ପ୍ରତେକ ବ୍ୟକ୍ତି ଶୋଇବା ସମୟରେ ସ୍ଵପ୍ନ ଦେଖିଥାଏ । ଯେମିତିକି ଉପରୁ ଡେଇଁ ପଡିବା, ପରୀକ୍ଷାରେ ଫେଲ ହେବା,ସାପ କାମୁଡିବା ଆଦି ସ୍ଵପ୍ନ ଆସିଥାଏ । ସ୍ଵପ୍ନ ଦେଖିବା ପରେ ଲୋକ ମାନେ ଉଠିପଡି ଜାଣି ପାରନ୍ତି କି ଏହା ଏକ ଖରାପ ସ୍ଵପ୍ନ ଅଟେ । କିନ୍ତୁ ସ୍ଵପ୍ନ କଣ ପାଇଁ ଆସିଥାଏ ତାହା କେହି ଜାଣିବାକୁ ଚେଷ୍ଟା କରନ୍ତୁ ନାହି । ସ୍ଵପ୍ନ ଶାସ୍ତ୍ରରେ ଏମିତି କିଛି କଥା ରହିଛି ଯାହା ଦ୍ଵାରା ଜଣାପଡେ କି ସ୍ଵପ୍ନ କେଉଁ କାରଣ ପାଇଁ ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ ସ୍ଵପ୍ନ ଆସିବାର ଅର୍ଥ କଣ ସେହି ବିଷୟରେ କହିବାକୁ ଯାଉଛୁ ।
ସ୍ଵପ୍ନର ଅର୍ଥ ହେଉଛି ମଣିଷ ମଣିଷ ମ୍ଧ୍ୟରେ ଥିବା କିଛି ବିବାଦ । ବ୍ୟକ୍ତି ସ୍ଵପ୍ନରେ ସୁଖ, ଦୁଖ ଓ ଭୟ ଭଳି ସ୍ଵପ୍ନ ଦେଖିଥାଏ । ଶାସ୍ତ୍ର ଅନୁସାରେ ସ୍ଵପ୍ନ କେତେ ସମୟରେ ସଫଳ ହୋଇଥାଏ ତ ଆଉ କିଛି କ୍ଷେତ୍ରରେ ଅସଫଳ ହୋଇଥାଏ । ସ୍ଵପ୍ନ ଶୁଭ ଓ ଅଶୁଭ ଭାବେ ଆସିଥାଏ । ଯଦି ଘୋଡା ହାତୀ ଉପରେ ଚଢିବାର ସ୍ଵପ୍ନ ଆସେ ତେବେ ଧାନ ପ୍ରପ୍ତ ହୋଇଥାଏ । ଜଳରେ ଭରା ପାତ୍ର ସ୍ଵପ୍ନରେ ଦେଖିଲେ ଧାନ, ପୁତ୍ର ଓ ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ । ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ହସିବାର ଅନ୍ୟକୁ ଦେଖେ ତେବେ ସେହି ବ୍ୟକ୍ତି ଦୁଖ ଭୋଗ କରିଥାଏ ।
ଯଦି ଷଣ୍ଢ ଉପରେ ବସି ଦକ୍ଷିଣ ଦିଗକୁ ଯାତ୍ରା କରୁଥିବାର ସ୍ଵପ୍ନ ଆସେ ତେବେ ତାହା ମୃ-ତ୍ୟୁର ସଂକେତ ଦେଇଥାଏ । ଯଦି ଦାନ୍ତ ଭାଙ୍ଗିବାର ସ୍ଵପ୍ନ ଆସେ ତେବେ ଧନ ହାନି ହେବାର ସଂକେତ ମିଳିଥାଏ । ପ୍ରତେକ ସ୍ଵପ୍ନର ବିଶେଷ ମହତ୍ଵ ରହିଛି ବୋଲି ସ୍ଵପ୍ନ ଶାସ୍ତ୍ରରେ କୁହା ଯାଇଛି । ସ୍ଵପ୍ନ ଆମର ନିଦ୍ରା ଅବସ୍ଥା ରେ ଚିନ୍ତା ଭାବେ ଦେଖା ଯାଇଥାଏ ବୋଲି କୁହାଯାଏ । କିନ୍ତୁ ବ୍ୟକ୍ତି ଜାଗୃତ ଥିବା ଅବସ୍ଥା ରେ ମଧ୍ୟ ସ୍ଵପ୍ନ କାହିଁକି ଦେଖିଥାଏ ତାର କିଛି କାରଣ ରହିଛି ।
ଧାର୍ମିକ ମତରେ ଯଦି ବ୍ଯକ୍ତିର କୌଣସି କାମ ବା ଅଭିଳାଷା ପୂରଣ ନ ହୁଏ ତେବେ ତାହା ଚିନ୍ତା ସ୍ୱରୂପ ସ୍ଵପ୍ନରେ ଆସିଥାଏ । ବ୍ୟକ୍ତି ଜୀବନରେ ଯେଉଁ ଇଚ୍ଛା କାମ କାମ ପୂରଣ ହୁଏ ନାହି ଯାହା ଦ୍ଵାରା ବ୍ୟକ୍ତି ମନ ଅଶାନ୍ତ ହୋଇଥାଏ ତାହା ସ୍ଵପ୍ନରେ ବିକଳ୍ପ ଭାବେ ଆସିବା ଦ୍ଵାରା ବ୍ୟକ୍ତି ମନ ସାନ୍ତ ହୋଇଥାଏ । ଶାସ୍ତ୍ର ଅନୁସାରେ ସ୍ଵପ୍ନକୁ ନିଦ୍ରାର ଅଭିଭାବକ ଭାବେ ମାନାଯାଏ । ସ୍ଵପ୍ନ ଦେଖିବା ପରେ ନିଦ୍ରା ଭଙ୍ଗ ହେଲେ ପୁଣି ଥରେ ନିଦ ହେବା ଭଲ ହୋଇଥାଏ । ସ୍ଵପ୍ନ ଦେଖିବା ଦ୍ଵାରା ବ୍ୟକ୍ତି ଜୀବନର ଅସମ୍ପୂର୍ଣ୍ଣ ଇଚ୍ଛା ପୁରା ହେବା ସହ ମନରେ ତୃଷ୍ଣା ଆସିଥାଏ ।
ତେଣୁ ପ୍ରତେକ ବ୍ୟକ୍ତି ନିଦ୍ରା ସମୟରେ ସ୍ଵପ୍ନ ଦେଖିବା ଉଚିତ । ଯଦି କୌଣସି ବ୍ୟକ୍ତି ଦିନ ସାରା କାମ କରି ସଫଳତା ନ ପାଏ ତେବେ ତାର ବିକଳ୍ପ ଭାବେ ସ୍ଵପ୍ନରେ ସେହି ସବୁ କାମ ପୁରା ହୋଇଛି ବୋଲି ଦେଖିଥାଏ ତେବେ ବ୍ୟକ୍ତି ମନରେ ଶାନ୍ତ ଭାବନା ଆସିବା ଦ୍ଵାରା ନିଦ ମଧ୍ୟ ଭଲ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।