Taarak Mehta Ka Ooltah Chashmah ସିରିୟଲର ଦୟା ଭାବି ଆଜି Real Life ରେ ଦେଖିବାକୁ ବହୁତ Stylish

ଆପଣ ସବ ଟିଭିର କମେଡି ଶୋ ତାରକ ମେହତା କା ଉଲ୍ଟା ଚଷମା ନିଶ୍ଚିତ ରୂପରେ ଦେଖିଥିବେ । ଯେଉଁଥିରେ ସବୁ କଳାକାରମାନେ ନିଜର କିରଦାରକୁ ଭଲ ଭାବରେ କରିଛନ୍ତି । ସେହି ସମସ୍ତ କିରଦାର ମଧ୍ୟରୁ ଗୋଟିଏ ହେଉଛି ଦୟାଙ୍କ କିରଦାର । ଯିଏ ନିଜର ଅଭିନୟ ସହିତ ନିଜର କଥାବାର୍ତ୍ତା ଷ୍ଟାଇଲ ଦ୍ଵାରା ଦର୍ଶକମାନଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଛନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହି ସିରିଏଲରେ ଦୟାଙ୍କ କିରଦାର କରୁଥିବା ଅଭିନେତ୍ରୀ ଆଜି କେଉଁଠି ଅଛନ୍ତି ।

ତାରକ ମେହତା କା ଉଲ୍ଟା ଚଷମାରେ ଦୟାଙ୍କ କିରଦାରରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ଅସଲ ନାଁ ଦିଶା ବକାନି ଅଟେ । ଯାହାଙ୍କର ଜନ୍ମ ୧୭ ଅଗଷ୍ଟ ୧୯୭୮ରେ ଗୁଜୁରାଟର ଅହମଦାବାଦରେ ହୋଇଥିଲା ।

ସେଥିପାଇଁ ସେ ଏହି ସ୍ଥାନରୁ ହିଁ ନିଜର ଶିକ୍ଷା ପୁରା କରିଛନ୍ତି । ଯଦି ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କହିବା ତେବେ ସେ ପ୍ରଥମେ ଗୋଟିଏ ବି ଗ୍ରେଡ ଫିଲ୍ମରେ ନଜର ଆସିଥିଲେ । ଯାହା ୧୯୯୭ରେ ଆସିଥିଲା । ଏହା ସତ୍ବେ ବି ତାଙ୍କୁ ଇଣ୍ଡଷ୍ଟ୍ରିରେ ପରିଚୟ ମିଳିଲା ନାହିଁ । ସେ ବହୁତ ସଂଘର୍ଷ କରିଲେ । କିଛି ସମୟ ପରେ ବଲୀଉଡର ଫିଲ୍ମ ଦେବଦାସ ଓ ଯୋଦ୍ଧା ଆକବରଙ୍କ ଭଳି ଫିଲ୍ମରେ କାମ କରିବାର ସୁଯୋଗ ମିଳିଲା । ଯେଉଁଥିରେ ସେ ସପୋର୍ଟିଂ ରୋଲ କରିଥିଲେ ।

କିନ୍ତୁ ଦର୍ଶକମାନେ ତାଙ୍କର ଏହି କିରଦାରକୁ ବହୁତ ପସନ୍ଦ କରିଲେ । ଏହି ଫିଲ୍ମ ପରେ ସେ ବଲୀଉଡର ଅନ୍ୟ କେତେକ ଫିଲ୍ମରେ ବି କାମ କରିଲେ । ବଲୀଉଡ ଇଣ୍ଡଷ୍ଟ୍ରିରେ ଖାସ ପରିଚୟ କରି ନେଲେ । ବଲୀଉଡ ଇଣ୍ଡଷ୍ଟ୍ରିରେ ସଫଳ ହେବା ପରେ ସେ ଟିବି ଇଣ୍ଡଷ୍ଟ୍ରିକୁ ଆସିଲେ । ଯେଉଁଠି ସେ ଷ୍ଟାର ପ୍ଲସର ସିରିଏଲ ଖିଚିଡିରୁ ଟିଭି ଦୁନିଆକୁ ଡେବ୍ୟୁ କରିଲେ । ସେ ବହୁତ ସିରିଏଲରେ କାମ କରିଲେ । ଯେଉଁଥିରେ ଆହାଟ ଓ ସିଆଇଡ଼ି ଭଳି ସିରିଏଲ ସାମିଲ ଅଛି ।

ବର୍ତ୍ତମାନ ବି ସେ ଅଭିନୟ କ୍ୟାରିୟରରେ ସକ୍ରିୟ ଅଛନ୍ତି । ତାରକ ମେହତା କା ଉଲ୍ଟା ଚଷମା ଦାୟା କିରଦାର କରୁଥିଲେ । କିନ୍ତୁ ଗତ କିଛି ବର୍ଷ ହେବ ସେ ଏହି ସିରିଏଲରେ ନଜର ଆସୁ ନାହାନ୍ତି । ଯଦି ତାଙ୍କର ସୁନ୍ଦରତା ବିଷୟରେ କହିବା ତେବେ ୪୧ ବର୍ଷ ବୟସରେ ବି ସେ ବହୁତ ସୁନ୍ଦର ଓ ଗ୍ଲାମରସ ଦେଖା ଯାଆନ୍ତି । ଯଦି ତାଙ୍କର ପର୍ସନାଲ ଲାଇଫ ବିଷୟରେ କହିବା ତେବେ ସେ ମୟୂର ପାଣ୍ଡ୍ୟାଙ୍କ ସହ ୨୦୧୫ରେ ବିବାହ କରିଥିଲେ । ଆଜି ତାଙ୍କର ଗୋଟିଏ ଝିଅ ବି ଅଛି ।

Leave a Reply

Your email address will not be published. Required fields are marked *