November 1 ରୁ ଏହି ସବୁ ନିୟମରେ ହେବ ବଡ ପରିବର୍ତ୍ତନ, ଦେଖିନ୍ତୁ ଆପଣଙ୍କ ପକେଟ ଉପରେ କଣ ରହିବ ଏହାର ପ୍ରଭାବ

ଆଜି ଅକ୍ଟୋବର ମାସର ଶେଷ ତାରିଖ । ଆସନ୍ତା କାଲି ନମ୍ବେମ୍ବର ଆମସ ଆରମ୍ଭ ହେବା କ୍ଷଣି ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଚୁଲି ମୁଣ୍ଡ ଠାରୁ ଆରମ୍ଭ କରି ବୁଲିବା ଯାଏଁ ସବୁର ପରିବର୍ତ୍ତନ ହେବାକୁ ଯାଉଛି । ପ୍ରଥମତ ଘରୋଇ ଗ୍ଯାସର ଦରରେ ପରିବର୍ତ୍ତନ ଆସିବାକୁ ଯାଉଛି । ଏଲପିଯି ଗ୍ଯାସ ବିକ୍ରି ହେବାରେ କ୍ଷତି ହେବା ଯୋଗୁ ଦାମ ବୃଦ୍ଧି ହେବାର ଆଶଙ୍କା କରା ଯାଉଛି । ଏହା ପରେ ରହିଛି ବ୍ୟାଙ୍କ କାରୋବାର । ବ୍ଯାଙ୍କରେ ଟଙ୍କା ଉଠାଇବା ଠାରୁ ଟଙ୍କା ଜମା କରିବା ଯାଏଁ ଚାର୍ଜ ଲାଗିପାରେ ପରିବର୍ତ୍ତନ । ନଭେମ୍ବର ପହିଲାରୁ ଲୋନ ଖାତା ପାଇଁ ୧୫୦ ଟଙ୍କା ଦେବାକୁ ପଡିବ ।

ଆଉ ଜମା ଉପରେ ୩ଥର ଖାତାଧାରି ମାଗଣା ସେବା ପାଇ ପାରିବେ । ଯଦି ଚତୁର୍ଥ ଥର ଜମାକାରୀ ଟଙ୍କା ଜମା କରନ୍ତି ତେବେ ୫୦ ଟଣକ ଚାର୍ଜ ଆକାରରେ ଦେବାକୁ ପଡିବ । ଭାରତୀୟ ରେଳ ବିଭାଗରେ କାଲି ଠାରୁ ସମୟର ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏହା ଦ୍ଵାରା ୧୩ ହଜାର ଯାତ୍ରୀବହାୟ ଓ ୭ହଜାର ମାଲବାହୀ ଟ୍ରେନର ସମୟ ବଦଳିପାରେ । ଏପରିକି ଦେଶରେ ୩୦ଟି ରାଜଧାନୀ ଟ୍ରେନର ସମୟ ସୀମା ବଦଳିପାରେ । ଏହା ପରେ ଆସନ୍ତା କାଲି ଠାରୁ ଗ୍ଯାସ ଡେଲିଭରି ପ୍ରକ୍ରିୟାରେ ପରିବର୍ତ୍ତନ ହେବାକାଉ ଯାଉଛି ।

ଏଣିକି ଗ୍ଯାସ ବୁକିଙ୍ଗ ସମୟରେ ଗ୍ରାହକଙ୍କ ମୋବାଇଲ ନମ୍ବରରେ ଏକ ଓଟିପି ପଠାଯିବ । ଯେତେବେଳେ ଗ୍ଯାସ ସିଲିଣ୍ଡର ଆପଣଙ୍କ ଘରେ ପହଞ୍ଚିଯିବ ସେତେବେଳେ ଡେଲିଭରି ବଏ ସହ ଆପଣଙ୍କୁ ସମ୍ପୃକ୍ତ ଓଟିପିକୁ ସେୟାର କରିବାକୁ ପଡିବ । ଆସନ୍ତା କାଲି ଠାରୁ କିଛି ଆଇ ଫୋନ ଓ ଆଣ୍ଡ୍ରଡ ଫୋନରେ କାମ କରିବ ନାହି ୱ୍ହଟସପ । ୱ୍ହାଟସାପରେ ମିଳିଥିବା ସୂଚନା ମୁତାବକ ଫେସବୁକ ମାଲିକାନାରେ ଥିବା ପ୍ଲାଟଫର୍ମ ଆଣ୍ଡ୍ରଡ ୪.୦ ଆଇସକ୍ରିମ ସ୍ୟାଣ୍ଡୱିଚ, ଆଓଏସ-୯ ଓ କାୟୋଏସ ୨.୫ ୨.୦ ରେ ୱ୍ହାଟସପ କାମ କରିବ ନାହି । ଆସନ୍ତା କାଲି ଠାରୁ ମାସ ଶେଷ ଯାଏଁ ଭାରତୀୟ ବ୍ୟବସାୟ ବିମାନ ଚଳାଚଳ ବନ୍ଦ ରହିବ ।

କିନ୍ତୁ ଅନ୍ତଜାତୀୟ ବିମାନ ସେବାକୁ ଏଥିରୁ ବାଦ ଦିଆ ଯାଇଛି । କୌଣସି ଜରୁରୀ ସ୍ଥିତିରେ ହା କାର୍ଯ୍ୟକାରୀ ହୋଇପାରେ । କାଲି ଠାରୁ ଦିଲ୍ଲୀରେ ଘରୋଇ ଓ ସରକାରୀ ସ୍କୁଲ ଖୋଲିବା ପାଇଁ ନିସ୍ପତି ନିଆ ଯାଇଛି । ଭୁବନେଶ୍ଵର ରେ ପୂର୍ବରୁ ବିବାହକୁ ନେଇ କଟକଣା କୋହଳ କରା ଯାଇଥିଲେ ମଧ୍ୟ ଆସନ୍ତା କାଲି ଠାରୁ କିଛି ନୂଆ ପରିବର୍ତ୍ତନ କରା ଯାଇଛି । ବିବାହରେ ୨୫୦ ଜଣ ଲୋକ ରହିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାର ନିୟମ ଲାଗୁ ହୋଇଛି ବୋଲି ବିଏମସୀ ପକ୍ଷରୁ କୁହା ଯାଇଛି ।

ପୁରୀରେ ଶ୍ରୀମନ୍ଦିରର ପଶ୍ଚିମ ଦ୍ଵାରା ଖୋଲିବା ଯୋଗୁ ଲୋକ ମାନେ ପ୍ରବେଶ କରିବେ । କାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ସଂଶୋଧନ ପ୍ରକ୍ରିୟା । କୋଭିଡ଼ ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ଥିବା ପ୍ରଥମ ପିଜି ଛାତ୍ରଛାତ୍ରୀଙ୍କ ପାଠ ପଢା ଆରମ୍ଭ ହେବ । ଏହା ସହ କୋଭିଡ଼ ଗାଇଡ ଲାଇନ ସହ ପଥ ପଢା ଆରମ୍ଭ ହେବା ସହ ହଷ୍ଟେଲ ମଧ୍ୟ ଖୋଲାଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *