ଥରେ ଚଷମା ପିନ୍ଧିଲେ ଜୀବନସାରା ପିନ୍ଧିବାକୁ ପଡ଼ିଥାଏ କି? Dr Surajya Kiran Patnaik

ଆଜିକାଲି ସାଧାରଣତ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକ ଯାଏଁ ଚଷମା ପିନ୍ଧୁଛନ୍ତି । ବିଶେଷ କରି ଛୋଟ ପିଲା କମ ବଯସରୁ ଚଷମା ପିନ୍ଧୁଛନ୍ତି । ଯାହାକୁ ନେଇ ସେମାନଙ୍କର ମାତା ପିତା ଚିନ୍ତା ପ୍ରକାଶ କରୁଛନ୍ତି । ଯଦି ଚକ୍ଷୁ ଡୋଳାର ଗଠନ ରେ କୌଣସି ପ୍ରକାର ର ସମସ୍ଯା ରହିଥାଏ ତେବେ ପିଲାର -୩ ବା +୩ ଯାଏଁ ଆଖିର ପାୱାର ବୃଦ୍ଧି ପାଇଥାଏ । ତେବେ ଆଖି ଡୋଳାର ଆକାର ବଢିବା ବା କମିବା ବା ବକ୍ରଦୃଷ୍ଟି ହେବା ଦ୍ଵାରା ଏଥିରେ ପିଲା ମାନେ କିଛି କରି ପାରନ୍ତି ନାହି ।

ଏହା ସହ ଯେତେ ମେଡିସନ ବା ପନିପରିବା ଖାଇଲେ ମଧ୍ୟ ଏହା ଭଲ ହୁଏ ନାହି । ଏହା ଜନ୍ମଗତ କାରଣ ବା ଜିନ ରୁ ସୃଷ୍ଟି ହୋଇଥାଏ । କିଛି କ୍ଷେତ୍ରରେ ଆଖି ଡୋଳା ର ପରିବର୍ତ୍ତନ ଠିକ ଭାବେ ରହିଲେ ଆଉ ଚଷମା ପିନ୍ଧିବାକୁ ପଡେ ନାହି । କିଛି ମାତା ପିତା ଭାବିଥାନ୍ତି କି ଯଦି ପିଲା ଥରେ ଚଷମା ପିନ୍ଧିଲା ତେବେ ଜୀବନ ସାରା ପିନ୍ଧିବାକୁ ପଡିଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ ଧାରଣ ଅଟେ । ଯଦି ସଠିକ ସମୟରେ ପିଲାର ଆଖି ଟେଷ୍ଟ କରାଯାଇ ଚଷମା ନ ଦିଆଯାଏ ତେବେ ପରବର୍ତ୍ତୀ ସମୟରେ ଆପଣ ଯେତେ ଚଷମା ପିନ୍ଧାଇଲେ ମଧ୍ୟ ପିଲାକୁ ଦିଶିବ ନାହି ।

ଯଦି ପିଲାଟି କହୁଛି ତାକୁ ଠିକ ଭାବେ ଦେଖାଯାଉ ନାହି ବା ଟିଭି ପାଖରେ ଯାଇ ଦେଖିଛି ବା ବହି ପଢିବା ବେଳେ ଆଖି ମାଡିକି ପଢୁଛି ତେବେ ଆପଣ ଜାଣି ପାରିବେ କି ପିଲାର ଆଖି ସମସ୍ଯା ରହିଛି । ଯଦି ପିଲାର ଆଖି ସମସ୍ଯା ରହିଛି ତେବେ ଆପଣ ଏହି ସବୁ ପରୀକ୍ଷା କରି ଜାଣି ପାରିବେ । ଆଜିକାଲି ୪୦ ବର୍ଷ ପରେ ବୃଦ୍ଧ ଲୋକଙ୍କର ଆଖି ସମସ୍ୟା ଦେଖା ଯାଉଛି । କିନ୍ତୁ କିଛି ଲୋକ ମାନେ ଏହାକୁ ଅଣହେଳା କରି ଚୁପଚାପ ରହି ଯାଉଛନ୍ତି । ଯାହା ସଂପୂର୍ଣ୍ଣ ଭାବେ ଭୁଲ ଧାରଣା ଅଟେ ।

କାରଣ ଯଦି ଆପଣଙ୍କୁ ପ୍ରଥମ ଥର ପାଇଁ ଆଖି ସମସ୍ୟା ଦେଖା ଯାଉଛି ତେବେ ସେହି କ୍ଷେତ୍ର ରେ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କିଛି ଲୋକ ମାନେ କୁହନ୍ତି ପାଖକୁ ଗଲେ ଦିଶୁଚି କିନ୍ତୁ ଦୂରରୁ ଦିଶୁ ନାହି । କେହି କୁହନ୍ତି କି ଅଳ୍ପ ଆଲୁଅରେ ଭଲ ଭାବେ ଦେଖାଯାଉ ନାହି ।

ଏହି କ୍ଷେତ୍ର ରେ ଲୋକ ମାନେ ନିଜର ଠିକ ସମୟରେ ଚିକିତ୍ସା କରାଇ ନ ଥାନ୍ତି । ଯାହା ଫଳରେ ଆଗକୁ ଯାଇ ଅନେକ ସମସ୍ଯାର ସମୁଖିନ୍ନ ହେବାକୁ ପଡିଥାଏ । ତେଣୁ ୪୦ରୁ ୬୦ ବର୍ଷ ମଧ୍ୟରେ ଯଦି ଆପଣଙ୍କର ଆଖି ଜନିତ କୌଣସି ସମସ୍ଯା ସୃଷ୍ଟି ହେଉଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରି ଆପଣଙ୍କ ଆଖି ର ପାୱାର ଅନୁଯାୟୀ ଚସାମ ବ୍ୟବହାର କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *