ଧନତେରସ ଦିନ ଘରକୁ ନେଇ ଆସନ୍ତୁ 5ଟିରୁ କୌଣସି 1 ଜିନିଷ, ଘର ଧନ ସମ୍ପତ୍ତିରେ ଭରିଯିବ

ହିନ୍ଦୁ ଧରମ ଅନୁସାରେ ଧନତେରସ ଏକ ଶୁଭ ଦିନ ହୋଇଥାଏ । ଏହି ଦିନ କିଛି ଲୋକ ମାନେ ଅନେକ ନୂଆ ଜିନିଷ ଘରକୁ ଆଣିଥାନ୍ତି । କିନ୍ତୁ ସବୁ ଜିନିଷ କିଣିବାର କିଛି ସଠିକ ସମୟ ରହିଥାଏ ଯାହା କିଛି ଲୋକ ମାନେ ଜାଣି ନ ଥାନ୍ତି । ଯଦି ସଠିକ ସମୟରେ କୌଣସି ବସ୍ତୁ ନ କିଣାଯାଏ ତେବେ ଏହାର ଖରାପ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ଯାହା ଦ୍ଵାରା ବ୍ୟକ୍ତି ଅନେକ ଦୁଖ ଦରିଦ୍ରର ସାମନା କରିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଧନତେରସ ଦିନ କେଉଁ ସବୁ ଜିନିଷ କିଣିବା ଉଚିତ ଓ ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

ଧନତେରସ ଦିନ ଅନେକ ଧାତୁ କିଣାଯାଏ । କିନ୍ତୁ ଏମିତି କିଛି ଧାତୁ ରହିଛି ଯାହାର ପ୍ରଭାବ ରାହୁଙ୍କ ଦ୍ଵାରା ହୋଇଥାଏ । ଏହି ଦିନ ଲୁହା, ଆଲୁମିନିୟମ, କାଚର ଧାତୁ କିଣିବା ଅନୁଚିତ । ଏହା ଦ୍ଵାରା ଘରେ ରାହୁର ପ୍ରଭାବ ପଡିବା ଦ୍ଵାରା ଦୁଖ ଆସିଥାଏ । ଏହି ଦିନ ଛୁଞ୍ଚି, ଛୁରୀ ଆଦି ଜିନିଷ କିଣିବା ଦ୍ଵାରା ଘରେ ଖରାପ ଶକ୍ତିର ଆଗମନ ହୋଇଥାଏ । ଏହି ଦିନ କଳା ରଙ୍ଗର କୌଣସି ବସ୍ତୁ ବା ସାମଗ୍ରୀ କିଣିବା ଦ୍ଵାରା ଭଗବାନ ଶନିଦେବଙ୍କ କୋପ ଦ୍ରୁଷ୍ଟି ପଡିଥାଏ । ଏହା ସହ ଏହି ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ।

ଯେଉଁ ଅସହାୟ ବ୍ୟକ୍ତି ଧନତେରସ ଦିନ ଆପଣଙ୍କୁ ଘରକୁ ଆସିବେ ତାଙ୍କୁ କିଛି ଦାନ ଧର୍ମ କରିବା ସହ ଭୋଜନ କରିବାକୁ ଦିଅନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ଏହା ବ୍ଯତୀତ ଏହି ଦିନ ସୁନା ଜିନିଷ ସହ ଚାନ୍ଦି ରେ ତିଆରି ଆମ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି ଘରକୁ ଆଣିବା ଉଚିତ । ଏହାକୁ ଶୁଭ ବୋଲି ମାନାଯାଏ । ଏହା ସହ ମାଟିରେ ତିଆରି କୌଣସି ଜିନିଷ କିଣିବା ଉଚିତ । ମାଟିର ଦୀପ କିଣିବା ଏହି ଦିନ ସର୍ବୋତ୍ତମ ବୋଲି ମାନାଯାଏ । ଏହା ସହ କିଛି ନୂଆ ବାସନ ମଧ୍ୟ କିଣିଲେ ଶୁଭ ହୋଇଥାଏ ।

ମାଟିରେ ତିଆରି କୌଣସି ଜିନିଷ କିଣି ଆଣି ପ୍ରଥମେ ପୁଆଜ ଘରେ ରଖନ୍ତୁ ବା ସେଥିରେ ପାଣି ଭାରି ତୁଳସୀ ଗଛ ପାଖରେ ରଖି ଦିଅନ୍ତୁ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏହି ଦିନ ନାରୀ ମାନଙ୍କ ପାଇଁ ନାଲି ରଙ୍ଗର ଶାଢୀ ବା ସୁନା ବା ରୂପା ଜିନିଷ କିଣିବା ଶୁଭ ହୋଇଥାଏ । ଏହା ଛଡା ଧନତେରସରେ ଝାଡୁ କିଣିବା ଶୁଭ ହୋଇଥାଏ ।

ଝାଡୁ କିଣିବା ପରେ ଏହାର ପୂଜା କରି ଏହାକୁ ଅନ୍ୟ ଦିନ ବ୍ୟବହାର କରନ୍ତୁ । ଏହି ଦିନ ଧନିଆ ସାବୁ କିଣି ଟଙ୍କା ଥିବା ଜାଗାରେ ରଖିଲେ ଧନର ବୃଦ୍ଧି ହୋଇଥାଏ । ଏହି ଦିନ ଚାନ୍ଦି ଗ୍ଳାସ, ସିକା ଆଦି କିଣିବା ଦ୍ଵାରା ବାସ୍ତୁ ଦୋଷ ଦୂର ହେବା ସହ ସୌଭାଗେର ଆଗମନ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *