦୃଷ୍ଟିଶକ୍ତି, ହାର୍ଟ ବିଟ ଆଦି ପରୀକ୍ଷା କରାଯାଏ । ରତାୟରେ ନିଶ୍ଵାସ ବନ୍ଦ ହେବା, ଜୋରରେ ଘୁଙ୍ଗୁଡି ମାରିବା ଆଦି ଲକ୍ଷଣ ଦେଖାଗଲେ ଜଣାପଡେ ଯେ ସ୍ଲିପ ଆପନିଆ ରୋଗ ହୋଇଛି ।

ଏହା ପରେ ଏହାର ଚିକିତ୍ସା କରାଯିବା ଆବଶ୍ୟକ । ବ୍ୟକ୍ତିର ଡାଇଗ୍ନୋଷ୍ଟିକ ଓ ଥେରାପୋଟିକ ପୋଜିସନରେ ସ୍ଲିପ ଷ୍ଟଡି ପରୀକ୍ଷା କରାଯାଏ । ଯଦି ବ୍ୟକ୍ତିର ଡାଇବେଟିସ, ବ୍ଲଡ଼ ପ୍ରେସର ବା ଥାଇରଡ ଥାଏ ତେବେ ସ୍ଲିପ ଷ୍ଟଡି କରିବାକୁ ପଡିଥାଏ । ଯଦି ବ୍ୟକ୍ତିର ଏହି ସବୁ ରୋଗ ଥାଏ ତେବେ ମାଇଲ୍ଡଟେଷ୍ଟ କରିବାକୁ ପଡିଥାଏ । ରାତିରେ ଶୋଇବା ସମୟରେ ଏକ ଶ୍ଵାସନଳୀ ମେସିନ ଲଗାଇ ଶୋଇଲେ ନିଶ୍ଵାସ ନେବାକୁ ସହଜ ହୋଇଥାଏ । ବିଶେଷ କରି ଛୋଟ ପିଲାଙ୍କର ଟନଶୀଲ ଥିଲେ ସେହି କ୍ଷେତ୍ରରେ ସର୍ଜରୀ କରିବାକୁ ପଡିଥାଏ ।

ବ୍ୟକ୍ତିର ଆବଷ୍ଟେକସନ କେତେ ଲେବଲରେ ଅଛି ତାହା ଜାଣିବା ପରେ ସର୍ଜରୀ କରିବାକୁ ପଡିଥାଏ । ଏହାର କିଛି ଘରୋଇ ଚିକିତ୍ସା ହିସାବରେ ଗୋଟେ ପଟେ ଶୋଇବାକୁ ପଡିଥାଏ । ଏହା ସହ ଯଦି ମୋଟା ଲୋକ ହୋଇଥାନ୍ତି ତେବେ ସେମାନେ ନିଜର ଓଜନ କମ କରିବା ଉଚିତ । ଯଦି ପିଲାଙ୍କ ଠାରେ ବା ବ୍ୟକ୍ତି ପାଖରେ କୌଣସି ନିଦରେ ପରିବର୍ତ୍ତନ ଆସିଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *