ଓଲିଉଡ ଦୁନିଆର ଜବରଦସ୍ତ ଯୋଡି ମଧ୍ୟରେ ସାମିଲ ଥିବା ରାଜେଶ ଓ ଶ୍ରଦ୍ଧାଙ୍କୁ ଆପଣମାନେ ନିଶ୍ଚିତ ରୂପରେ ଜାଣିଥିବେ । ୨୦୨୦ରେ ରାଜେଶ ଓ ଶ୍ରଦ୍ଧା ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତି ନେଇ ଥିଲେ । ଏହି କ୍ରମରେ ସେମାନେ ନିର୍ବନ୍ଧ ବି କରିସାରିଥିଲେ । କିନ୍ତୁ ବର୍ତ୍ତମାନ ଦୁଇ ଜଣ ଅଲଗା ହୋଇ ଯାଇଛନ୍ତି । ଆଜି ଆମେ ଏମାନଙ୍କ ଅଲଗା ହେବାର ଅସଲ କାରଣ ବିଷୟରେ ଜାଣିବା । ଦୁଇ ଜଣଙ୍କ ମଧ୍ୟରେ ଏମିତି କଣ ହୋଇଥିଲା କି ଦୁଇ ଜଣ ଶେଷରେ ଅଲଗା ହୋଇଗଲେ ।
ରାଜେଶ ଓଲିଉଡ ଜଗତରେ ବହୁତ ସିରିଏଲରେ ଅଭିନୟ କରିସାରିଛନ୍ତି । ତାଙ୍କର ଅଭିନୟ ବି ଦର୍ଶକମାନଙ୍କୁ ବହୁତ ଭଲ ଲାଗେ । ଯଦି ଶ୍ରଦ୍ଧାଙ୍କ ବିଷୟରେ କହିବା ସେ ବି ଓଲିଉଡ ଜଗତରେ ବହୁତ ଚର୍ଚିତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।
ରାଜେଶ ଓ ଶ୍ରଦ୍ଧା ପ୍ରଥମେ ଶୁ-ଟି-ଙ୍ଗ ସେଟରେ ଦେଖା ହୋଇଥିଲେ । ଏହା ପରେ ଦୁଇ ଜଣ ପରସ୍ପର ପ୍ରତି ଆକର୍ଷିତ ହୋଇ ଚାଲିଲେ ଓ ଦୁଇ ଜଣ ପରସ୍ପରର ପ୍ରେମରେ ପଡିଗଲେ । ଦୁଇ ଜଣ ବିବାହ କରିବା ପାଇଁ ଇଚ୍ଛା କରିଲେ । ଗତ ବର୍ଷ ସେମାନେ ନିର୍ବନ୍ଧ ବି କରିଥିଲେ । କିନ୍ତୁ ଅଚାନକ ଶ୍ରଦ୍ଧାଙ୍କ ଜେଜେମା ମୃତ୍ୟୁ ବରଣ କରିବା କାରଣରୁ ଏମାନଙ୍କର ବିବାହ ତାରିଖକୁ ବର୍ଷେ ଆଗକୁ କରି ଦିଆଯାଇ ଥିଲା ।
କିନ୍ତୁ ଏହି ବର୍ଷେ ମଧ୍ୟରେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଦେଖା ଦେଲା ଓ ଶେଷରେ ଦୁଇ ଜଣ ଅଲଗା ହୋଇଗଲେ । ରାଜେଶ ଓ ଶ୍ରଦ୍ଧା ଅଲଗା ହେବାର ବହୁତ କାରଣ ସୋସିଆଲ ମିଡିଆରେ ଶୁଣିବାକୁ ମିଳୁଛି । କୁହାଯାଉଛି କି ଦୁଇ ଜଣ ପରିବାରଙ୍କ ମଧ୍ୟରେ ସଠିକ ବୁଝାମଣା ନ ଥିବା କାରଣରୁ ରାଜେଶ ଓ ଶ୍ରଦ୍ଧା ପରସ୍ପରଙ୍କ ଠାରୁ ଅଲଗା ହୋଇଗଲେ । ରାଜେଶ ଶ୍ରଦ୍ଧାଙ୍କୁ ଛାଡି ଅନ୍ୟ କାହାର ପ୍ରେମରେ ପଡି ଯାଇ ଥିଲେ ।
ସେଥିପାଇଁ ଏହି ଚର୍ଚିତ ଯୋଡି ଅଲଗା ହୋଇ ଗଲେ । ଅନ୍ୟ ପଟେ ରାଜେଶ ଏକ ରିୟାଲିଟି ଶୋ ରେ କହିଥିଲେ କି ସେ ଅନ୍ୟ ଜଣଙ୍କୁ ଡେଟ କରୁଛନ୍ତି । ବର୍ତ୍ତମାନ ସମୟରେ ଶ୍ରଦ୍ଧାଙ୍କ ସହ ସେ କୌଣସି ବି ପ୍ରକାରର ରିଲେଶନସିପରେ ନାହାନ୍ତି । କିନ୍ତୁ ଏହି ସବୁ କାରଣ କେତେ ସତ ଓ କେତେ ମିଛ ଏହା ବିଷୟରେ କାହାକୁ ବି ଜଣା ନାହିଁ । କିନ୍ତୁ ଏହା ସତ କି ରାଜେଶ ଓ ଶ୍ରଦ୍ଧା ଅଲଗା ହୋଇ ଯାଇଛନ୍ତି ।